fbpx

ଲେମନ୍ ଗ୍ରାସ୍ ଚାଷ କରନ୍ତୁ: ୨୦ ହଜାର ନିବେଶରେ ଆୟ ହେବ ୪ ଲକ୍ଷ

ନୂଆଦିଲ୍ଲୀ: କମ୍ ପଇସା ନିବେଶ କରି ଏକ ନୂତନ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଥିଲେ ଏହି ବ୍ୟବସାୟ ଆରମ୍ଭ କରନ୍ତୁ । ମାତ୍ର ୨୦ ହଜାର ଟଙ୍କା ନିବେଶରେ ଆପଣ ବାର୍ଷିକ ୪ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ କରି ପାରିବେ । ଆଜି ଆମେ ଆଲୋଚନା କରିବା ଲେମନ ଗ୍ରାସ ଉତ୍ପାଦନ ସମ୍ପର୍କରେ । ଏହି ଚାଷ ଆରମ୍ଭ କରିବା ପାଇଁ ଆପଣଙ୍କୁ ମାତ୍ର ୧୫ରୁ ୨୦ ହଜାର ଟଙ୍କା ନିବେଶ କରିବାକୁ ପଡିବ ।

ଲେମନ ଗ୍ରାସରୁ ବାହାରୁଥିବା ତେଲର ବିଭିନ୍ନ ଔଷଧୀୟ ବ୍ୟବହାର ରହିଥିବା ବେଳେ ସାବୁନ, ତେଲ ଏବଂ ପ୍ରସାଧନ ସାମଗ୍ରୀରେ ମଧ୍ୟ ଏହାର ବ୍ୟବହାର କରାଯାଏ । ବିଭିନ୍ନ କମ୍ପାନୀରେ ଏହାର ବ୍ୟବହାର କାରଣରୁ ଏହା ସର୍ବଦା ଡିମାଣ୍ଡରେ ରହିଥାଏ । ଏହି କାରଣରୁ ଏହାର ମୂଲ୍ୟ ମଧ୍ୟ ଅଧିକ ରହିଥାଏ । ଏହି ଚାଷକୁ କମ ପାଣି ମିଳୁଥିବା ଅଞ୍ଚଳରେ ମଧ୍ୟ ଚାଷ କରାଯାଇ ପାରିଥାଏ । କମ ନିବେଶ ସହିତ ଏଥିରୁ ମାସକୁ ୪ ଲକ୍ଷ ଟଙ୍କା ଯାଏଁ ଲାଭ ହୋଇଥାଏ । ଫେବୃୟାରୀରୁ ଜୁଲାଇ ମାସ ମଧ୍ୟରେ ଏହି ଲେମନ ଗ୍ରାସ ଚାଷ ଆରମ୍ଭ କରାଯାଇଥାଏ ।

ବର୍ଷକରେ ୩-୪ ଥର ଏହି ଘାସ କଟା ଯାଉଥିବା ବେଳେ ଏକ କ୍ୱିଣ୍ଟାଲ ଘାସରୁ ୧ ଲିଟର ତେଲ ଉତ୍ପାଦନ ହୋଇଥାଏ । ଏହି ତେଲକୁ ଲିଟର ପିଛା ୧୦୦୦ରୁ ୧୫୦୦ ଟଙ୍କାରେ ବିକ୍ରି କରାଯାଇଥାଏ । ଏକ ଏକର ଜମିରେ ୫ ଟନ୍ ଲେମନ ଗ୍ରାସ ଉତ୍ପାଦନ ହୋଇଥାଏ । ତେଣୁ ମାସକୁ ୪ରୁ ୫ ଲକ୍ଷ ଯାଏଁ ଆୟ କରିହେବ । ଏହା ସହିତ ଏହି ଘାସକୁ ମଧ୍ୟ ଅଲଗା ବିକ୍ରି କରି ହେବ ।

Get real time updates directly on you device, subscribe now.