fbpx
BSKY SKY
BSKY SKY

ଟଙ୍କାଟିଏ ନିବେଶରେ ଝିଅର ଭବିଷ୍ୟତ କରନ୍ତୁ ସୁରକ୍ଷିତ: ଆଜି ହିଁ ଏହି ଯୋଜନାରେ କରନ୍ତୁ ନିବେଶ

BSKY

ନୂଆଦିଲ୍ଳୀ: ନିଜ ଝିଅକୁ ବନାନ୍ତୁ ଲକ୍ଷପତି । ଏମିତି ଏକ ସରକାରୀ ସ୍କିମ ଆସିଛି ଯେଉଁଥିରେ ଆପଣ ମାତ୍ର ୧ଟଙ୍କାର ନିବେଶରେ ଲକ୍ଷପତି ହୋଇ ପାରିବେ । ଏହି ନିବେଶ ଜରିଆରେ ଆପଣ କମ ନିବେଶରେ ଲକ୍ଷପତି ହୋଇ ପାରିବେ । ଏହି ସରକାରୀ ସ୍କିମର ନାମ ରହିଛି ସୁକନ୍ୟା ସମୃଦ୍ଧି ଯୋଜନା । ଏହି ଯୋଜନାରେ ଆପଣ ନିଜ ଝିଅର ଭବିଷ୍ୟତ ସୁରକ୍ଷିତ କରିବାର ସୁଯୋଗ ପାଇବେ । ଦୈନିକ ଏକ ଟଙ୍କାର ନିବେଶରେ ଆପଣ ୧୫ ଲକ୍ଷ ଟଙ୍କା ଯାଏଁ ରିଟର୍ଣ୍ଣ ପାଇ ପାରିବେ ।

କେନ୍ଦ୍ର ସରକାରଙ୍କ ପକ୍ଷରୁ ବେଟୀ ବଚାଓ ବେଟୀ ପଢାଓ ଯୋଜନାରେ କେବଳ ଝିଅ ମାନଙ୍କ ପାଇଁ ଏହି ସ୍କିମ୍ ରଖାଯାଇଛି । ମାତ୍ର ୨୫୦ ଟଙ୍କାରେ ଏହି ଆକାଉଣ୍ଟ ଖୋଲା ଯାଇପାରିବ । ଏହା ସହିତ ଏହି ଖାତାରେ ବାର୍ଷିକ ସର୍ବାଧିକ ୧.୫ ଲକ୍ଷ ଟଙ୍କା ଜମା କରାଯାଇ ପାରିବ । ବର୍ତ୍ତମାନ ଏହି ସ୍କିମରେ ୭.୬ ପ୍ରତିଶତର ସୁଧ ପ୍ରଦାନ କରାଯାଉଛି । ପୂର୍ବରୁ ଏହି ସ୍କିମରେ ୯.୨ ପ୍ରତିଶତର ସୁଧ ପ୍ରଦାନ କରାଯାଉଥିଲା । ଝିଅକୁ ୮ ବର୍ଷ ହେବା ପରେ ପାଠ ପଢା ବାବଦରେ ୫୦ ପ୍ରତିଶତ ଅର୍ଥ କଢା ଯାଇ ପାରିବ ।

ଧରି ନିଅନ୍ତୁ ଏହି ସ୍କିମରେ ଆପଣ ମାସିକ ୩ ହଜାର ସଞ୍ଚୟ କରୁଛନ୍ତି । ମାସିକ ୩ ହଜାର ହିସାବରେ ବାର୍ଷିକ ଆପଣ ୩୬ ହଜାର ଜମା କରୁଛନ୍ତି । ୭.୬ ପ୍ରତିଶତର ସୁଧ ହିସାବରେ ୧୪ ବର୍ଷରେ ୯ ଲକ୍ଷ ୧୧ ହଜାର ୫୭୪ ଟଙ୍କା ଏବଂ ୨୧ ବର୍ଷ ବା ମ୍ୟାଚୁରିଟିରେ ୧୫ ଲକ୍ଷ ୨୨ ହଜାର ୨୨୧ ଟଙ୍କା ମିଳିବ । ଏହି ସ୍କିମରେ ମିଳୁଥିବା ଅର୍ଥ ଉପରେ ଆୟକର ରିହାତି ମଧ୍ୟ ମିଳିଥାଏ ।

Get real time updates directly on you device, subscribe now.