fbpx
BSKY SKY
BSKY SKY

IPL 2022: ଭାରତ ଆସିବା ପାଇଁ ମୋଇନ ଅଲ୍ଲୀଙ୍କୁ ଏ ପର୍ଯ୍ୟନ୍ତ ମିଳିନାହିଁ ଭିସା, ବଢିଲା ଚେନ୍ନାଇ ସୁପର କିଙ୍ଗ୍ସର ମୁସ୍କିଲ

BSKY

ମୁମ୍ବାଇ: ଆଇପିଏଲ ୨୦୨୨ ଆରମ୍ଭ ହେବାକୁ ଆଉ ମାତ୍ର କେଇଟି ଦିନ ବାକି ରହିଛି। ସମସ୍ତ ୧୦ ଦଳ ମୁମ୍ବାଇରେ ପହଞ୍ଚି ଅଭ୍ୟାସ୍ ଚଳାଇଛନ୍ତି। ଏହା ମଧ୍ୟରେ ଡିଫେଣ୍ଡିଂ ଚାମ୍ପିଅନ ଚେନ୍ନାଇ ସୁପରକିଙ୍ଗ୍ସକୁ ଲାଗିପାରେ ବଡ ଝଟକା। କାରଣ ଦଳର ଷ୍ଟାର ଅଲରାଉଣ୍ଡର ମୋଇଲ ଅଲ୍ଲୀଙ୍କୁ ଭିସା ମିଳିନାହିଁ। ଫଳରେ ସେ ମାର୍ଚ୍ଚ ୨୬ରେ କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷ ପ୍ରଥମ ମୁକାବିଲା ଖେଳି ନପାରନ୍ତି। ମୋଇନ ଅଲ୍ଲୀଙ୍କୁ ଭିସା ଟ୍ରାଭେଲ ଡକ୍ୟୁମେଣ୍ଟ କାମ ସରିନଥିବା କାରଣରୁ ତାଙ୍କୁ ଏ ପର୍ଯ୍ୟନ୍ତ ଭିସା ମିଳିନାହିଁ। ମୋଇନ ଫେବୃଆରୀ ୨୮ରେ ନିଜର ଭିସା ପାଇଁ ଆବେଦନ କରିଥିଲେ।

ଆଇପିଏଲ ୨୦୨୨ର ଉଦଘାଟନୀ ମ୍ୟାଚ୍ ଧୋନୀଙ୍କ ନେତୃତ୍ଵାଧୀନ ଡିଫେଣ୍ଡିଂ ଚାମ୍ପିଅନ ଚେନ୍ନାଇ ସୁପରକିଙ୍ଗ୍ସ ଏଵଂ ଉପ ବିଜେତା କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ଖେଳାଯିବ। କୁହଯାଉଛି ସୋମବାର ସୁଦ୍ଧା ମୋଇନଙ୍କୁ ଭିସା ମିଳିଯିବ ଏବଂ ସେ ଯେତେ ଶୀଘ୍ର ସମ୍ଭବ ଭାରତ ଆସିବେ। ମାତ୍ର ଏଠାକୁ ଆସିବା ପରେ ତାଙ୍କୁ ଅତି କମରେ ଗୋଟିଏ ସପ୍ତାହ କ୍ଵାରେଣ୍ଟାଇନରେ ରହିବାକୁ ପଡିବ। ଏହି କାରଣରୁ ସେ ପ୍ରଥମ ମ୍ୟାଚ ଖେଳି ନପାରନ୍ତି।

ମୋଇନ ବ୍ରିଟେନରେ ଭାରତୀୟ ଦୂତାବାସ ଦ୍ଵାରା ନିଜ ଯାତ୍ରା କାଗଜପତ୍ରର ମଞ୍ଜୁରୀକୁ ଅପେକ୍ଷା କରିଛନ୍ତି। କ୍ରିକବଜ ଅନୁସାରେ,ସିଏସକେର ସିଇଓ କାଶୀ ବିଶ୍ଵାନ କହିଛନ୍ତି, ସେ ଫେବୃଆରୀ ୨୮ରେ ଭିସା ପାଇଁ ଆବେଦନକ କରିଥିଲେ। ଆବେଦନ ଜମା କରିବାର ୨୦ ଦିନରୁ ଅଧିକ ସମୟ ହୋଇ ସାରିଛି। ସେ ନିୟମିତ ଭାରତ ଯାତ୍ରା କରିଥାନ୍ତି। ତଥାପି ତାଙ୍କୁ ଏ ପର୍ଯ୍ୟନ୍ତ ଯାତ୍ରା କାଗଜପତ୍ର ମିଳିନାହିଁ। ଆମେ ଆଶା କରୁଛୁ ସେ ଶୀଘ୍ର ଦଳରେ ଯୋଗ ଦେବେ। ମୋଇନ ଅଲ୍ଲୀ କହିଛନ୍ତି, ଭିସା ସମ୍ବନ୍ଧିତ କାଗଜପତ୍ର ମିଳିବା ମାତ୍ରେ ସେ ଭାରତ ଆସିବେ ବୋଲି ସିଏସକେର ସିଇଓ କହିଛନ୍ତି।

ମୋଇନ ଅଲ୍ଲୀ ଚେନ୍ନାଇ ସୁପରକିଙ୍ଗ୍ସର ରିଟେନ୍ ହୋଇଥିବା ଖେଳାଳି। ସିଏସକେ ତାଙ୍କୁ ୮ କୋଟି ଟଙ୍କାରେ ଦଳରେ ରିଟେନ୍ କରିଥିଲା। ମୋଇନ ଅଲ୍ଲୀଙ୍କ ବ୍ୟତୀତ ମହେନ୍ଦ୍ର ସିଂହ ଧୋନୀ, ରବୀନ୍ଦ୍ର ଜାଡେଜା ଏବଂ ଋତୁରାଜ ଗାଏକଓ୍ଵାଡ ଏହି ତାଲିକାରେ ସାମିଲ୍।

 

 

Get real time updates directly on you device, subscribe now.