fbpx

IPL-୧୪ର ଅବଶିଷ୍ଟ ମ୍ୟାଚ୍ ପାଇଁ ତାରିଖ ଘୋଷଣା! ୧୦ ଅକ୍ଟୋବରରେ ଫାଇନାଲ, ଜାଣନ୍ତୁ କେବେ ଆରମ୍ଭ ହେବ ଟୁର୍ଣ୍ଣାମେଣ୍ଟ?

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ ବା IPLର ପ୍ରଶଂସକମାନଙ୍କ ଆସିଛି ଖୁସି ଖବର । ଖବର ମିଳିଛି କି, କରୋନା ପାଇଁ ବନ୍ଦ ହୋଇଥିବା ଆଇପିଏଲ-୧୪ର ଅବଶିଷ୍ଟ ମ୍ୟାଚଗୁଡିକ ୟୁଏଇରେ ଖେଳାଯିବ । ପୂର୍ବରୁ ଖବର ମିଳିଥିଲା ଯେ, ଇଂଲଣ୍ଡରେ ଏହାର ଆୟୋଜନ କରାଯାଇପାରେ, କିନ୍ତୁ ଏବେ ଆଇପିଏଲର ଅବଶିଷ୍ଟ ମ୍ୟାଚ୍ ୟୁଏଇରେ ଖେଳାଯିବ ।

ସ୍ପୋଟର୍ସ ଟୁଡେ ଦାବି କରିଛି ଯେ, ଆଇପିଏଲର ୧୪ତମ ସିଜନ୍ ୧୯-୨୦ ସିପ୍ଟେମ୍ବରରୁ ପୁଣି ଆରମ୍ଭ ହୋଇଯିବ । ସିଜନର ଅବଶିଷ୍ଟ ୩୧ ମ୍ୟାଚ୍ ୟୁଏଇରେ ଖେଳାଯିବାର ସମ୍ଭାବନା ରହିଛି । ଅଲଗା ଅଲଗା ଦେଶର କ୍ରିକେଟ ବୋର୍ଡ ଓ ଆଇପିଏଲର ଫ୍ରେଞ୍ଚାଇଜିଙ୍କ ମଧ୍ୟରେ ଆଲୋଚନା ଜାରି ରହିଛି ।

ଅଧିକାରୀଙ୍କ ସୂଚନା ମୁତାବକ, ଟୁର୍ଣ୍ଣାମେଣ୍ଟର ଫାଇନାଲ ମୁକାବିଲା ୧୦ ଅକ୍ଟୋବରକୁ ଖେଳାଯାଇପାରେ । ଆଇପିଏଲ-୧୪ର ଅବଶିଷ୍ଟ ୩୧ ମ୍ୟାଚ୍ ୨୧ ଦିନ ମଧ୍ୟରେ ଖେଳାଯିବ । ଏହି ୨୧ ଦିନ ମଧ୍ୟରେ ୧୦ ଡବଲ ହେଡର, ୭ ଦିନ ଗୋଟିଏ ମ୍ୟାଚ୍ ଓ ୪ ପ୍ଲେ-ଅଫ୍ ମ୍ୟାଚ୍ ହେବ ।

Get real time updates directly on you device, subscribe now.