fbpx

Brahmastra କୁ ଆଉ ଏକ ସଫଳତା: ‘ଦ କାଶ୍ମୀର ଫାଇଲ୍ସ’କୁ ଟପିଲା, ନର୍ଦ୍ଦେଶକ ଦେଲେ ଏମିତି ରିଆକ୍ସନ

ମୁମ୍ବାଇ: ବଲିଉଡରେ ଏବେ ଦମଦାର ଇନକମ୍ ଜାରି ରଖିଛି ‘ବ୍ରହ୍ମାସ୍ତ୍ର’ । ରିଲିଜ ହେବା ଦିନରୁ ଲଗାତାର ଚର୍ଚ୍ଚାରେ ରହିଛି ରଣବୀର-ଆଲିଆଙ୍କ ଏହି ସୁପରହିଟ ଫିଲ୍ମ । ଇନକମ୍ କ୍ଷେତ୍ରରେ ପ୍ରତିଦିନ ନୂଆ ନୂଆ ରେକର୍ଡ ସୃଷ୍ଟି କରୁଛି ଏହି ସିନେମା । ଏହାରି ଭିତରେ ଆଉ ଏକ ରେକର୍ଡ ନିଜ ନାମରେ କରିଛି ‘ବ୍ରହ୍ମାସ୍ତ୍ର’ । ଏବେ ଏହି ଫିଲ୍ମ ‘ଦ କାଶ୍ମୀର ଫାଇଲ୍ସ’କୁ ଅତିକ୍ରମ କରିସାରିଥିବା ବେଳେ ବର୍ଷର ସବୁଠାରୁ ସଫଳ ସିନେମା ହୋଇଥିବା ନେଇ ଦାବି ହୋଇଛି ।

ଚଳିତ ବର୍ଷ ସବୁଠୁ ଅଧିକ ଆୟ କରିଥିବା ସିନେମା ‘ଦ କାଶ୍ମୀର ଫାଇଲ୍ସ’କୁ ପଛରେ ପକାଇଛି ‘ବ୍ରହ୍ମାସ୍ତ୍ର’ । ଏହାକୁ ନେଇ ରିଆକ୍ସନ ଦେଇଛନ୍ତି ‘ଦ କାଶ୍ମୀର ଫାଇଲ୍ସ’ର ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ । ଏ ନେଇ ସେ ଏକ ଟ୍ୱିଟ କରି ସେ ଲେଖିଛନ୍ତି ଯେ, ‘ବ୍ରହ୍ମାସ୍ତ୍ର ପାର୍ଟ ୧: ଶିବା’ର ଇନକମ୍ ଜୋର ଧରିଛି । ରଣବୀର-ଆଲିଆଙ୍କ ଏହି ସିନେମା ପୂର୍ବରୁ ୨୦୦ କୋଟି କ୍ଲବରେ ସାମିଲ ହୋଇସାରିଛି । ଏହାଭିତରେ ସିନେମାର ଇନକମ୍ ଏବେ ‘ଦ କାଶ୍ମୀର ଫାଇଲ୍ସ’ ସହ ତୁଳନା କରାଯାଉଛି । ଏ ନେଇ ସେ ଏକ ଟ୍ୱିଟ କରି ଏସବୁର ପ୍ରତିକ୍ରିୟା ଦେଇଛନ୍ତି ।

vivek agnihotri, the kashmir files, brahmastra, brahmastra part 1 shiva, ranbir kapoor, alia bhatt, बॉलीवुड, ब्रह्मास्त्र, द कश्मीर फाइल्स

ଏହି ଟ୍ୱିଟରେ ସେ ଲେଖିଛନ୍ତି ଯେ, ହା..ହା..ହା ମତେ ଏହା ଜଣା ନାହିଁ କି ସେମାନେ ‘ଦ କାଶ୍ମୀର ଫାଇଲ୍ସ’କୁ କେମିତି ହରାଇଲେ, ବାଡି ରେ, ପଥର ରେ, ହକି ରେ, ରଡ୍ ରେ, ଏକେ-୪୭ ରେ, ପେଡ ପିଆର ରେ ନା ଇନଫ୍ଲୁଏନ୍ସର ରେ । ବଲିଉଡ ଫିଲ୍ମ ଗୁଡିକୁ ପରସ୍ପର ସହିତ ପ୍ରତିଦ୍ୱନ୍ଦିତା କରିବାକୁ ଦିଆଯାଉ । ମୁଁ ଏହି ମୁର୍ଖତାପୂର୍ଣ୍ଣ ଦୌଡରେ ସାମିଲ ନାହିଁ । ଧନ୍ୟବାଦ…

Get real time updates directly on you device, subscribe now.