fbpx

ଭୁବନେଶ୍ୱରରେ ହେବ ଅନ୍ତର୍ଜାତୀୟ ଟ୍ରେଡ୍ ଫେୟାର

ଭୁବନେଶ୍ୱର,୬ ।୧(ଓଡିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ ଆରମ୍ଭ ହେବାକୁ ଯାଉଛି ଏମଏସଏମଇ ଅନ୍ତର୍ଜାତୀୟ ଟ୍ରେଡ୍ ଫେୟାର । ପ୍ରର୍ଦଶନୀ ପଡିଆରେ ଆସନ୍ତା ୮ରୁ ଆରମ୍ଭ ହୋଇ ୧୨ ତାରିଖ ଯାଏ ଚାଲିବ ଏହି ଟ୍ରେଡ ଫେୟାର । ଏନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶିଳ୍ପମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର ସୂଚନା ଦେଇଛନ୍ତି ।

ଏହା ସହ ସେ କହିଛନ୍ତି ଯେ, ଭାରତୀୟ କମ୍ପାନୀ ସହ ବିଦେଶୀ କମ୍ପାନୀ ଏଥିରେ ଯୋଗ ଦେବେ । ଇରାନର ୨୦ ଓ ବାଂଲାଦେଶର ୧୦ଟି କମ୍ପାନୀ ଏଥିରେ ସାମିଲ ହେବେ । ରାଜ୍ୟର ୧୧ଟି ଶିଳ୍ପ ପଛୁଆ ଜିଲ୍ଲା ଚିହ୍ନଟ ହୋଇସାରିଛି । ସେହି ଜିଲ୍ଲା ମଧ୍ୟରୁ ୫ ଜଣ ଲେଖାଏଁ ଏହି ଫେୟାରକୁ ଆସିବେ । କେସିଙ୍ଗା ଓ ହିଞ୍ଜିଳିକାଟୁରେ ଏମଏସଏମଇ ପାର୍କ ପ୍ରତିଷ୍ଠା ହେବ ।’

Get real time updates directly on you device, subscribe now.