ଓଡିଶା ଭାସ୍କର- ଆମେରିକାର ଟେକ କମ୍ପାନୀ ଆପଲ ତାର ନୂଆ ଏଡିସନ iPhone 17 Slim ମାର୍କେଟକୁ ଛାଡିବାକୁ ଯାଉଛି । ଏହି ନୂଆ ମଡେଲକୁ ୨୦୨୫ରେ ଲଞ୍ଚ କରିବା ନେଇ ଆଶା କରାଯାଉଛି । କୁହାଯାଉଛି, ଏହି ମଡେଲରେ କମ୍ପାନୀ ଅନେକ ଗୁଡିଏ ବଡ ପରିବର୍ତ୍ତନ ଆଣିବାକୁ ଯାଉଛି । ଏକ ରିପୋର୍ଟ ମୁତାବକ, ଏହାର ଡିଜାଇନ ipad pro ଦ୍ୱାରା ଅନୁପ୍ରାଣିତ ହୋଇଛି । ମଡେଲର ନାଁରେ ସ୍ଲିମ ଥିବାରୁ ଜାଣିବାକୁ ବାକି ରହିନି କି ଏହାର ଡିଜାଇନ ମଧ୍ୟ ସ୍ଲିମ ରହିଛି । ଏହା ବ୍ୟତୀତ ଆପଲ ଏହାକୁ ଅତି ଆକର୍ଷଣୀୟ କରିଛି ।
କୁହାଯାଉଛି, , iPhone Slimର ଡିଜାଇନ ଓ plus ମଡେଲ ମଧ୍ୟରେ ରଖାଯାଇଛି, ଯାହା ୨୦୨୫ iphon ସିରିଜର କ୍ଟ୍ରକ୍ଷଙ୍କଗ୍ଦ ମଡେଲର ସ୍ଥାନ ନେବ । Iphone 17 slimରେ ୬.୬ର ସ୍କ୍ରିନ ଦିଆଯିବାର ସମ୍ଭାବନା ରହିଛି, ଯାହା Iphone 16 plus ଡିସ୍ପେ୍ଲଠାରୁ ସାମାନ୍ୟ ଛୋଟ ହେବ । ତେବେ ଏହାର ସଠିକ ସାଇଜକୁ ନେଇ କୌଣସି ଖୁଲାସା ହୋଇନାହିଁ । ଆଇଫୋନ ୧୭ ସ୍ଲିମରେ ପ୍ରୋ ମୋସନ ଟେକ୍ନୋଲୋଜି ରହିବାର ଅନେକ ସମ୍ଭାବନା ଥିବା କୁହାଯାଉଛି, ଯାହା ୧୨୦ଐଚ୍ଛ ରିଫ୍ରେଶ ରେଟ ସହ ସ୍ମୁଥ ସ୍କ୍ରଲିଂ ଓ ଭଲ ଭିଡିଓ ଅଭିଜ୍ଞତା ଦେବ ।
ଏହା ବ୍ୟତୀତ ଚର୍ଚ୍ଚାକୁ ନେଇ କୁହାଯାଇପାରେ କି, ହ୍ୟାଣ୍ଡସେଟ ଇ୧୯ ଚିପ ରହିବ ଏଥିରେ, ଯେମିତି 8 GB ରାମ ସହ ସଂଯୁକ୍ତ ହୋଇପାରିବ । ଖାଲି ସେତିକି ନୁହେଁ, କମ୍ପାନୀ ଏହାର କ୍ୟାମେରା ଫିଚରରେ ମଧ୍ୟ ପରିବର୍ତ୍ତନ କରିପାରେ । ଏହି ଆଇଫୋନ ଟାଇଟେନିୟମ ବଦଳରେ ଚେଚିସ ଓ ସ୍ଲିମ ଡିଜାଇନ ସହ ଆସିବ ।