fbpx
BSKY
BJD YOUTH SKY
BJD MS SKY

ମହାନଦୀରେ ଗାଧୋଇବା ହେଲା କାଳ: ପାଣିରେ ବୁଡ଼ି ୨ ଛାତ୍ର ମୃତ

ପାରାଦୀପ(ଓଡ଼ିଶା ଭାସ୍କର): ମହାନଦୀରେ ଗାଧୋଇବା ୨ ଛାତ୍ରଙ୍କ ପାଇଁ କାଳ ସାଜିଛି । ପାଣିରେ ବୁଡ଼ିଯିବାରୁ ୨ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ପାରାଦୀପ ପଥୁରିଆର ୨ ଜଣ ଯୁକ୍ତ ୨ ଛାତ୍ର ପାଣିରେ ବୁଡ଼ି ମୃତ୍ୟୁବରଣ କରିଥିବା ଜଣାପଡିଛି ।

ମିଳିଥିବା ସୂଚନା ଅନୁସାରେ, ଗାଧୋଇବା ବେଳେ ୨ଜଣ ଛାତ୍ର ବୁଡ଼ିଯାଇଥିଲେ । ସ୍ଥାନୀୟ ଲୋକେ ଦୁହିଁଙ୍କୁ ଉଦ୍ଧାର କରି କୁଜଙ୍ଗ ମେଡିକାଲ ଆଣିଥିଲେ । ଚିକିତ୍ସା ଚାଲିଥିବା ବେଳେ ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି ଡାକ୍ତର ।

ନିକଟରେ ମହାନଦୀରେ ବୁଡ଼ି ୩ ଛାତ୍ରଙ୍କର ମୃତ୍ୟୁ ଘଟିଥିଲା । ଗତ କିଛିଦିନ ତଳେ ୩ ଜଣ ଛାତ୍ର ଯୋବ୍ରାଠାରେ ବୁଡ଼ିଯାଇଥିଲେ ।

Get real time updates directly on you device, subscribe now.