fbpx
BJD SKY
BJD SKY

Instagram ରେ ବଗ୍ ଖୋଜି ପାଇଲେ ପୁରସ୍କାର: ହ୍ୟାକ୍ ହେବାରୁ ରକ୍ଷା ପାଇଲା କୋଟି କୋଟି ଆକାଉଣ୍ଟ

BJD

ନୂଆଦିଲ୍ଲୀ: ଆଜିକାଲି ସୋସିଆଲ ମିଡିଆ ସମସ୍ତଙ୍କର ଅତି ଜରୁରୀ ହୋଇପଡ଼ିଛି । ଲୋକମାନେ ଅନେକ ତଥ୍ୟ ମଧ୍ୟ ଏଥିରେ ସେୟାର କରୁଛନ୍ତି  । ଆଉ ଏମିତିରେ ଏହାର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି । ତେବେ ଏହାରି ମଧ୍ୟରେ ଜଣେ ଯୁବକ ଇନଷ୍ଟାଗ୍ରାମରେ ଏକ ବଗ୍ ଖୋଜି ପୁରସ୍କୃତ ହୋଇଛନ୍ତି । ସେ ଖୋଜିଥିବା ବଗ୍ ଯୋଗୁଁ କୋଟି କୋଟି ୟୁଜର୍ସଙ୍କ ଆକାଉଣ୍ଟ ହ୍ୟାକ୍ ହେବାରୁ ବର୍ତ୍ତିଯାଇଛି ।

ଜୟପୁରର ନୀରଜ ଶର୍ମା ନାମକ ଜଣେ ଛାତ୍ର ଇନଷ୍ଟାଗ୍ରାମରୁ ୩୮ ଲକ୍ଷ ପୁରସ୍କାର ପାଇଛନ୍ତି । ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମ ତାଙ୍କୁ ଏହି ପୁରସ୍କାର ଦେଇଛି । କୋଟି କୋଟି ଲୋକଙ୍କ ଆକାଉଣ୍ଟ ହ୍ୟାକ୍ ହେବାରୁ ବଞ୍ଚାଇବା କାରଣରୁ ତାଙ୍କୁ ଏହି ପୁରସ୍କାର ମିଳିଛି । ସୂଚନା ଅନୂଯାୟୀ, ଶର୍ମା ଇନଷ୍ଟାଗ୍ରାମରେ ଏକ ବଗ୍ ପାଇଥିଲେ । ଏହି ବଗ୍ ଯୋଗୁଁ କୌଣସି ବି ୟୁଜରଙ୍କ ଆକାଉଣ୍ଟ ବିନା ଲଗଇନରେ ଥମ୍ବନେଲ୍ ବଦଳାଯାଇପାରିବ । ନୀରଜ ଏହା ଜାଣିବା ପରେ ଫେସବୁକ୍ ଏବଂ ଇନଷ୍ଟାଗ୍ରାମକୁ ଏନେଇ ଅବଗତ କରାଇଥିଲେ ଏବଂ ଏହା ଠିକ୍ ବୋଲି ଜଣାପଡ଼ିବା ପରେ ତାଙ୍କ ଏହି ପୁରସ୍କାର ମିଳିଥିଲା ।

ନୀରଜ କହିଛନ୍ତି ଯେ ଏହି ବଗ୍ ଦ୍ୱାରା ରିଲ୍ସ ଭିଡିଓର ଥମ୍ବନେଲ୍ କୌଣସି ଆକାଉଣ୍ଟରୁ ବଦଳାଇହୋଇପାରିବ । ଚାହେ ଆପଣ ଯେତେବି ଷ୍ଟ୍ରଙ୍ଗ୍ ପାସୱାର୍ଡ ଦିଅନ୍ତୁ ନା କାହିଁକି । ତେବେ ସେ କହିଛନ୍ତି ଏନେଇ ସେ  ଜାନୁଆରୀ ମାସରେ ଫେସବୁକ୍ କୁ ଅବଗତ କରାଇଥିଲେ ଏବଂ ଯାହାପରେ ଫେସବୁକ୍ ତରଫରୁ ଏହାର ଏକ ଡେମୋ ଦେଖାଇବାକୁ କୁହାଯାଇଥିଲା । ନୀରଜ ଏକ ୫ ମିନିଟ୍ ର ଡେମୋ ମଧ୍ୟ ଦେଖାଇଥିଲେ । ଯାହାପରେ ମେ ମାସରେ ତାଙ୍କର ରିପୋର୍ଟକୁ ଆପ୍ରୁଭ କରାଯାଇଥିଲା ଏବଂ ତାଙ୍କୁ ଏହି ବଗ୍ ଖୋଜିଥିବା ଯୋଗୁଁ ଇନଷ୍ଟାଗ୍ରାମ ୪୫ ହଜାର ଡଲାର ଅର୍ଥାତ୍ ପ୍ରାୟ ୩୫ ଲକ୍ଷ ଟଙ୍କା ପୁରସ୍କାର ଏବଂ ଫେସବୁକ୍ ୪୫୦୦ ଡଲାର ବା ୩ ଲକ୍ଷ ଟଙ୍କା ପୁରସ୍କାର ଭାବରେ ଦେଇଛି ।

Get real time updates directly on you device, subscribe now.