fbpx
BJD SKY
BJD SKY

ଆସନ୍ତାକାଲିଠାରୁ ଆରମ୍ଭ ହେବ ଅନ୍ତର୍ଜାତୀୟ ବିମାନ ସେବା, ଜାଣନ୍ତୁ କ’ଣ ରହିଛି ଗାଇଡଲାଇନ୍ସ

BJD

ନୂଆଦିଲ୍ଲୀ: ଆସନ୍ତାକାଲିଠାରୁ ଅନ୍ତର୍ଜାତୀୟ ବିମାନ ସେବା ଆରମ୍ଭ ହେବାକୁ ଯାଉଛି । କେନ୍ଦ୍ର ସରକାର ଏଥିପାଇଁ ନୂଆ ଗାଇଡଲାଇନ ଜାରି କରିଛନ୍ତି । କୋଭିଡ ସଙ୍କଟ କାରଣରୁ ଗତ ଦୁଇବର୍ଷ ହେଲା ଅନ୍ତର୍ଜାତୀୟ ବିମାନ ଉଡ଼ାଣ ଉପରେ ପ୍ରତିବନ୍ଧକ ଲାଗିଥିଲା । ଦେଶରେ ଏବେ କୋଭିଡ୍ ସଂକ୍ରମଣ ନିମ୍ନମୁଖୀ ହୋଇଥିବାରୁ ଆସନ୍ତାକାଲି ଠାରୁ ସମସ୍ତ କଟକଣା ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନିଆଯାଇଛି ।

ନୂଆ ଗାଇଡଲାଇନ ଅନୁଯାୟୀ, ଏଣିକି ଅନ୍ତର୍ଜାତୀୟ ବିମାନରେ ୩ଟି ସିଟ୍ ଖାଲି ରଖିବାର କଟକଣାକୁ ହଟାଇ ଦିଆଯାଇଛି । ସଂକ୍ରମଣ ହ୍ରାସ ପାଇଥିବାରୁ ଏବେ ବିମାନର କର୍ମଚାରୀମାନେ ସମ୍ପୂର୍ଣ୍ଣ କିଟ୍ ପରିଧାନ କରିବାର କୌଣସି ଆବଶ୍ୟକତା ନାହିଁ । ବିମାନ ବନ୍ଦରଗୁଡ଼ିକରେ ପୁଣି ସୁରକ୍ଷାକର୍ମୀମାନେ ପେଟ-ଡାଉନ ତଲାସୀ ଅଭିଯାନ ଆରମ୍ଭ କରିବେ । ସମସ୍ତ ବିମାନ ବନ୍ଦରଗୁଡ଼ିକରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହେବ ।

ଦେଶରେ କୋଭିଡ୍ ସଂକ୍ରମଣ ବୃଦ୍ଧି ହେବା ପରେ ଗତ ୨୦୨୦ ମସିହା ମାର୍ଚ୍ଚ ୨୩ରେ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶକ (ଡିଜିସିଏ) ଆନ୍ତର୍ଜାତିକ ବିମାନ ଚଳାଚଳ ଉପରେ ପ୍ରତିବନ୍ଧକ ଜାରି କରିଥିଲେ । ଭ୍ୟାକ୍ସିନେସନ ପରେ ଦେଶରେ ସଂକ୍ରମଣ ହ୍ରାସ ପାଇବା ପରେ ପୁନର୍ବାର ବିମାନ ଉଡ଼ାଣ ନେଇ ନିଷ୍ପତ୍ତି ନିଆଯାଇଛି ।

Get real time updates directly on you device, subscribe now.