fbpx

Smartphone ରୁ MMS ଲିକ ହେବାର ମୁଖ୍ୟ କାରଣ କ’ଣ ? କେବେ ବି କରନ୍ତୁନି ଏହି ଭୁଲ

ନୂଆଦିଲ୍ଲୀ: ମୋହାଲୀର ପ୍ରାଇଭେଟ ୟୁନିଭର୍ସିଟି ଛାତ୍ରୀଙ୍କ ଲିକ ହୋଇଥିବା ଭିଡିଓକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା ଜୋର ଧରିଛି । ଏହି ଘଟରାରେ କିଛି ଅପରାଧୀଙ୍କୁ ଗିରଫ କରାଯାଇଥିବା ବେଳେ ଆଉ କିଛି ଦୋଷୀଙ୍କୁ ଖୋଜୁଛି ପୋଲିସ । ସେପଟେ ଲୋକଙ୍କ ମନରେ ଅନେକ ପ୍ରଶ୍ନ ମଧ୍ୟ ଉଠିଛି । କେମିତି ଲିକ୍ ହୋଇଥାଏ ସ୍ମାର୍ଟଫୋନରେ ଥିବା ପ୍ରାଇଭେଟ ଭିଡିଓ କିମ୍ବା MMS । ଆସନ୍ତୁ ଜାଣିବା ଏହାର ଉତ୍ତର….

ସ୍ମାର୍ଟଫୋନରୁ କୌଣସି ଭିଡିଓ ଲିକ୍ ହେବା ପାଇଁ ଗୋଟିଏ କାରଣ ନଥାଏ । ବିଭିନ୍ନ କାରଣ ଯୋଗୁଁ ମୋବାଇଲରୁ ପ୍ରାଇଭେଟ ଭିଡିଓ ଏବଂ MMS ଲିକ ହୋଇଯାଏ । ପ୍ରଥମ କାରଣ ହେଉଛି କେହି ଜଣେ ଏହି ଭିଡିଓକୁ ଜାଣି ଜାଣି କୌଣସି ୱେବସାଇଟରେ ଅପଲୋଡ କରିଥାଏ । ପ୍ରାୟତଃ ପ୍ରେମୀଯୁଗଳଙ୍କ ମଧ୍ୟରେ ସମ୍ପର୍କ ଭାଙ୍ଗି ଗଲେ ବା ବ୍ରେକ-ଅପ୍ ହେବା ପରେ ଏଭଳି ଘଟଣା ଘଟିଥାଏ । ତେବେ ଏହି କାରଣ ଖୁବ ସାଧାରଣ, କିନ୍ତୁ ଏହା ବ୍ୟତୀତ ଅନେକ ଟେକ୍ନିକାଲ କାରଣ ମଧ୍ୟ ରହିଛି ।

ଥାର୍ଡ ପାର୍ଟି ଆପ ଗୁଡିକରୁ ସାବଧାନ:

ଏହି ଆପଗୁଡିକର ବ୍ୟବହାର କରିବା ଦ୍ୱାରା କେବେ ଆପଣଙ୍କର ପ୍ରାଇଭେଟ ଭିଡିଓ ଲିକ ହୋଇଯିବ ତାହା ଆପଣଙ୍କୁ ଜଣାପଡିବ ନାହିଁ । ଏସବୁ ଆପ୍ ବିଭିନ୍ନ ପ୍ରକାରର ପରମିଶନ ନେଇଥାନ୍ତି, ଯାହାଫଳରେ ଡିଭାଇସର ଫାଇଲ ଆକ୍ସେସ ମଧ୍ୟ ପାଇଯାଇଥାନ୍ତି ଏହି ଆପ୍ । ଏହାପରେ ଫାଇଲଗୁଡିକୁ କମାଣ୍ଡ ଏବଂ କଣ୍ଟ୍ରୋଲରେ ସେଣ୍ଡ କରି ଦେଇଥାନ୍ତି । ତେବେ ଏହାପରେ ଭିଡିଓଗୁଡିକୁ ପର୍ଣ୍ଣ ସାଇଟରେ ଲିକ୍ କରି ଦିଆଯାଏ । ତେଣୁ ଏଥିରୁ ବଞ୍ଚିବା ପାଇଁ ଥାର୍ଡ ପାର୍ଟି ଆପ୍ ବ୍ୟବହାର କରିବା ପୂର୍ବରୁ ଏହାକୁ ସଠିକ ଭାବରେ ଯାଞ୍ଚ କରି ନିଅନ୍ତୁ ।

ଫୋନ ବିକ୍ରି କରିବା ପୂର୍ବରୁ ଧ୍ୟାନ ଦିଅନ୍ତୁ:

ଅନେକ ସମୟରେ ମୋବାଇଲ ଫୋନ ଅନ୍ୟକୁ ବିକ୍ରି କରିବା ସମୟରେ ମଧ୍ୟ ଏହି ଫାଇଲ ସବୁ ଲିକ୍ ହୋଇଥାଏ । ପ୍ରାୟତଃ ଫୋନକୁ ଫର୍ମାଟ କରି ଆମେ ବିକ୍ରି କରି ଦେଇଥାଉ । କିନ୍ତୁ ଏହାକୁ ପୁଣି ଥରେ ରିକଭର ମଧ୍ୟ କରାଯାଇପାରେ । ତେଣୁ ସମସ୍ତ ଫାଇଲକୁ ଡିଲିଟ କରିବା ଉଚିତ । ଫଳରେ ଏସବୁ ପୁଣିଥରେ ରିକଭର କରି ହେବ ନାହିଁ ।

Get real time updates directly on you device, subscribe now.