fbpx

ବିଟ୍‌ କଏନ୍‌ କିମ୍ବା ଅନ୍ୟାନ୍ୟ କ୍ରିପ୍ଟୋକରେନ୍ସିରେ ନିବେଶ କରି ଆୟ କରୁଥିଲେ ଦେବାକୁ ପଡିବ ଟିକସ: ରାଜସ୍ୱ ସଚିବ

ନୂଆଦିଲ୍ଲୀ: ଯଦି କୌଣସି ନିବେଶକ ବିଟ୍‌ କଏନ୍‌ କିମ୍ବା ଅନ୍ୟାନ୍ୟ କ୍ରିପ୍ଟୋକରେନ୍ସିରେ ନିବେଶ କରି ଆୟ କରନ୍ତି ତେବେ ସେହି ଆୟ ଉପରେ ତାଙ୍କୁ ଟିକସ ଦେବାକୁ ପଡ଼ିବ ବୋଲି ରାଜସ୍ୱ ସଚିବ ତରୁଣ ବଜାଜ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ କ୍ରିପ୍ଟୋକରେନ୍ସିରେ ନିବେଶ କରି ଯଦି ନିବେଶକ ଆୟ କରୁଛନ୍ତି ତାହାକୁ ଏକ ଡିଲ୍‌ ଭାବେ ବିଚାର କରାଯିବ । ସେହି ଡିଲ୍‌ ଉପରେ ଆମେ ଆମର ଟିକସ ଲଗାଇବୁ । ସଂସଦର ଶୀତ ଅଧିବେଶନରେ ସରକାର କ୍ରିପ୍ଟୋକରେନ୍ସି ବିଲ୍‌ ଉପସ୍ଥାପନ କରିବାର ସମ୍ଭାବନା ରହିଛି । ପୂର୍ବରୁ ପ୍ରସ୍ତୁତ ହୋଇଥିବା ବିଲ୍‌ରେ ବିଟ୍‌ କଏନ୍‌ ଭଳି କ୍ରିପ୍ଟୋକରେନ୍ସିକୁ ନିଷିଦ୍ଧ ଘୋଷଣା କରିବାର ବ୍ୟବସ୍ଥା ଥିଲା । ମାତ୍ର ସେଥିରେ ପରବର୍ତ୍ତୀ ସମୟରେ ପରିବର୍ତ୍ତନ କରାଯାଇଛି ।

Get real time updates directly on you device, subscribe now.