fbpx
BSKY
BJD MC SKY
BJD YOUTH SKY

ଆଉ ୧୨ ଘଣ୍ଟା ପରେ ବାତ୍ୟା ‘ଜୱାଦ’: ଆସନ୍ତାକାଲି ସକାଳ ସୁଦ୍ଧା ଓଡ଼ିଶା-ଆନ୍ଧ୍ର ଉପକୂଳରେ ପହଞ୍ଚିବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବାତ୍ୟା ‘ଜୱାଦ’କୁ ନେଇ ବର୍ତ୍ତମାନ ରାଜ୍ୟବାସୀ ଆଶଙ୍କା ମଧ୍ୟରେ ରହିଛନ୍ତି । ପୂର୍ବରୁ ଫନି, ଅମ୍ଫାନର ଭୟଙ୍କର ତାଣ୍ଡବ ଲୋକଙ୍କ ମନରୁ ଲିଭି ନଥିବା ବେଳେ ପୁଣି ଗୋଟିଏ ପରେ ଆଉ ଗୋଟିଏ ବାତ୍ୟାର ଆଗମନ ସମସ୍ତଙ୍କୁ ବିପଦ ମଧ୍ୟକୁ ଠେଲି ଦେଇଛି । ତେବେ ବାତ୍ୟା ‘ଜୱାଦ’ ବଙ୍ଗୋପସାଗରରେ ଗଭୀର ଅବପାତରେ ପରିଣତ ହୋଇସାରିଛି । ଅଧିକ ଘନୀଭୂତ ହୋଇ ଏହା ୧୨ ଘଣ୍ଟା ମଧ୍ୟରେ ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି । ଆସନ୍ତାକାଲି ସକାଳ ସୁଦ୍ଧା ଏହା ଓଡ଼ିଶା-ଆନ୍ଧ୍ର ଉପକୂଳରେ ପହଞ୍ଚିବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନାଯୋଗ୍ୟ ଯେ, ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ଜୱାଦ’ ୪ ଓ ୫ ତାରିଖ ମଧ୍ୟରେ ସ୍ଥଳଭାଗରେ ଲ୍ୟାଣ୍ଡଫଲ କରିବ ବୋଲି ପୂର୍ବରୁ କୁହାଯାଇଥିଲା । ଏହାର ପ୍ରଭାବରେ ୯୦ରୁ ୧୦୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଆଜିଠାରୁ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିବ ବୋଲି ରାଜ୍ୟବାସୀଙ୍କୁ ସତର୍କ କରି ଦିଆଯାଇଛି । ବାତ୍ୟାର ମୁକାବିଲା ପାଇଁ ଉପକୂଳବର୍ତ୍ତୀ ୧୦ଟି ଜିଲ୍ଲାକୁ ହାଇ ଆଲର୍ଟ କରାଇ ଦିଆଯିବା ସହ ଅଗ୍ନିଶମ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ନିର୍ଦ୍ଦେଶ ଜାରି କରାଯାଇଛି ।

Get real time updates directly on you device, subscribe now.