fbpx

ଆଇଏମ୍ଏଫର ବଡ଼ ଘୋଷଣା: ବିଶିଷ୍ଟ ଅର୍ଥନୀତିଜ୍ଞ ଗୀତା ଗୋପୀନାଥଙ୍କୁ ମିଳିଲା ପଦୋନ୍ନତି, ଏବେ ଏହି ପଦରେ ହେବ ନିଯୁକ୍ତି

ନୂଆଦିଲ୍ଲୀ: ବିଶିଷ୍ଟ ଅର୍ଥନୀତିଜ୍ଞ ଗୀତା ଗୋପୀନାଥ ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍) ର ପ୍ରଥମ ମ୍ୟାନେଜିଂ ଡାଇରେକ୍ଟର୍ ହେବେ । ଗୁରୁବାର ଦିନ ଆଇଏମ୍ଏଫ୍ ପକ୍ଷରୁ ଏନେଇ ଘୋଷଣା କରାଯାଇଛି । ୨୦୨୨ ଜାନୁଆରୀ ୨୧ରୁ ଗୋପୀନାଥ ଏହି ବଡ଼ ପଦବୀ ଗ୍ରହଣ କରିବେ । ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ପକ୍ଷରୁ କୁହାଯାଇଛି ଯେ, ସଂଗଠନର ବର୍ତ୍ତମାନର ପ୍ରଥମ ଡେପୁଟି ମ୍ୟାନେଜିଂ ଡାଇରେକ୍ଟର ଜିଓଫ୍ରେ ଓକାମୋଟୋ ଆସନ୍ତା ବର୍ଷ ପ୍ରାରମ୍ଭରେ ତାଙ୍କ ପଦରୁ ଇସ୍ତଫା ଦେବେ ଏବଂ ତାଙ୍କ ସ୍ଥାନରେ ଆଇଏମଏଫର ମୁଖ୍ୟ ଅର୍ଥନୀତିଜ୍ଞ ଭାବରେ କାର୍ୟ୍ୟରତ ଥିବା ଗୀତା ଗୋପୀନାଥ ପଦବୀ ମଣ୍ଡନ କରିବେ ।

ତିନି ବର୍ଷ ଧରି ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠିରେ ମୁଖ୍ୟ ଅର୍ଥନୀତିଜ୍ଞ ଭାବରେ କାର୍ୟ୍ୟ କରୁଥିବା ଗୋପୀନାଥ ଜାନୁୟାରୀ ୨୦୨୨ ରେ ହାର୍ଭାର୍ଡ ବିଶ୍ୱବିଦ୍ୟାଳୟରେ ପୁଣିଥରେ ଏକାଡେମିକ୍ କାର୍ୟ୍ୟ ଆରମ୍ଭ କରିବାର ଥିଲା, କିନ୍ତୁ ତାଙ୍କୁ ପ୍ରଥମ ଡେପୁଟି ମ୍ୟାନେଜିଂ ଡାଇରେକ୍ଟର ଭାବରେ ପଦୋନ୍ନତି ଦିଆଗଲା ।

 

Get real time updates directly on you device, subscribe now.