(Video) ପ୍ରୀତି ଜିଣ୍ଟାଙ୍କୁ ପୁଅ ଅକାୟଙ୍କ ଭିଡିଓ ଦେଖାଇଲେ ବିରାଟ କୋହଲି, ଖୁସି ହୋଇଗଲେ ଅଭିନେତ୍ରୀ

ବିରାଟ ପ୍ରୀତି ଜିଣ୍ଟଙ୍କୁ ଦେଖାଇଲେ ନିଜ ପୁଅର ଫଟୋ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ରବିବାର ହୋଇଥିବା ମୁକାବିଲାରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ ପଞ୍ଜାବ କିଙ୍ଗସକୁ ୭ ୱିକେଟରେ ଧରାଶାୟୀ କରିଥିଲା। ମୁଲ୍ଲାମ୍ପୁରରେ ହୋଇଥିବା ଏହି ମ୍ୟାଚରେ ବିରାଟ କୋହଲି।

୫୪ ବଲରେ ୭୩ ରନ କରିଥିଲେ। ଏଥିପାଇଁ ତାଙ୍କୁ ପ୍ଲେୟାର ଅଫ ଦ ମ୍ୟାଚ ଭାବେ ଚୟନ କରାଯାଇଛି। ମ୍ୟାଚ ପରେ ପଞ୍ଜାବର ସମସ୍ତ ପ୍ଲେୟର୍ସ ବିରାଟ କୋହଲିଙ୍କୁ ଭେଟିଥିଲେ। ଏହି ସମୟରେ ଟିମର ମାଲିକାଣୀ ପ୍ରୀତି ଜିଣ୍ଟା ମଧ୍ୟ କୋହଲିଙ୍କୁ ଅଭିନନ୍ଦନ ଜଣାଇ ତାଙ୍କ ପାଖକୁ ଯାଇଥିଲେ।

କୋହଲି ପ୍ରୀତି ଜିଣ୍ଟାଙ୍କ ସହ ହାତ ମିଶାଇଥିଲେ। ଏଥିସହ ଦୁହିଁଙ୍କ ମଧ୍ୟରେ ଅନେକ କଥାବାର୍ତ୍ତା ହୋଇଥିଲା। ଏହି ସମୟର ଅନେକ ଭିଡିଓ ଭାଇରାଲ ହେବାରେ ଲାଗିଛି।

ଏହି ସମୟରେ କୋହଲି ନିଜ ଫୋନରେ ପ୍ରୀତି ଜିନ୍‌ଟାଙ୍କୁ ନିଜ ପୁଅ ଅକାୟ କୋହଲି ଏବଂ ବାମିକା କୋହଲିଙ୍କ ଫଟୋ ଦେଖାଇଛନ୍ତି। ପ୍ରୀତି ପିଲାଙ୍କ ଫଟୋ ଦେଖି ଖୁବ ଖୁସି ହୋଇଛନ୍ତି।