fbpx

ସେୟାର ବଜାରରେ ଟ୍ରେଡର୍ସମାନଙ୍କ ପାଇଁ ବଡ଼ ପଦକ୍ଷେପ ନେଲା ସେବି, ୨୦୨୪ରୁ ଆରମ୍ଭ ହେବ ଇଷ୍ଟାଣ୍ଟ ସେଟେଲମେଣ୍ଟ

ନୂଆଦିଲ୍ଲୀ: ଭାରତୀୟ ସେୟାର ବଜାର ରେଗୁଲେଟର ସେବି ୨୦୨୪ ଅକ୍ଟୋବର ସୁଦ୍ଧା ଟ୍ରେଡର୍ସ ମାନଙ୍କ ପାଇଁ ଇନଷ୍ଟାଣ୍ଟ ସେଟେଲମେଣ୍ଟ ସୁବିଧା କରିବାକୁ ଆଶା କରୁଛି । ବର୍ତ୍ତମାନ ଟ୍ରେଡର୍ସମାନେ ସେଟେଲମେଣ୍ଟ କରିବାର ଗୋଟିଏ ଦିନ ପରେ ସେମାନଙ୍କର ଟଙ୍କା ପାଉଛନ୍ତି । ଇନଷ୍ଟାଣ୍ଟ ସେଟେଲମେଣ୍ଟ ସୁବିଧା ଆସିଲେ ବ୍ୟବସାୟୀମାନେ ସେମାନଙ୍କ ଟଙ୍କା ସଙ୍ଗେସଙ୍ଗେ ପାଇଯିବେ ।

ବିଦେଶୀ ଟ୍ରେଡର୍ସମାନଙ୍କ ପାଇଁ ଇନଷ୍ଟାଣ୍ଟ ସେଟେଲମେଣ୍ଟ ବ୍ୟବସ୍ଥା ଏକ ଅପସନ୍ ହୋଇ ରହିବ, ବାଧ୍ୟତାମୂଳକ ନୁହେଁ । ଏହି ସେଟେଲମେଣ୍ଟ ଟ୍ରେଡ୍ ହେବାର ଏକ ଘଣ୍ଟା ମଧ୍ୟରେ ହେବ, ଏବଂ ଏହା ଆସନ୍ତା ବର୍ଷ ଆରମ୍ଭ ହେବ ।

ଜଣେ ସେବି ଅଧିକାରୀ କହିଛନ୍ତି ଯେ, ଆଶା କରାଯାଉଛି କି ୨୦୨୪ ସୁଦ୍ଧା ଏହି ସୁବିଧା ଆରମ୍ଭ ହୋଇଯିବ, କିନ୍ତୁ ଏକ୍ସଚେଞ୍ଜ ଏବଂ କ୍ଲିଅରିଂ କର୍ପୋରେସନ୍ ପାଇଁ କିଛୀ ସମୟ ଲାଗିବ, ତେବେ ଏଗୁଡ଼ିକରେ ଇନଷ୍ଟାଣ୍ଟ ସେଟେଲମେଣ୍ଟ କରିବା ଦିଗରେ ମଧ୍ୟ କାର୍ଯ୍ୟ କରାଯାଉଛି ।

ଚୀନ୍ ପରେ ଭାରତ ଦ୍ୱିତୀୟ ଦେଶ ଭାବେ ଏହି ସର୍ଟ ସେଟେଲମେଣ୍ଟ ସୁବିଧା ଆରମ୍ଭ କରିବାକୁ ଯାଉଛି । ତେବେ ଅନ୍ୟ ଦଶ ଗୁଡ଼ିକରେ ସେଟେଲେମେଣ୍ଟ ହେବା ପାଇଁ ପ୍ରାୟ ଦୁଇ ଦିନ ସମୟ ଲାଗୁଛି ।

Get real time updates directly on you device, subscribe now.