fbpx
BJD SKY
BJD SKY

IPL-2024 ଖେଳିବେନି ଧୋନୀ-ହାର୍ଦ୍ଦିକ! ଏହି ୫ ସୁପରଷ୍ଟାର ଖେଳାଳିଙ୍କ ନାଁ ସାମିଲ

BJD

ନୂଆଦିଲ୍ଲୀ: ସାରା କ୍ରିକେଟପ୍ରେମୀଙ୍କୁ ଏବେ ପାଗଳ କରିଛି ଆଇପିଏଲ ନିଶା । ଆସନ୍ତା ସିଜନ ପାଇଁ ଅକ୍ସନ ସରିବା ପରେ ଟୁର୍ଣ୍ଣାମେଣ୍ଟକୁ ଅପେକ୍ଷା କରି ରହିଛନ୍ତି କ୍ରିକେଟପ୍ରେମୀ । ତେବେ ଆଇପିଏଲକୁ ନେଇ ନୂଆ ଅପଡେଟ ଆସିବା ସହିତ ଉତ୍କଣ୍ଠା ବଢିବାରେ ଲାଗିଛି । ତେବେ ଏହା ଭିତରେ ଏକ ବଡ଼ ଅପଡେଟ ଏବେ ଜାଣିବାକୁ ମିଳିଛି । ଆସନ୍ତା ସିଜନରେ ୫ ଜଣ ସୁପରଷ୍ଟାର ଖେଳାଳିଙ୍କ ଖେଳିବା ନେଇ ଆଶଙ୍କା ସୃଷ୍ଟି ହୋଇଛି । ଏହି ତାଲିକାରେ ୨ ଜଣ ଅଧିନାୟକ ମଧ୍ୟ ସାମିଲ ଅଛନ୍ତି । ମୁମ୍ବାଇ ଇଣ୍ଡିଆନ୍ସର ନୂଆ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ ଏମ.ଏସ ଧୋନୀଙ୍କ ଖେଳିବା ନେଇ ମଧ୍ୟ ଦ୍ୱନ୍ଦ୍ୱ ଲାଗି ରହିଛି ।

IPL 2023 final - Hardik Pandya - 'If I had to lose, I don't mind losing to  MS Dhoni' | ESPNcricinfo

ହାର୍ଦ୍ଦିକ ପାଣ୍ଡ୍ୟା: ଦିନିକିଆ ବିଶ୍ୱକପ-୨୦୨୩ରେ ବାଂଲାଦେଶ ବିପକ୍ଷ ମ୍ୟାଚରେ ଆହତ ହୋଇଥିଲେ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା । ଏହାପରେ ସେ ଭାରତର ୨ଟି ସିରିଜ(ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା)ରୁ ବାଦ୍ ପଡ଼ିଛନ୍ତି । ବର୍ତ୍ତମାନ ସୁଦ୍ଧା ସେ ସମ୍ପୂର୍ଣ୍ଣ ଭାବରେ ସୁସ୍ଥ ହୋଇ ନଥିବା ବେଳେ ଆଇପିଏଲ ଖେଳିବା ନେଇ ଆଶଙ୍କା ଦେଖାଯାଇଛି । କିନ୍ତୁ ମୁମ୍ବାଇ ଗୁଜୁରାଟ ଟାଇଟନ୍ସରୁ ତାଙ୍କୁ ଟ୍ରେଡରେ ଆସନ୍ତା ସିଜନ ପାଇଁ ଅଧିନାୟକ ପଦ ହସ୍ତାନ୍ତର କରିଛି । କିନ୍ତୁ ବର୍ତ୍ତମାନ ତାଙ୍କ ଫିଟନେସ ଦଳ ପାଇଁ ଚିନ୍ତାର କାରଣ ହୋଇପାରେ ।

IPL 2024: WATCH – “Special for a lot of reasons,” Hardik Pandya shares his  feelings on making return to Mumbai Indians

ମହମ୍ମଦ ଶାମୀ: ହାର୍ଦ୍ଦିକଙ୍କ ପୁରୁଣା ସାଥୀ ମହମ୍ମଦ ଶାମୀ ମଧ୍ୟ ଏହି ତାଲିକାରେ ସ୍ଥାନ ପାଇଛନ୍ତି । ସେ ମଧ୍ୟ ଆହତ ହୋଇ ଭାରତର ୨ଟି ସିରିଜରୁ ବାଦ୍ ପଡ଼ି ସାରିଛନ୍ତି । ତେଣୁ ଆସନ୍ତା ଆଇପିଏଲ ସୁଦ୍ଧା ସେ ସୁସ୍ଥ ନହେଲେ ଗୁଜୁରାଟର ନୂଆ ଅଧିନାୟକ ଶୁଭମନ ଗିଲଙ୍କ ପାଇଁ ବଡ଼ ସମସ୍ୟା ହୋଇପାରେ । ଦମଦାର ଫମରେ ରହିଥିବା ଶାମୀ ମଧ୍ୟ ବିଶ୍ୱକପ ଶେଷ ଆଡ଼କୁ ଆହତ ହୋଇଥିଲେ ।

