fbpx

ଚାରିଆଡ଼େ ମାଡ଼ିଯିବ କ୍ୟାନସର ବିମାରୀ! Radioactive Capsule ଗାଏବକୁ ନେଇ ହଡ଼କମ୍ପ, ଜାରି ହେଲା ରେଡିଏସନ ଆଲର୍ଟ

ନୂଆଦିଲ୍ଲୀ: ପଶ୍ଚିମ ଅଷ୍ଟ୍ରେଲିଆରେ ଏକ ରେଡିଓଆକ୍ଟିଭ କ୍ୟାପସୁଲ ଗାଏବ ହୋଇଯାଇଛି । ଏହାକୁ ନେଇ ସାରା ବିଶ୍ୱରେ ହଡ଼କମ୍ପ ମଚିଯାଇଛି । ଏନେଇ ପଶ୍ଚିମ ଅଷ୍ଟ୍ରେଲିଆର କିଛି ସ୍ଥାନରେ ରେଡିଏସନ ଆଲର୍ଟ ଜାରି କରାଯାଇଛି । ମାଇନିଂରେ ବ୍ୟବହାର ହେବାକୁ ଥିବା ଏକ ରେଡିଓଆକ୍ଟିଭ କ୍ୟାପସୁଲ ପର୍ଥରେ ହଜିଯାଇଥିବା ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ ।

ଫାୟାର ବ୍ରିଗେଟ ଓ ଜରୁରୀକାଳୀନ ସେବା ବିଭାଗ ପକ୍ଷରୁ କୁହାଯାଇଛି, ସୀଜିୟମ-୧୩୭ ଯୁକ୍ତ ଏକ ଛୋଟ କ୍ୟାପସୁଲ ନ୍ୟୁମେନର ଉତ୍ତରରୁ ଟ୍ରାନ୍ସପୋର୍ଟେସନ ସମୟରେ ହଜି ଯାଇଛି । ନ୍ୟୁମେନ ପର୍ଥଠାରୁ ପାଖାପାଖି ୧୨୦୦ କିମି ଉତ୍ତର-ପୂର୍ବରେ ଅବସ୍ଥିତ । ତେବେ ଏହି ଘଟଣାଟି କିମ୍ବରଲୀର ଏକ ଛୋଟ ସହରରେ ଘଟିଥିବା ତେବେ ଏକ ଏଜେନ୍ସି ସୂତ୍ରରୁ ଜଣାପଡ଼ିଛି ।

ଏହି ରେଡିଓଆକ୍ଟିଭ କ୍ୟାପସୁଲକୁ ଖନନ କାର୍ଯ୍ୟରେ ଗେଜ ଭିତରେ ଉପଯୋଗ କରାଯାଇଥାଏ । ଏହି ପଦାର୍ଥର ସମ୍ପର୍କରେ ଆସିବା ପରେ ଜଣେ ଜଳିଯିବ ବା ଗମ୍ଭୀର ବୀମାରୀରେ ସଂକ୍ରମିତ ହୋଇପାରେ । ଗୋଟିଏ ଖାଦାନରୁ ଭଣ୍ଡାରଣ ସୁବିଧା ପାଇଁ ଏକ ଟ୍ରକରେ ଏହି କ୍ୟାପସୁଲକୁ ନିଆଯାଉଥିଲା ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଯଦି ଏହି କ୍ୟାପସୁଲ ଶରୀର ପାଖରେ ରଖାଯାଏ, ତେବେ ତାହା ଚର୍ମକୁ ଜାଳିଦେବ । ଏପରିକି ମୃତ୍ୟୁ ମଧ୍ୟ ଘଟିପାରେ । ଏହା ପରିବେଶର ଅନେକ କ୍ଷତି କରିବା ସହିତ କ୍ୟାନସର ଆଶଙ୍କାକୁ ବଢ଼ାଇଥାଏ ।

Get real time updates directly on you device, subscribe now.