fbpx

ଫିଟ୍ ହେଲାନି ଡ୍ରେସ୍: ଶାହରୁଖ ଓ ସଲମନଙ୍କୁ ପିଟିଲେ ଯୁବତୀ, Video ଭାଇରାଲ

ନୂଆଦିଲ୍ଲୀ: ଆଜିକାଲି ପ୍ରତ୍ୟେକ ଘଟଣା ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବାର ଦେଖାଯାଉଛି । ତେବେ ଏହା ମଧ୍ୟରେ ଡ୍ରେସ୍ ଫିଟିଂ ନ ହେବାକୁ ନେଇ ଜଣେ ଯୁବତୀ ମାରପିଟ୍ କରିଛନ୍ତି । ଏହି ଘଟଣାରେ ଦୁଇ ପକ୍ଷଙ୍କ ତରଫରୁ ଥାନାରେ ମାମଲା ଦାୟର ହୋଇଛି । ଏନେଇ ଏକ ଭିଡିଓ ସାମ୍ନାକୁ ଆସିଛି । ପୋଲିସ ଏହି ମାମଲାର ଯାଞ୍ଚ କରୁଥିବା ଜଣାପଡ଼ିଛି ।

ସୂଚନା ମୁତାବକ, ରାଜସ୍ଥାନର ଯୋଧପୁରରେ ଏପରି ଏକ ଘଟଣା ଦେଖିବାକୁ ମିଳିଛି । ଗତ ୨୬ ତାରିଖରେ ଯୁବତୀ ଏକ ଡ୍ରେସ୍ କିଣିଥିଲେ । ମାତ୍ର ଡ୍ରେସଟି ତାଙ୍କୁ ଫିଟ୍ ହୋଇନଥିଲା । ଏହାକୁ ନେଇ ଯୁବତୀ ଓ ଡ୍ରେସ ଦୋକାନୀଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା । ଏହି ମାମଲାରେ ଯୁବତୀ ନିଜର କିଛି ଘରଲୋକଙ୍କୁ ଡକାଇଥିଲେ । ଏହାପରେ ଦୁଇ ପକ୍ଷଙ୍କ ମଧ୍ୟରେ ଦୋକାନ ବାହାରେ ବାଡ଼ିଆପିଟା ଆରମ୍ଭ ହୋଇଯାଇଥିଲା ।

ତେବେ ଦୋକାନ ମାଲିକ ଶାହରୁଖ ଓ ସଲମନ ତାଙ୍କୁ ଛେଡ଼ଛାଡ଼ କରିବା ସହିତ ମାରପିଟ କରିଥିବା ନେଇ ସରଦାରପୁର ପୋଲିସ ଷ୍ଟେସନରେ ଯୁବତୀ ଅଭିଯୋଗ କରିଥିଲେ । ଅନ୍ୟପକ୍ଷରେ ଯୁବତୀଙ୍କ ପରିବାର ବର୍ଗ ଦୋକାନ ଭିତରକୁ ପଶି ଆକ୍ରମଣ କରିଥିବା ଶାହରୁଖ ଅଭିଯୋଗ କରିଛନ୍ତି । ତେବେ ଏହି ମାମଲାରେ କିଛି ଲୋକ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଭିଡିଓରେ ଯୁବତୀ ନିଜେ ମାରପିଟ୍ କରୁଥିବାର ଦେଖାଯାଉଛି ।

Get real time updates directly on you device, subscribe now.