fbpx

ରୋହିତଙ୍କ ଉପରେ ଛାଇଲା ବାସନ୍ଦର କଳା ବାଦଲ, ଆଉ ଗୋଟିଏ ଭୁଲ୍ ହେଲେ ଦଳରୁ ଛୁଟି !

AAKASH

ନୂଆଦିଲ୍ଲୀ: ଚଳିତ ଆଇପିଏଲ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଏ ପର୍ଯ୍ୟନ୍ତ ଦୁଃସ୍ଵପ୍ନ ପାଲଟିଛି। ଦଳ ପାଞ୍ଚଟି ମ୍ୟାଚ୍ ଖେଳି ସବୁଥିରେ ପରାଜିତ ହୋଇଛି। ଦଳ ଏବେ ମଧ୍ୟ ପ୍ରଥମ ବିଜୟ ସନ୍ଧାନରେ ରହିଛି। ବୁଧବାର ଖେଳାଯାଇଥିବା ପଞ୍ଜାବ କିଙ୍ଗ୍ସ ବିପକ୍ଷ ମୁକାବିଲାରେ ଦଳ ୧୨ ରନରେ ପରାଜିତ ହୋଇଛି। ଏହା ମୁମ୍ଵାଇର ଚଳିତ ସିଜିନର ଲଗାତାର ପଞ୍ଚମ ପରାଜୟ। ତେବେ ମୁମ୍ବାଇର ସମସ୍ୟା ଏତିକିରେ ସରି ନାହିଁ। ପଞ୍ଜାବ ବିପକ୍ଷରେ ସ୍ଲୋ ଓଭର ରେଟ୍ କାରଣରୁ ଦଳ ଉପରେ ଜରିମାନା ଲାଗିଛି। ଏହି ସିଜିନରେ ମୁମ୍ବାଇର ଏହା ଦ୍ଵିତୀୟ ଭୁଲ ଥିଲା। ଯଦି ମୁମ୍ଵାଇ ଇଣ୍ଡିଆନ୍ସ ଆଇପିଏଲ ୧୫ରେ ତୃତୀୟ ଭୁଲ୍ ଦୋହରାଏ ତେବେ ଜରିମାନା ସହିତ ଅଧିନାୟକ ରୋହିତ ଶର୍ମା ଗୋଟିଏ ମ୍ୟାଚରୁ ବାସନ୍ଦ ହୋଇ ପାରନ୍ତି।

ମନ୍ଥର ଗତିରେ ବୋଲିଂ ନିୟମ ଅନୁସାରେ ଯଦି କୌଣସି ଦଳ ସିଜିନରେ ପ୍ରଥମ ଥର ଏହି ଭୁଲ୍ କରନ୍ତି ତେବେ ଅଧିନାୟକଙ୍କ ଉପରେ ୧୨ ଲକ୍ଷ ଟଙ୍କାର ଜରିମାନା ଲଗାଯାଏ। ଦ୍ଵିତୀୟ ଥର ଭୁଲ୍ ହେଲେ ଅଧିନାୟକ ସହିତ ଚୂଡାନ୍ତ ଏକାଦଶରେ ସାମିଲ୍ ସମସ୍ତ ଖେଳାଳିଙ୍କୁ ଜରିମାନା ଦେବାକୁ ପଡିଥାଏ। ଅଧିନାୟକଙ୍କ ଉପରେ ୨୫ ଲକ୍ଷର ଜରିମାନା ଏବଂ ଅନ୍ୟ ଖେଳାଳିଙ୍କୁ ୬ ଲକ୍ଷ କିମ୍ବା ୨୫ ପ୍ରତିଶତ ମ୍ୟାଚ୍ ଫି ଭରିବାକୁ ପଡିଥାଏ। ଆଉ ତୃତୀୟ ଥର ଭୁଲ୍ ଦୋହରାଇଲେ ଅଧିନାୟକଙ୍କ ଉପରେ ୩୦ ଲକ୍ଷ ଜରିମାନା ଲାଗିବା ସହ ଗୋଟିଏ ମ୍ୟାଚରୁ ବାସନ୍ଦ ହେବାକୁ ପଡିବ। ବାକି ଖେଳାଳିଙ୍କ ଉପରେ ଜରିମାନା ଭାବେ ୧୨ ଲକ୍ଷ କିମ୍ବା ୫୦ ପ୍ରତିଶତ ମ୍ୟାଚ୍ ଫି କରିଥାଏ।

 

Get real time updates directly on you device, subscribe now.