fbpx

Instagram ୟୁର୍ଜସଙ୍କ ପାଇଁ ଦୁଃଖ ଖବର, ଟିକଟକ୍ ବ୍ୟାନ ପରେ ଏବେ ଇନଷ୍ଟାଗ୍ରାମ ମଧ୍ୟ ବନ୍ଦ କରିବାକୁ ଯାଉଛି ଏହି ଫିଚର

Advertisement

ନୂଆଦିଲ୍ଲୀ: ଭାରତରେ ଟିକ ଟକ ବ୍ୟାନ ହେବା ପରେ ୟୁର୍ଜସ ମାନେ ଖୁବ ଇନଷ୍ଟାଗ୍ରାମ ପସନ୍ଦ ଆଉ ବ୍ୟବହାର କରୁଛନ୍ତି । କାରଣ ଏଥିରେ ଥିବା ବିଭିନ୍ନ ଫିଚର ବର୍ତ୍ତମାନର ଯୁବ ପିଢ଼ୀ ମାନଙ୍କୁ ଖୁବ ଆକର୍ଷଣ କରୁଛି । ତେବେ ଏହା ଭିତରେ ଇନଷ୍ଟାଗ୍ରାମ ବ୍ୟବହାରକାରୀ ମାନଙ୍କ ପାଇଁ ଏକ ଦୁଃଖଦ ଖବର ଆସି ପହଞ୍ଚିଛି । ଆସନ୍ତା ମାସ ଠାରୁ ଇନଷ୍ଟାଗ୍ରାମ ତାର ଏକ ଫିଚର ବନ୍ଦ କରିବାକୁ ଯାଉଛି । ତେବେ କମ୍ପାନୀ ଏହା ଘୋଷଣା ମଧ୍ୟ କରି ଦେଇଛି ।

ତେବେ କମ୍ପାନୀ ଇନଷ୍ଟାଗ୍ରାମରୁ ଲାଇଭ ସପିଙ୍ଗର ଅନୁଭବ ଜଣେଇବା ଉପରେ ପ୍ରତିବନ୍ଧକ ଲଗାଇଛି । ଅର୍ଥ ଆପଣ ଲାଇଭରେ କୌଣସି ସାମଗ୍ରୀର ଏକ୍ସପେରିଏନ୍ସ ସୂଚନା ଦେଇପାରିବେ ନାହିଁ । । କମ୍ପାନୀର ସୂଚନାଅନୁସାରେ ମାର୍ଚ୍ଚ ୧୬ ରୁ କମ୍ପାନୀ ତାର ଏହି ଫିଚର ବନ୍ଦ କରିବାକୁ ଯାଉଛି ।

ସୂଚନା ଦେଇ କମ୍ପାନୀ କହିଛି ଯେ ୧୬ ମାର୍ଚ୍ଚ ପରେ ୟୁର୍ଜସ ମାନେ ଇନଷ୍ଟାଗ୍ରାମରେ ଲାଇଭ ବ୍ରଡକାଷ୍ଟ ସମୟରେ ପ୍ରଡକ୍ଟ କୁ ଟ୍ୟାଗ କରିପାରିବେ ନାହିଁ । ତେବେ ଏହି ସୂଚନା ଇନଷ୍ଟାଗ୍ରାମର ସର୍ପୋଟ ପେଜରେ ଦିଆଯାଇଛି । ଏବେ ୟୁର୍ଜସ ମାନେ ଲାଇଭରେ ଥିବା ବେଳେ ବ୍ରଡକାଷ୍ଟ କରି ପାରିବେ ନାହିଁ ବୋଲି ସୂଚନା ଦିଆଯାଇଛି । କିନ୍ତୁ ଯଦି ବିଜନେସ ପେଜରେ ଲିଙ୍କ ଦିଆଗଲା ତାହା ହେଲେ ୟୁର୍ଜସ ସାମଗ୍ରୀ କିଣି ପାରିବେ ।

ତେବେ ଏହା ଛଡା ଅନ୍ୟ କୌଣସି ଫିଚରରେ ପରିବର୍ତ୍ତନ ଆସିବ ନାହିଁ ବୋଲି କମ୍ପାନୀ ସୂଚନା ଦେଇଛନ୍ତି । ଏହି ଅସୁବିଧାରୁ ବର୍ତ୍ତିବା ପାଇଁ କମ୍ପାନୀ ଏବେ ଲାଇଭ ବ୍ରଡକାଷ୍ଟ ସମୟରେ ରିସେଡ୍ୟୁଲ କିମ୍ବା Q/A ଲାଇଭ କରାଇବା ପାଇଁ କହିଛି ।

Get real time updates directly on you device, subscribe now.