fbpx

ବିଦ୍ୟାଳୟରେ ସ୍ଥାୟୀ ଅଙ୍ଗନବାଡ଼ି କେନ୍ଦ୍ର ନିର୍ମାଣ ପାଇଁ ନିର୍ଦ୍ଦେଶ

ରାଜ୍ୟରେ ଭଡ଼ାଘରେ ଚାଲିଥିବା ଅଙ୍ଗନବାଡି କେନ୍ଦ୍ର ପାଇଁ ତୁରନ୍ତ ହେବ ସ୍ଥାୟୀ ଘର । ପ୍ରାଥମିକ ସ୍କୁଲ ପରିସରରେ ତିଆରି ହେବ ସ୍ଥାୟୀ ଘର । ତୁରନ୍ତ ସ୍ଥାୟୀ ଘର ନର୍ମାଣ କରିବାକୁ ଜିଲ୍ଲାପାଳମାନଙ୍କୁ ଚିଠି । ସ୍ଥାୟୀ ଅଙ୍ଗନବାଡ଼ି କେନ୍ଦ୍ର କରିବାକୁ ଜିଲ୍ଲାପାଳଙ୍କୁ ଦେଲେ ନିର୍ଦ୍ଦେଶ । ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଓ ସ୍କୁଲ ଓ ଗଣଶିକ୍ଷା ବିଭାଗର ନିଷ୍ପତ୍ତି ।

କିଛି ସ୍ଥାନରେ କମ୍ୟୁନିଟି ହଲ୍ ଓ ଭଡ଼ା ଘରେ ଚାଲିଥିବାରୁ ଉଦବେଗ୍ ଜଣାଇଲେ ସଚିବ । ପ୍ରାଥମିକ ସ୍କୁଲ ପରିସରରେ ଅଙ୍ଗନବାଡ଼ି କେନ୍ଦ୍ର ପାଇଁ ନିୟମ ରହିଛି । ଅନ୍ୟ କୌଣସି ପ୍ରଶାସନିକ ଅଧିକାରୀଙ୍କ ଅନୁମତି ନନେଇ ନିର୍ମାଣ ନିର୍ଦ୍ଦେଶ ଦିଆଯାଇଛି । ବନ୍ଦ ହୋଇଥିବା ପ୍ରାଥମିକ ବିଦ୍ୟାଳୟ ଘର ଉପଯୋଗୀ ଥିଲେ ବ୍ୟବହାର କରିହେବ । କୌଣସି ପିରିସ୍ଥିତିରେ ବାରଣ୍ଡାରେ ଅଙ୍ଗନବାଡ଼ି ନ ଚଲାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।

Get real time updates directly on you device, subscribe now.