IPL ୨୦୨୩ Final: ଫାଇନାଲରେ ଗର୍ଜିଲା ସାଇ ସୁଦର୍ଶନ, ଶାହାଙ୍କ ବ୍ୟାଟ୍‌: ଚେନ୍ନାଇ ଆଗରେ ବିଜୟ ଲକ୍ଷ୍ୟ ୨୧୫

News across the Earth, news close to your heart, Read Odisha Bhaskar English

ଅହମଦାବାଦ: ଇଣ୍ଡିଆନ ପ୍ରିମିୟର ଲିଗ୍ ୨୦୨୩ ଫାଇନାଲରେ ଚେନ୍ନାଇ ସୁପର କିଙ୍ଗସ୍ ଆଗରେ ୨୧୫ ରନ୍‌ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି ଗୁଜରାଟ ଟାଇଟାନ୍ସ । ଚାରି ୱିକେଟ୍ ହରାଇ ଗୁଜୁରାଟ ୨୦ ଓଭରରେ ୨୧୪ ରନ୍ ସଂଗ୍ରହ କରିଛି । ସାଇ ସୁଦର୍ଶନ ୪୭ ଭକ୍ଷଲକ୍ସର ୯୬ ରନ୍‌ର ଦୁର୍ଦଶ ଇନିଂସ ଖେଳିଥିଲେ । ତେବେ ଗୁଜୁରାଟର ଶକ୍ତିଶାଳୀ ବୋଲିଂ ବିପକ୍ଷରେ ଧୋନିଙ୍କ ଦଳ ପାଇଁ ଏହି ଲକ୍ଷ୍ୟ ହାସଲ କରିବା ଅତ୍ୟନ୍ତ କଷ୍ଟକର ହେବ ।

ଚେନ୍ନାଇ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତି ନେଇଥିଲା। ବ୍ୟାଟିଂ ନିମନ୍ତ୍ରଣରେ ପ୍ରଥମେ ବ୍ୟାଟିଂ କରି ରିଦ୍ଧିମାନ ସାହା (୫୪) ଏବଂ ଶୁବମାନ ଗିଲ (୩୯) ପ୍ରଥମ ୱିକେଟ୍ ପାଇଁ ୬୭ ରନ୍ ଯୋଡି ଗୁଜରାଟ ପାଇଁ ଭଲ ଆରମ୍ଭ କରିଥିଲେ। କିନ୍ତୁ ଗିଲ ଆଉଟ ହେବା ପରେ ଗୁଜୁରାଟର ରନ୍ ଗତି ସାମାନ୍ୟ ଧିମେଇ ଯାଇଥିଲା। ଏଭଳି ସମୟରେ ସାହା ନିଜର ଅଭିଜ୍ଞତା ସହିତ ଶକ୍ତି ପ୍ରଦର୍ଶନ କରିଥିଲେ, ଅନ୍ୟପଟେ ଯୁବ ସାଇ ସୁଦର୍ଶନ ୪୭ ବଲରୁ ଦୁର୍ଦଶ ୯୬ ରନ ସ୍କୋର କରିଥିଲେ।

ସେହିଭଳି ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ଅପରାଜିତ ୧୨ ଟି ବଲରୁ ୨୧ ରନ ସ୍କୋର କରିଥିଲେ। ଫଳରେ ଗୁଜୁରାଟ ଟାଇଟାନ୍ସ ୨୦ ଓଭରରେ ୨୧୪ ର ଏକ ଦୃଢ଼ ଲକ୍ଷ୍ୟ ହାସଲ କରିଛି, ଯାହା ଚେନ୍ନାଇ ପାଇଁ ପିଛା ବହୁତ କଷ୍ଟସାଧ୍ୟ ହୋଇପାରେ। ଚେନ୍ନାଇ ବୋଲରମାନେ ଆରମ୍ଭରୁ ଭଲ ବୋଲିଂ କରିବାରେ ବିଫଳ ହୋଇଥିଲେ। ତେବେ ଯୁବ ପାଥିରାନା ଦୁଇଟି, ଚହର ଏବଂ ଜାଡେଜା ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।

Get real time updates directly on you device, subscribe now.