Mohammed Shami becomes the best bowler in the history of IPL - Crictoday

ସୂର୍ଯ୍ୟକୁମାର ଯାଦବ: ମୁମ୍ବାଇ ଇଣ୍ଡିଆନ୍ସର ଷ୍ଟାର ବ୍ୟାଟର ସୂର୍ଯ୍ୟକୁମାର ଯାଦବ ମଧ୍ୟ ଆଇପିଏଲ-୨୦୨୪ରୁ ବାଦ୍ ପଡ଼ିପାରନ୍ତି ବୋଲି ଅନୁମାନ କରାଯାଉଛି । ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜରେ ଆହତ ହୋଇ ଭାରତ ଫେରିଛନ୍ତି ସୂର୍ଯ୍ୟକୁମାର । ନିକଟରେ ସେ ସେୟାର କରିଥିବା ଏକ ଭିଡିଓରେ ବୈଶାଖୀ ଧରି ଚାଲୁଥିବା ଦେଖାଯାଇଛି । ତେଣୁ ସେ କେତେ ଦିନ ମଧ୍ୟରେ ସୁସ୍ଥ ହେବେ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ତେଣୁ ଆଇପିଏଲରେ ତାଙ୍କ ଉପଲବ୍ଧତା ନେଇ ମଧ୍ୟ ଏବେ ପ୍ରଶ୍ନ ଉଠିଛି ।

Most teams In IPL 2023 Are Taking Risks And It Is Coming Off: MI's Rohit  Sharma

ଏମ.ଏସ ଧୋନୀ: ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ କ୍ୟାପଟେନ କୁଲ ମାହିଙ୍କ ପାଇଁ ଆସନ୍ତା ଆଇପିଏଲ ଖୁବ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି । କାରଣ ଏହା ତାଙ୍କ କ୍ୟାରିୟରର ଶେଷ ଆଇପିଏଲ ହୋଇପାରେ । ଗତଥର ଧୋନୀଙ୍କ ନେତୃତ୍ୱରେ ଚେନ୍ନାଇ ଚମ୍ପିଆନର ମୁକୁଟ ପିନ୍ଧିଥିଲା । ତେବେ ଆସନ୍ତା ସିଜନ ପାଇଁ ସେ ମଧ୍ୟ ସମସ୍ତ ମ୍ୟାଚ ଖେଳି ନ ପାରନ୍ତି । ଗତ ସିଜନରେ ଆଣ୍ଠରେ ଯନ୍ତ୍ରଣା ସ୍ପଷ୍ଟ ବାରି ହେଉଥିଲା । ତେବେ ୪୨ ବର୍ଷ ବୟସରେ ଏହି ଯନ୍ତ୍ରଣା ସହ କ୍ରିକେଟ ଖେଳିବା ତାଙ୍କ ପାଇଁ କଷ୍ଟକର ହୋଇପାରେ ।

Retired From....': MS Dhoni Makes Massive Statement On IPL 2024 Return |  Cricket News, Times Now

ନବୀନ ଉଲ୍ ହକ୍: ଆଇପିଏଲରେ ଲକ୍ଷ୍ନ ସୁପର ଜିଆଣ୍ଟସ୍ (LSG) ପାଇଁ ଖେଳୁଥିବା ଆଫଗାନିସ୍ତାନ ଦ୍ରୁତ ବୋଲର ନବୀନ-ଉଲ୍-ହକ୍ ଆହତ ହୋଇନାହାଁନ୍ତି କିନ୍ତୁ ଆଫଗାନିସ୍ତାନ କ୍ରିକେଟ୍ ବୋର୍ଡ (ଏସିବି) ଆଇପିଏଲ୍ ଟି -୨୦ ଲିଗ୍ ସ୍ଥଗିତ ରଖିଥିବାରୁ ସେ ଟୁର୍ଣ୍ଣାମେଣ୍ଟ ଆଇପିଏଲ୍ ୨୦୨୪ କୁ ହରାଇ ପାରନ୍ତି। ସେମାନଙ୍କ ପାଇଁ ପ୍ରାଥମିକତା ସେମାନଙ୍କୁ ନିଷେଧ କରାଯାଇଛି । ଆଗାମୀ ମାସରେ କ’ଣ ହେବ ତାହା ଦେଖିବା ମଜାଦାର ହେବ, କାରଣ ACB ତାଙ୍କୁ IPL ଖେଳିବାକୁ NOC ଦେବାକୁ ବାଧ୍ୟ ହୋଇପାରେ ।

IPL - MI vs LSG - Naveen - Taunts from crowd 'give me passion to play well'  | ESPNcricinfo

Get real time updates directly on you device, subscribe now.