fbpx

Omicron ଯୋଗୁଁ ପୁଣି ଫେରିଲା Lockdown ଯୁଗ: ଦକ୍ଷିଣ ଆଫ୍ରିକାର ପରିସ୍ଥିତି ସଙ୍ଗୀନ, ବିଶ୍ୱ ପାଇଁ ସତର୍କ ଘଣ୍ଟି

ନୂଆଦିଲ୍ଲୀ: କରୋନାର ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ସମଗ୍ର ବିଶ୍ୱ ଥରହର ହେବାରେ ଲାଗିଛି । ପୂର୍ବରୁ ଏକାଧିକ ଭାରିଆଣ୍ଟ ସାମନାକୁ ଆସିଥିବା ବେଳେ ବର୍ତ୍ତମାନ ଓମିକ୍ରନକୁ ନେଇ ଅଧିକ ଚର୍ଚ୍ଚା ଚାଲିଛି । କାରଣ ଏହା ୩୦ଟି ମ୍ୟୁଟେସନ ସୃଷ୍ଟି କରିଥିବା ନେଇ ବୈଜ୍ଞାନିକମାନେ ପୂର୍ବରୁ ମତ ଦେବା ସହ ଅଧିକ ଭୟଙ୍କର ହେବ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ପକ୍ଷରୁ ଚେତାବନୀ ଦିଆଯାଇଥିଲା । ତେବେ ଦକ୍ଷିଣ ଆଫ୍ରିକାରୁ ଓମିକ୍ରନ ପ୍ରଥମେ ଚିହ୍ନଟ ହୋଇଥିବାରୁ ସେଠାକାର ପରିସ୍ଥିତି ବର୍ତ୍ତମାନ ସବୁଠାରୁ ବେଶି ସଙ୍ଗୀନ ଅବସ୍ଥାରେ ରହିଛି । ତେବେ ବର୍ତ୍ତମାନ ସେଠାରେ ଲେବଲ ୱାନ ଲକଡାଉନ ଲାଗୁ କରାଯାଇଛି । ଯଦି ଆଗକୁ ପରିସ୍ଥିତି ଅଣାୟତ୍ତ ହୁଏ, ତେବେ ସେଠାରେ ମୋଟ ପାଞ୍ଚ ପ୍ରକାର ଲକଡାଉନ ଲାଗୁ ହୋଇପାରେ ବୋଲି କୁହାଯାଇଛି ।

ବର୍ତ୍ତମାନ ଦକ୍ଷିଣ ଆଫ୍ରିକାର ସ୍ଥିତି ବହୁତ ଖରାପ ଥିବାରୁ ବିଭିନ୍ନ ଦେଶ ପକ୍ଷରୁ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ଉପରେ କଟକଣା ଲାଗୁ କରାଯାଇଛି । ଆମେରିକା, କାନାଡ଼ା, ବ୍ରାଜିଲ, ଥାଇଲାଣ୍ଡ, ଅଷ୍ଟ୍ରେଲିଆ, ସିଙ୍ଗାପୁର ଆଦି ରାଷ୍ଟ୍ର ଏହି ଲିଷ୍ଟରେ ସାମିଲ ହୋଇଛନ୍ତି । ଭାରତ ସରକାରଙ୍କ ପକ୍ଷରୁ ମଧ୍ୟ ଅନୁରୂପ ଭାବେ କଠୋର ପଦକ୍ଷେପ ଗ୍ରହଣ କରାଯାଇଛି । ତେବେ ପ୍ରଥମ ଶ୍ରେଣୀ ଲକଡାଉନ ଲାଗୁ ହେବା ପରେ ପରେ ବ୍ୟବସାୟୀଙ୍କ ବେପାର ଠପ୍ ହୋଇଯାଇଛି । ଦୋକାନ, ବଜାର ବନ୍ଦ ହେବା ସହ ରାସ୍ତାଘାଟ ଶୂନଶୂନ ହୋଇଯାଇଥିବାରୁ ଜନସାଧାରଣ ପୁଣି ଥରେ ଘର ମଧ୍ୟରେ କୈଦ ହୋଇଯାଇଛନ୍ତି । ଦିନକୁ ଦିନ ଅଧିକ ମାତ୍ରାରେ ସଂକ୍ରମିତ ଚିହ୍ନଟ ହେଉଥିବାରୁ ହସ୍ପିଟାଲରେ ରୋଗୀଙ୍କ ଚିକିତ୍ସା ଏକ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି । ଏହି ସମୟରେ ଭାରତ ସରକାରଙ୍କ ପକ୍ଷରୁ ଦକ୍ଷିଣ ଆଫ୍ରିକାକୁ ଜୀବନ ରକ୍ଷକ ଔଷଧ, କରୋନା କିଟ, ଟେଷ୍ଟିଂ କିଟ, ଭେଣ୍ଟିଲେଟର ଆଦି ସହାୟତା ପ୍ରଦାନ କରାଯାଇଛି । ତେବେ ଭାରତ ସରକାର ସ୍ୱଦେଶୀ ଭ୍ୟାକ୍ସିନ ମଧ୍ୟ ଖୁବଶୀଘ୍ର ପଠାଇବାର ସମ୍ଭାବନା ରହିଛି ।

Get real time updates directly on you device, subscribe now.