fbpx
BJD SKY
BJD SKY

UGC ଲାଗୁ କରିବ ନୂଆ ନିୟମ: ଏଣିକି ସ୍ନାତକ ଛାତ୍ରଛାତ୍ରୀଙ୍କ ପାଇଁ ଇଣ୍ଟର୍ଣ୍ଣଶିପ୍ ବାଧ୍ୟତାମୂଳକ ହେବ

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦେଶର ଶିକ୍ଷା ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ କେନ୍ଦ୍ର ସରକାର ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି । ସେଥିପାଇଁ ରାଷ୍ଟ୍ରୀୟ ଶିକ୍ଷା ନୀତି (ଏନଇପି) ୨୦୨୦ ଅନୁସାରେ ଶିକ୍ଷାନୁଷ୍ଠାନମାନଙ୍କରେ ନୂଆ ନିୟମସବୁ କାର୍ଯ୍ୟକାରୀ ହେଉଛି । ନୂଆ ଶିକ୍ଷାନୀତି ଅନୁସାରେ ଗତ ମାସରେ ଉତ୍ସାହ, ପ୍ରଫେସର ଅଫ୍ ପ୍ରାକ୍ଟିସ ପୋର୍ଟାଲ ଲଞ୍ଚ କରାଯାଇଥିଲା । ଏହି ପୋର୍ଟାଲ ଲଞ୍ଚ ହେବା ଫଳରେ ସମସ୍ତ ବିଶ୍ୱବିଦ୍ୟାଳୟ ଓ ଛାତ୍ରଛାତ୍ରୀମାନେ ସହଜରେ ସୂଚନା ପ୍ରାପ୍ତ କରିପାରିବେ ବୋଲି କୁହାଯାଇଥିଲା ।

ତେବେ ଏହା ମଧ୍ୟରେ ଦେଶର ଛାତ୍ରଛାତ୍ରୀଙ୍କ ପାଇଁ ଆସିଛି ପୁଣି ଏକ ଖୁସି ଖବର । ଏଣିକି ଛାତ୍ରଛାତ୍ରୀମାନେ ସ୍ନାତକ ସ୍ତରରେ ଇଣ୍ଟର୍ଣ୍ଣଶିପ୍ କରିପାରିବେ । ନୂଆ ଶିକ୍ଷାବର୍ଷରୁଏହାକୁ ଲାଗୁ କରାଯିବ । ନୂଆ ଶିକ୍ଷା ନୀତି ଅନୁସାରେ ସ୍ନାତକରେ ଇଣ୍ଟର୍ଣ୍ଣଶିପକୁ ବାଧ୍ୟତାମୂଳକ କରାଯିବ । ଏନେଇ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯିବ ବୋଲି ୟୁଜିସି ଅଧ୍ୟକ୍ଷ ଏମ. ଜଗଦୀଶ କୁମାର ସୂଚନା ଦେଇଛନ୍ତି ।

ଏହି ଇଣ୍ଟର୍ଣ୍ଣଶିପ୍ କରିବା ଫଳରେ ଛାତ୍ରଛାତ୍ରୀଙ୍କର ଦକ୍ଷତା ବିକାଶ ହେବା ସହିତ ସେମାନେ ନିଯୁକ୍ତି ପାଇଁ ଦକ୍ଷତା ଅର୍ଜନ କରିପାରିବେ । ଯୁକ୍ତତିନି ଛାତ୍ରଛାତ୍ରୀମାନେ ଶେଷ ବର୍ଷରେ ଅତିକମରେ ୮-୧୦ ସପ୍ତାହର ଇଣ୍ଟର୍ଣ୍ଣଶିପ୍ କରିପାରିବେ । ଏହା ଛାତ୍ରଛାତ୍ରୀଙ୍କର ଗବେଷଣା କ୍ଷମତା ବିକଶିତ କରାଇବାରେ ମଧ୍ୟ ସହାୟକ ହୋଇ ପାରିବ ବୋଲି ୟୁଜିସି ପକ୍ଷରୁ କୁହାଯାଇଛି । ତେବେ ନୂଆ ଶିକ୍ଷା ନୀତି ଆଧାରରେ ଲାଗୁ ହେବାକୁ ଯାଉଥିବା ଏହି ନୂଆ ବ୍ୟବସ୍ଥା ମାଧ୍ୟମରେ ଛାତ୍ରଛାତ୍ରୀମାନେ ବେଶ୍ ଉପକୃତ ହୋଇ ପାରିବେ ।

Get real time updates directly on you device, subscribe now.