fbpx

ଜିଭରେ ହେଉଛି କି ଏଭଳି ପରିବର୍ତ୍ତନ ତେବେ ହୋଇଯାଆନ୍ତୁ ସାବଧାନ, ଦେଖା ଦେଇପାରେ ଏହି ରୋଗ

ଓଡ଼ିଶା ଭାସ୍କର ବ୍ୟୁରୋ: ଯେତେବେଳେ ଆପଣ ମାନେ ରୋଗାକ୍ରାନ୍ତ ହୋଇ ଡାକ୍ତରଙ୍କ ପାଖକୁ ଯାଇଥାନ୍ତି ସେତେବେଳେ ଡାକ୍ତର ଜିଭ ଦେଖାଇବାକୁ କୁହନ୍ତି । ଛୋଟ ବେଳେ ଏହିଭଳି କିଛି ଆପଣ ମାନେ ନିଶ୍ଚୟ ଦେଖିଥିବେ । ହେଲେ କଣ ଆପଣ ଜାଣିଛନ୍ତି କି ଡାକ୍ତର ଏପରି କାହିଁକି କରନ୍ତି? ଜିଭରେ ଛୋଟ ରୁ ଛୋଟ ପରିବର୍ତ୍ତନ ଶରୀରରେ ଅନେକ ରୋଗର ସଂକେତ ଦେଇଥାଏ । ଏହି କାରଣରୁ ଡାକ୍ତର ମାନେ ପ୍ରଥମେ ଜିଭ ଦେଖାଇବାକୁ କହିଥାନ୍ତି । ଜିଭର ରଙ୍ଗ ଆଧାରରେ ରୋଗୀଙ୍କୁ ଔଷଧ ଦିଆଯାଇଥାଏ । ଏହା ଅନେକ ରିସର୍ଚ୍ଚରୁ ଜଣାପଡ଼ିଛି । ଡାଇବେଟିସ୍ କିମ୍ବା କ୍ୟାନସର୍ ଭଳି ରୋଗର ସଂକେତ ଜିଭରୁ ମିଳିଯାଇଥାଏ । ଅର୍ଥାତ୍ ଜିଭର ରଙ୍ଗରୁ ରୋଗକୁ ଚିହ୍ନଟ କରାଯାଇପାରିବ । ତାହେଲେ ଚାଲନ୍ତୁ ଜାଣିବା ଜିଭରେ କେଉଁ କେଉଁ ପରିବର୍ତ୍ତନ ରୋଗର ସଂକେତ ଦେଇଥାଏ ।

ଜିଭ କଳା ହେବା

କିଛି ଲୋକଙ୍କ ଜିଭ କଳା ହୋଇଯାଇଥାଏ । ଏହିପରି ସେତେବେଳେ ହୋଇଥାଏ ଯେତେବେଳେ ଆପଣ ଆଣ୍ଟାସିଡ୍ ଟାବଲେଟ୍ ନେଇଥାନ୍ତି । ଆଣ୍ଟାସିଡ୍ ରେ ବିସ୍ମଥ୍ ରହିଥାଏ । ଯାହା ଜିଭର ଉପର ପରସ୍ଥରେ ଫସିରହିଯାଏ । ତେଣୁ ଏହା କୌଣସି ଗମ୍ଭୀର ବିଷୟ ନୁହେଁ ପାଟିକୁ ସଠିକ୍ ଭାବରେ ସଫା ରଖିଲେ ଏହା ଗାୟବ୍ ହୋଇଯିବ । ଆଉ ଯଦି ଆପଣ ଆଣ୍ଟାସିଡ୍ ସେବନ ନ କରି ମଧ୍ୟ ଜିଭ କଳା ପଡ଼ୁଛି ତେବେ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ ।

ଜିଭର ରଙ୍ଗ ଲାଲ୍ ହେବା

ଅନେକ ସମୟରେ ଜିଭ ଗୋଲାପୀରୁ ଲାଲ୍ ଦେଖାଯାଇଥାଏ । ଏହାର ଚିନ୍ତାର କାରଣ ପାଲଟିଯାଏ । ଏହା କୱୋସାକୀ ରୋଗର ସଂକେତ ହୋଇପାରେ । ଏହା ବ୍ୟତୀତ ଭିଟାମିନ୍-ସିର ଅଭାବ ଯୋଗୁଁ ମଧ୍ୟ ଏପରି ଜିଭ ରଙ୍ଗ ବଦଳିପାରେ । ତେବେ ଏହି କାୱାସରକୀ ରୋଗ ଛୋଟ ପିଲାଙ୍କ ଠାରେ ଦେଖାଯାଇଥାଏ ।

ଜିଭରେ ଘା’ ହେବା

ଜିଭରେ ଘା ବାହାରିବା ଆଦୌ ଭଲ ସଂକେତ ନୁହେଁ । ଖାଦ୍ୟ ଖାଇବା ସମୟରେ କିମ୍ବା ଢ଼ୋକିବା ସମୟରେ ଏଥିରେ ଯନ୍ତ୍ରଣା ଅନୁଭବ ହେଲେ ଏହା କ୍ୟାନସର୍ ର ସଂକେତ ହୋଇପାରେ । ଏପରି ସ୍ଥଳରେ ତୁରନ୍ତ ଡାକ୍ତରଙ୍କ ସହିତ ପରାମର୍ଶ କରିବା ଉଚିତ୍ ।

ଜିଭରେ ପୋଡାଜଳା ହେବା

ଯଦି ଆପଣଙ୍କ ଜିଭ କୌଣସି କାରଣରୁ ପୋଡ଼ାଜଳା ହେଉଛି ତେବେ ଏହା କୌଣସି ଏକ ରୋଗ ଆଡ଼କୁ ଇସାରା କରିଥାଏ । ସାଧାରଣତଃ ଏହା ଏସିଡିଟି କାରଣରୁ ହୋଇଥାଏ । ହେଲେ ବେେଳେ ବେଳେ ସ୍ନାୟୁ ସମ୍ବନ୍ଧୀୟ ରୋଗ ଯୋଗୁଁ ଏପରି ପୋଡ଼ାଜଳା ହୋଇପାରେ ।

Get real time updates directly on you device, subscribe now.