fbpx

ଶୋଇଥିବା ବେଳେ ସ୍ୱପ୍ନରେ ପ୍ରେମିକକୁ ଏହି ଅବସ୍ଥାରେ ଦେଖୁଛନ୍ତି କି? ଜାଣନ୍ତୁ, ଏହାର ଅର୍ଥ କ’ଣ

ସ୍ୱପ୍ନ ଶାସ୍ତ୍ର: ସ୍ୱପ୍ନ ଦେଖିବା ଅତ୍ୟନ୍ତ ସାଧାରଣ କଥା। ତେଣୁ ଶୋଇବା ସମୟରେ ଜଣେ ବ୍ୟକ୍ତି କୌଣସି ପ୍ରକାରର ବି ସ୍ୱପ୍ନ ଦେଖିବାକୁ ପାଇଥାଏ। ଯାହାର ଅର୍ଥ ବୁଝିବା ଭାରି କଷ୍ଟକର। ତେବେ ସ୍ୱପ୍ନ ଶାସ୍ତ୍ର ଅନୁସାରେ, ସ୍ୱପ୍ନ ଆମ ଜୀବନ ଏବଂ ଭବିଷ୍ୟତରେ ଘଟୁଥିବା ଘଟଣାଗୁଡ଼ିକୁ ସୂଚିତ କରେ। ଅନେକ ଥର ଲୋକମାନେ ସ୍ୱପ୍ନରେ ପରିଚିତ, ପ୍ରିୟଜନ ଏବଂ ପ୍ରେମିକ କିମ୍ବା ଗର୍ଲଫ୍ରେଣ୍ଡଙ୍କୁ ଦେଖନ୍ତି। ଆଉ ସ୍ୱପ୍ନରେ ସମସ୍ତଙ୍କ ରୂପ ଭିନ୍ନ ଭିନ୍ନ ଅର୍ଥ ରଖିଥାଏ। ତେବେ ଆସନ୍ତୁ ଜାଣିବା ସ୍ୱପ୍ନରେ ପ୍ରେମିକକୁ ଦେଖିବାର ଅର୍ଥ କ’ଣ ହୋଇପାରେ।

ପ୍ରେମିକ ସ୍ୱପ୍ନରେ ହସୁଥିବାର ଦେଖିଲେ:-
ସ୍ୱପ୍ନ ଶାସ୍ତ୍ର ଅନୁଯାୟୀ, ଯଦି ଆପଣ ଆପଣଙ୍କ ପ୍ରେମିକକୁ ସ୍ୱପ୍ନରେ ହସୁଥିବାର ଦେଖୁଛନ୍ତି, ତେବେ ବୁଝନ୍ତୁ ଯେ ଆପଣ ଆପଣଙ୍କ ପ୍ରେମିକଠାରୁ ବହୁତ ପ୍ରେମ ପାଇବାକୁ ଯାଉଛନ୍ତି। ଏହା ସହିତ, ଏହି ସ୍ୱପ୍ନ ସୂଚିତ କରେ ଯେ ଆପଣଙ୍କ ସମ୍ପର୍କ ଶୀଘ୍ର ବିବାହରେ ପରିଣତ ହୋଇପାରେ। ଅନ୍ୟ ପଟେ, ଯଦି ଆପଣ ସ୍ୱପ୍ନରେ ବାରମ୍ବାର ନିଜ ପ୍ରେମିକ ସହିତ ବିବାହ କରୁଥିବାର ଦେଖୁଛନ୍ତି, ତେବେ ବୁଝନ୍ତୁ ଯେ ଆପଣ ଶୀଘ୍ର ତାଙ୍କ ସହିତ ପ୍ରେମ ବିବାହ କରିବାକୁ ଯାଉଛନ୍ତି।

ପ୍ରେମିକ ସ୍ୱପ୍ନରେ କାନ୍ଦୁଥିବା ଦେଖିଲେ:-
ସ୍ଵପ୍ନ ଶାସ୍ତ୍ର ଅନୁଯାୟୀ, ଯଦି ଆପଣ ଆପଣଙ୍କ ପ୍ରେମିକକୁ ସ୍ୱପ୍ନରେ ଶୋଇଥିବାର ଦେଖୁଛନ୍ତି, ତେବେ ଏହା ଅତ୍ୟନ୍ତ ଖରାପ ଅଟେ। ଏହି ସ୍ୱପ୍ନ ସୂଚାଇଥାଏ ଯେ, ଆପଣଙ୍କ ପ୍ରେମିକ ଆପଣଙ୍କ ଉପରେ ରାଗିଛି କିମ୍ବା ଆପଣଙ୍କ ବିଶ୍ୱାସ ଭାଙ୍ଗିପାରେ। ତେଣୁ, ଏହି ସ୍ୱପ୍ନ ଦେଖିଲେ ବିଶେଷ ଭାବେ ସଚେତନ ରହିବାକୁ ପଡିବ।

ସ୍ୱପ୍ନରେ ପ୍ରେମିକ ସହିତ ଝଗଡା ହେଉଥିଲେ:-
ସ୍ଵପ୍ନ ଶାସ୍ତ୍ର ଅନୁଯାୟୀ, ଯଦି ଆପଣ ସ୍ୱପ୍ନରେ ନିଜ ପ୍ରେମିକ ସହିତ ଝଗଡା ବା ମାରପିଟ କରୁଥିବାର ଦେଖଛନ୍ତି, ଏହାର ଅର୍ଥ ହେଉଛି ଆପଣ ପ୍ରେମ ଜୀବନରେ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିପାରେ। ଏପରି ପରିସ୍ଥିତିରେ, ଆପଣ ସାବଧାନ ହେବା ଅତ୍ୟନ୍ତ ଜରୁରୀ।

ସ୍ୱପ୍ନରେ ପ୍ରେମିକ ସହିତ କଥାବାର୍ତ୍ତା ହେଉଥିଲେ:-
ସ୍ଵପ୍ନ ଶାସ୍ତ୍ର ଅନୁଯାୟୀ, ଯଦି ଆପଣ ସ୍ୱପ୍ନରେ ନିଜ ପ୍ରେମିକ ସହିତ କଥାବାର୍ତ୍ତା ହେଉଥିବାର ଦେଖୁଥାନ୍ତି, ତେବେ ବୁଝନ୍ତୁ ଯେ ଶୀଘ୍ର ଆପଣ ଏକାଠି ହୋଇପାରିବେ। ଏହା ବ୍ୟତୀତ, ଏହି ସ୍ୱପ୍ନର ଅର୍ଥ ହେଉଛି ଯେ ଆପଣଙ୍କ ପ୍ରେମିକ ସହିତ ଆପଣଙ୍କର ବିବାହ ଶୀଘ୍ର ଚୂଡାନ୍ତ ହୋଇପାରେ।

Get real time updates directly on you device, subscribe now.