fbpx

ମେ ୩୧ ରେ ପ୍ରକାଶ ପାଇବ ଯୁକ୍ତ ଦୁଇ ରେଜଲ୍ଟ: CHSE ଦେଲା ସୂଚନା

ଭୁବନେଶ୍ବର: ଯୁକ୍ତ ଦୁଇ ପରୀକ୍ଷା ଖାତା ଦେଖା ଶେଷ ହୋଇସାରିଛି। ମେ ୩୧ ରେ ରେଜଲ୍ଟ ପ୍ରକାଶ ପାଇବ ବୋଲି ସୂଚନା ଦେଇଛି CHSE ବୋର୍ଡ। ଏଥିନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ପରିଷଦ ପକ୍ଷରୁ କୁହାଯାଇଛି। ସିଏଚ୍‌ଏସ୍‌ସି କାର୍ଯ୍ୟାଳୟରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡି ଫଳ ଉନ୍ମୋଚନ କରିବେ। ଏହାପରେ ବୋର୍ଡ ୱେବସାଇଟ୍ www.odisharesults.nic.inରେ ଛାତ୍ରାଛାତ୍ରୀ ନିଜର ଫଳ ଦେଖିପାରିବେ। ପ୍ରଥମେ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ତାରିଖ ଘୋଷଣା ହେବ। ଏହାପରେ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶିତ ହେବ। ଏହାପରେ ଜୁନ ୮ ସୁଦ୍ଧା କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳା ପ୍ରକାଶ ପାଇବ।

ସୂଚନାଯୋଗ୍ୟ, ମାର୍ଚ୍ଚ୧ରୁ ଯୁକ୍ତ-୨ ପରୀକ୍ଷା ଆରମ୍ଭ ହୋଇଥିଲା ବେଳେ ଏପ୍ରିଲ୍ ୫ ତାରିଖରେ ଶେଷ ହୋଇଥିଲା। ଏବଂ ଏପ୍ରିଲ୍ ୧୦ରେ ଆରମ୍ଭ ହୋଇଥିଲା ଖାତାଦେଖା । ଏଥିପାଇଁ ୧୦୪ଟି ମୂଲ୍ୟାୟନ କେନ୍ଦ୍ର କରାଯାଇଥିଲା । ଦୁଇଟି ପର୍ଯ୍ୟାୟରେ ହେବାକୁ ଥିବା ଏହି ଖାତା ଦେଖାରେ ସାମିଲ ହୋଇଥିଲେ ୧୫ ହଜାର ଅଧ୍ୟାପକ, ଅଧ୍ୟାପିକା । ପ୍ରଥମ ପର୍ଯ୍ୟାୟରେ ଅନଲାଇନରେ ମୂଲ୍ୟାୟନ ହୋଇଥିଲା । ଏଥିରେ ପ୍ରାୟ ୩ ହଜାର ଓ ଅଫଲାଇନରେ ୫ ହଜାର ମୂଲ୍ୟାୟନକାରୀ ନିୟୋଜିତ ହୋଇଥିଲେ। । ବିଜ୍ଞାନ ଓ ଗଣିତ ବିଭାଗର ବିଷୟଗୁଡିକର ଇ-ମୂଲ୍ୟାୟନ ଲାଗି ୩୯ଟି କେନ୍ଦ୍ର କରାଯାଇଥିଲା । ମାନୁଆଲ ମୂଲ୍ୟାୟନ ହେବାକୁ ଥିବା କଳା ଓ ଧନ୍ଦମୂଳକ ବିଷୟଗୁଡିକରେ ୬୫ଟି କେନ୍ଦ୍ର ହୋଇଥିଲା ।

Get real time updates directly on you device, subscribe now.