fbpx

ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ: ୩୮ ଜଣ ସ୍କୁଲ ପିଲାଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଆତଙ୍କବାଦୀଙ୍କ ଆକ୍ରମଣରେ ଚାଲିଯାଇଛି । ୩୮ ଜଣ ନିରୀହ ସ୍କୁଲ ପିଲାଙ୍କ ଜୀବନ । ସ୍କୁଲ ଛାତ୍ରଙ୍କ ସହିତ ମୋଟ ୪୧ ଜଣଙ୍କ ମୃତ୍ୟୁ ଘଟିଛି । ଉଗାଣ୍ଡାରୁ ଆସିଛି ଏଭଳି ଏକ ଭୟଙ୍କର ଖବର । ଆଲାଇଡ୍ ଡେମୋକ୍ରାଟିକ ଫୋର୍ସ (ଏଡିଏଫ) ନିଜକୁ ଏହି ଘଟଣା ପାଇଁ ଦାୟୀ କରିଛି । ଆକ୍ରମଣ ପରେ ଘଟଣାସ୍ଥଳରୁ ଜବତ କରାଯାଇଥିବା ମୃତଦେହକୁ ଚିହ୍ନଟ କରାଯିବା ପରେ ସେଥିରେ ୩୮ ଜଣ ସ୍କୁଲ ପିଲା ଥିବା ଜଣାପଡ଼ିଥିଲା ।

ଗତକାଲି ରାତି ୧୧.୩୦ଟା ସମୟରେ ଏହି ଆକ୍ରମଣ ଘଟିଥିବା ବେଳେ ୫ ଜଣ ଆକ୍ରମଣକାରୀ ସେଥିରେ ସାମିଲ ଥିବା ଉଗାଣ୍ଡାର ସେନା ପକ୍ଷରୁ କୁହାଯାଇଛି । ଏହି ଆକ୍ରମଣରେ ଆହତ ହୋଇଥିବା ୮ ଜଣଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଜଣେ ଗାର୍ଡ ଓ ଦୁଇଜଣ ସ୍ଥାନୀୟ ଲୋକଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା । ଖବର ପାଇ ଉଦ୍ଧାରକାରୀ ଟିମ୍ ଘଟଣାସ୍ଥଳରେ ପହଞ୍ଚିବା ସହିତ ରେସକ୍ୟୁ ଅପରେସନ ଆରମ୍ଭ କରିଥିଲେ ।

ତେବେ ଏଡିଏଫ ଯୁଦ୍ଧ ବିମାନ ସହାୟତାରେ ସ୍କୁଲ ଉପରେ ଆକ୍ରମଣ କରିଥିବା କୁହାଯାଉଛି । ଉଗାଣ୍ଡାର କାସେସ ଜିଲ୍ଲାରେ ଏହି ସ୍କୁଲ ରହିଥିବା ବେଳେ କଙ୍ଗୋ ସୀମାଠାରୁ ତାହା ୨ କିମି ଦୂରରେ ଅବସ୍ଥିତ । ଆତଙ୍କବାଦୀମାନେ ଗୋଟିଏ ହୋଟେଲରେ ନିଅାଁ ଲଗାଇବା ସହିତ ଫୁଡ ଷ୍ଟୋର ଲୁଟ୍ କରିଥିବା ପୋଲିସ ପକ୍ଷରୁ କୁହାଯାଇଛି । ଏହି ବର୍ବରୋଚିତ ଘଟଣାକୁ ବିଶ୍ୱ ବିଭିନ୍ନ ଦେଶ ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି ।

Get real time updates directly on you device, subscribe now.