fbpx
BSKY
BJD SHG SKY
BJD YOUTH SKY

ପାକିସ୍ତାନରେ ଇଣ୍ଟରନେଟ୍ ସେବା ଠପ୍

ଇସ୍ଲାମାବାଦ୍, ୧୮ । ୨: ପଡୋଶୀ ଦେଶ ପାକିସ୍ତାନରେ ଇଣ୍ଟରନେଟ ସେବା ବନ୍ଦ ହୋଇଯାଇଛି । ଏହି କାରଣରୁ ଲୋକମାନଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିଛି । ସମୁଦ୍ର ମଧ୍ୟରେ ବିଛା ଯାଇଥିବା ୬ଟି ଅନ୍ତରାଷ୍ଟ୍ରୀୟ କେବୁଲ୍ ଭିତରୁ ଗୋଟିଏ କେବୁଲ୍ରେ କିଛି ଖରାପ ରହିଥିବା ଜଣାପଡ଼ିଛି । ଯାହାଫଳରେ ପାକିସ୍ତାନରେ ଆଜି ଇଣ୍ଟରନେଟ୍ ସେବା ବାଧାପ୍ରାପ୍ତ ହୋଇଛି । ପାକିସ୍ତାନ ଦୂରସଂଚାର ବିଭାଗ ବା ପିଟିଏ ଏନେଇ କହିଛି ଯେ, ଇଜିପ୍ଟର ଅବୁତଲବ ନିକଟରେ ଅନ୍ତଃ ରାଷ୍ଟ୍ରୀୟ ସବମାରିନ୍ କେବୁଲ୍ ପ୍ରଣାଳୀରେ ବୁଧବାର କିଛି ଖରାପ ରହିଥିବା ଜଣାପଡ଼ିଛି । ଯାହାଫଳରେ ଇଣ୍ଟରନେଟ୍ର ଗତି ଧିମା ହୋଇଯାଇଛି ଏବଂ ବାରମ୍ୱାର କନେକ୍ସନ୍ କଟି କଟି ଯାଉଛି ।

ଏକ ନିର୍ଦ୍ଧିଷ୍ଟ ଖବର କାଗଜରେ ପ୍ରକାଶ ପାଇଥିବା ତଥ୍ୟ ଅନୁସାରେ ଟିଡବ୍ଲୁଏ ୟୁରୋପରେ ମଧ୍ୟ ଯୋଗାଯୋଗ ସମ୍ପର୍କ ସେବାରେ ବାଧା ଉପୁଜିଛି ଏ ନେଇ ଅନ୍ତରାଷ୍ଟ୍ରୀୟ ସ୍ତରରେ ଜଣାଯାଇଛି । ଇଜିପ୍ଟଠାରେ ମରାମତି କାମ କରାଯାଉଛି ।

Get real time updates directly on you device, subscribe now.