fbpx

ଆହୁରି ସଶକ୍ତ ହେଲା ଭାରତୀୟ ନୌସେନା, ସମୁଦ୍ରକୁ ଓହ୍ଲାଇଲା ଆଇଏନ୍‌ଏସ୍‌ ବିଶାଖାପାଟନମ୍‌

ମୁମ୍ବାଇ,: ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଆଇଏନ୍‌ଏସ୍‌ ବିଶାଖାପାଟନମ୍‌ ଭାରତୀୟ ନୌସେନାରେ ସାମିଲ ହୋଇଛି । ରବିବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ରାଜନାଥ ସିଂହ ଏହି ସମାରୋହରେ ଯୋଗଦେଇ ଏହାକୁ ନୌସେନାରେ ସାମିଲ କରାଇଛନ୍ତି । ବିଧ୍ୱଂସୀ ହତିଆର, ମିଶାଇଲ ଲେସ୍‌ରେ ଏହା ନିର୍ମିତ ହୋଇଛି । ବାୟୁସେନା ଆକ୍ରମଣରୁ ବର୍ତ୍ତିବା ପାଇଁ ଏଥିରେ ୩୨ ବାରାକ୍‌ ମିଶାଇଲ ଖଞ୍ଜାଯାଇଛି । ଏଥିସହ ୭୬ ଏମ୍‌ଏମ୍‌ ସୁରର ଗନ୍‌ ମଧ୍ୟ ରହିଛି । ସମୁଦ୍ର ତଟରେ ସମ୍ମୁଖରୁ ଆସୁଥିବା ସମସ୍ତ ଶତ୍ରୁଙ୍କୁ ଧ୍ୱଂସ କରିବାର କ୍ଷମତା ଏହି ମିଶାଇଲ ରଖିଛି ।

ଏହାର ଓଜନ ୭ ହଜାର ୪୦୦ ଟନ୍‌ ହୋଇଥିବାବେଳେ ଏହାର ଲମ୍ବ ୧୬୩ ମିଟର ଓ ଚଉଡା ୧୭ ମିଟର । ଘଣ୍ଟାକୁ ଏହା ୫୫.୫୬ କି.ମି. ବେଗରେ ଗତି କରିବ । ଭାରତର ଓ ଇସ୍ରାଏଲ ସମ୍ମିଳିତ ଉଦ୍ୟମରେ ଏହାକୁ ନିର୍ମାଣ କରାଯାଇଥିବା ବେଳେ ଏଥିରେ ୭୫ ପ୍ରତିଶତ ସ୍ୱଦେଶୀ ଜ୍ଞାନକୌଶଳ ସ୍ଥାନ ପାଇଛି । ଆଇଏନ୍‌ଏସ୍‌ ବିଶାଖାପାଟନମ୍‌ ସାମିଲ ହେବାପରେ ଭାରତୀୟ ନୌସେନା ଅଧିକ ଶକ୍ତିଶାଳୀ ହୋଇଛି ।

Get real time updates directly on you device, subscribe now.