fbpx
BJD SKY
BJD SKY

ପୁଣି ଏହି ୩ ସହରରେ ଲାଗିବ ଲକ୍-ଡାଉନ୍ !

BJD

ମୁମ୍ବାଇ ୧୮ । ୨: ଦେଶରେ କରୋନା ସଂକ୍ରମଣ କମୁଥିବା ବେଳେ କେତେକ ରାଜ୍ୟରେ ପୁଣିଥରେ ପଜିଟିଭ୍ ସଂଖ୍ୟା ବଢିବାରେ ଲାଗିଛି । ଶୁଣିବାକୁ ମିଳିଛି କି, ମହାରାଷ୍ଟ୍ରରେ ପୁଣି ଥରେ ଲକଡାଉନ ଲଗାଇବାକୁ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି । ମହାରାଷ୍ଟ୍ର ସରକାର ଯବତମାଲ, ଅମରାବତୀ ଏବଂ ଅକୋଲା ଜିଲ୍ଲା କୋଭିଡ-୧୯ ସ୍ଥିତିକୁ ନଜରରେ ରଖି କୌଣସି ସମୟରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇପାରନ୍ତି । ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏବଂ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ଏହି ପ୍ରସଙ୍ଗରେ ଗୁରୁବାର ସକାଳେ ବୈଠକ କରିଥିଲେ । ବୈଠକରେ ହୋଇଥିବା ନିଷ୍ପତ୍ତି କ୍ରମେ ଏହି ୩ ଜିଲ୍ଲାରେ ପୁଣି ଥରେ ଲକ୍-ଡାଉନ୍ ଫେରିପାରେ ବୋଲି ଚର୍ଚ୍ଚା ହେଉଛି ।

ତେବେ ମହାରାଷ୍ଟ୍ରରେ କରୋନା ସଂକ୍ରମଣ ବୃଦ୍ଧି ପାଇଛି । ରାଜ୍ୟରେ ବୁଧବାର ପୁଣି ୪୭୮୭ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହା ୨୦୨୧ରେ ଗୋଟିଏ ଦିନରେ ମିଳିଥିବା ସର୍ବାଧିକ ସଂକ୍ରମିତ । ବୁଧବାର ସର୍ବାଧିକ ୨୩୦ କରୋନା ସଂକ୍ରମିତ ଅମରାବତୀ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି । ମଙ୍ଗଳବାର ଏହି ଜିଲ୍ଲାରୁ ୮୨ ନୂଆ ମାମଲା ମିଳିଥିଲା । ଅକୋଲା ନଗର ନିଗମ ଅଞ୍ଚଳରୁ ବୁଧବାର ୧୦୫ ଏବଂ ମଙ୍ଗଳବାର ୬୭ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ ।

Get real time updates directly on you device, subscribe now.