fbpx

Video: ଫଟୋ ଉଠାଇବା ପାଇଁ ସୁନୀଲ ଛେତ୍ରୀଙ୍କୁ ସାଇଡ୍ କଲେ ରାଜ୍ୟପାଳ, ଅସନ୍ତୋଷ ପ୍ରକାଶ କଲେ ପ୍ରଶଂସକ

କୋଲକାତା: ଗତକାଲି ଅନୁଷ୍ଠିତ ଡୁରାଣ୍ଡ କପ୍ ଫାଇନାଲ ମ୍ୟାଚ୍‌ରେ ବେଙ୍ଗାଲୁରୁ ଏଫସି ବିଜୟ ହାସଲ କରିଛି। ମୁମ୍ବାଇ ସିଟି ଏଫସିକୁ ୨-୧ରେ ପରାସ୍ତ କରି ପ୍ରଥମ ଥର ପାଇଁ ଡୁରାଣ୍ଡ କପ ଟାଇଟଲ ହାସଲ କରିଛି ବେଙ୍ଗାଲୁରୁ ଏଫସି। କିନ୍ତୁ ଏହି ମ୍ୟାଚ୍ ଅପେକ୍ଷା ଅଧିକ ଆଲୋଚନା ମ୍ୟାଚ୍ ଶେଷ ପରେ ପୁରସ୍କାର ପ୍ରଦାନ ସମୟର ଏକ ଭିଡିଓ ନେଇ ହେଉଛି। ମ୍ୟାଚ୍ ପରେ ଯେତେବେଳେ ଟ୍ରଫି ବିଜୟୀ ଦଳକୁ ଦିଆଯାଉଥିଲା ସେହି ସମୟରେ ବେଙ୍ଗାଲୁରୁ ଏଫ୍‌ସି ଅଧିନାୟକ ମଞ୍ଚ ଉପରେ ଉପସ୍ଥିତ ଥିଲେ।

ଏହା ପରେ ଫଟୋ ଉଠାଇବା ସମୟର ଏକ ଫଟୋ ଖୁବ୍ ଭାଇରାଲ ହୋଇଛି। ଯେଉଁଥିରେ ପଶ୍ଚିମବଙ୍ଗ ରାଜ୍ୟପାଳ ଏଲ୍. ଗଣେଶନ ଫଟି ଉଠାଇବା ପାଇଁ ଏତେ ଉତ୍‌ଫୁଲିତ ହୋଇଯାଇଥିଲେ ଯେ, ଏହି ସମୟରେ ସେ ସୁନିଲ ଛେତ୍ରୀଙ୍କୁ ସାଇଡ୍ କରୁଥିବା ନଜର ଆସିଛନ୍ତି। ଏହି ଭିଡିଓ ଭାଇରାଲ ହେବା ପରେ ପ୍ରଶଂସକମାନେ ସେମାନଙ୍କର ଆକ୍ରୋଶ ପ୍ରକାଶ କରିଥିଲେ।

ଏହି ଭିଡିଓ ଭାଇରାଲ ହେବାପରେ ନା କେବଳ ସୁନିଲ ଛେତ୍ରୀଙ୍କ ପ୍ରଶଂସକ, ଅନେକ ସେଲିବ୍ରୋଟିମାନେ ମଧ୍ୟ ଏହା ଉପରେ ନିଜର ପ୍ରତିକ୍ରିୟା ଦେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ପୁର୍ବତ୍ତନ କ୍ରିକେଟର ତଥା ଭାସ୍ୟକାର ଆକାଶ ଚୋପ୍ରା ଏହାକୁ ଲଜ୍ଜାଜନକ କହିଥିବା ବେଳେ ସୁନିଲ ଛେତ୍ରୀ ଆହୁରି ଭଲ ବ୍ୟବହାର ପାଇବା ଯୋଗ୍ୟ। ଏହା ସହିତ କିଛି ପ୍ରଶଂସକଙ୍କ ରାଜ୍ୟପାଳ ସୁନିଲ ଛେତ୍ରୀଙ୍କୁ କ୍ଷମା ମାଗିବା ଉଚିତ୍ ବୋଲି କହିଛନ୍ତି।

Get real time updates directly on you device, subscribe now.