fbpx

ଇନଷ୍ଟାଗ୍ରାମ ଡାଉନ୍: ଆକାଉଣ୍ଟ ଖୋଲୁନଥିବାରୁ ଚିନ୍ତାରେ ୟୁଜର୍ସ

ନୂଆଦିଲ୍ଲୀ: ଚାଲୁନି ଇନ୍‌ଷ୍ଟାଗ୍ରାମ, ଅନେକ ୟୁଜର୍ ଆକାଉଣ୍ଟ ଖୋଲୁନଥିବା ଅଭିଯୋଗ କରୁଛନ୍ତି । ଆକାଉଣ୍ଟ ସସପେଣ୍ଡ ହେବା କାରଣରୁ ଅନେକ ୟୁଜର୍ସ ଚିନ୍ତାରେ ପଡ଼ିଯାଇଛନ୍ତି । ଆଉ କିଛି ୟୁଜର୍ସମାନେ ଟ୍ୱିଟରରେ ଆସି ଏହାର ଅଭିଯୋଗ କରୁଛନ୍ତି । ନିକଟରେ ହ୍ୱାଟ୍ସଆପ୍ ପ୍ରାୟ ଦୁଇ ଘଣ୍ଟା ପାଇଁ ଡାଉନ୍ ହୋଇଯାଇଥିଲା । ପ୍ରତ୍ୟେକ ଥର ପରି ଏଥର ମଧ୍ୟ ହ୍ୱାଟ୍ସଆପ୍ କ’ଣ ପାଇଁ ଡାଉନ୍ ହୋଇଯାଇଥିଲା, ଏହାର କାରଣ କହିନାହିଁ ।

ତେବେ ଇନଷ୍ଟାଗ୍ରାମ ଡାଉନ୍ ହେବା ନେଇ ପ୍ରତିକ୍ରିୟା ରଖିଛନ୍ତି ମେଟା କତୃପକ୍ଷ। ମେଟା ସ୍ୱୀକାର କରିଛି ଯେ, ସର୍ଭରରେ କିଛି ସମସ୍ୟା ଦେଖାଦେଇଛି ଏବଂ କମ୍ପାନୀ ଏହି ଘଟଣାର ଉପରେ ଦୃଷ୍ଟି ରଖିଛି। ଟ୍ୱିଟରରେ ଏକ ପୋଷ୍ଟ ମାଧ୍ୟମରେ କମ୍ପାନୀ କହିଛି, ‘ଆମେ ଜାଣୁ ଯେ ଆପଣଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟକୁ ପ୍ରବେଶ କରିବାରେ ଆପଣଙ୍କର କିଛି ସମସ୍ୟା ରହିଛି। ଆମେ ଏହା ଉପରେ ଦୃଷ୍ଟି ରଖିଛୁ ଏବଂ ଅସୁବିଧା ପାଇଁ କ୍ଷମା ପ୍ରାର୍ଥନା କରୁଛୁ।’

Get real time updates directly on you device, subscribe now.