fbpx

ନୂଆ ଆକ୍ରାନ୍ତଙ୍କ ସୂଚନା ଦେଲେ ସରକାର

ଭୁବନେଶ୍ୱର, ୫ା୫(ଓଡ଼ିଶା ଭାସ୍କର): ଆଜି ସକାଳେ ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତ ଜଣକ ତଥ୍ୟ ଦେଇଛନ୍ତି ରାଜ୍ୟ ସରକାର । ଗଞ୍ଜାମରେ ଚିହ୍ନଟ ହୋଇଥିବା ଆକ୍ରାନ୍ତ ସୁରଟ ଫେରନ୍ତା ବୋଲି ଜଣାପଡ଼ିଛି । ଆକ୍ରାନ୍ତ ଜଣକ ୧୮ବର୍ଷିୟ ଯୁବକ ଏବଂ ସେ କ୍ୱାରେଣ୍ଟିନରେ ଥିଲେ । କ୍ୱାରେଣ୍ଟିନ ଥିବା ସମୟରେ ନମୁନା ପରୀକ୍ଷା ପରେ ତାଙ୍କ ରିପୋର୍ଟ ପଜିଟିଭ୍ ଆସିଥିଲା ।ତେଣୁ ପ୍ରଶାସନ ପକ୍ଷରୁ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ଉଲ୍ଲେଖଯୋଗ୍ୟ ଯେ ରାଜ୍ୟରେ ୧୭୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Get real time updates directly on you device, subscribe now.