fbpx

IPL 2023 auction: ୨ କୋଟିର ବେସ୍ ପ୍ରାଇସରେ ନାହାନ୍ତି ଜଣେ ହେଲେ ଭାରତୀୟ ଖେଳାଳି, ପଞ୍ଜିକରଣ କଲେ ୯୯୧ କ୍ରିକେଟର

ନୂଆଦିଲ୍ଲୀ: ଆଇପିଏଲ ୨୦୨୩ର ମିନି ନିଲାମ ପାଇଁ ମୋଟ୍ ୯୯୧ ଖେଳାଳି ନିଜର ନାମ ପଞ୍ଜିକରଣ କରାଇଛନ୍ତି। ଏଥିରୁ ୭୧୪ ଭାରତୀୟ ହୋଇଥିବା ବେଳେ ୨୭୭ ବିଦେଶୀ ଖେଳାଳି। ଏହି ତାଲିକାକୁ ସମସ୍ତ ଫ୍ରାଞ୍ଚାଇଜିକୁ ଦିଆଯାଇଛି, ଯଦ୍ଵାରା ସେମାନେ ଡିସେମ୍ବର ୯ ସୁଦ୍ଧା ନିଜ ମନ ପସନ୍ଦର ଖେଳାଳିଙ୍କୁ ଚୟନ କରି ପାରିବେ। ସଦ୍ୟତମ ସୂଚନା ଅନୁଯାୟୀ, ଏଥର ୨ କୋଟିର ବେସ୍ ପ୍ରାଇସରେ ୨୧ ଜଣ, ୧.୫ କୋଟିର ବେସ୍ ପ୍ରାଇସରେ ୧୦ ଏବଂ ଏକ କୋଟିର ବେସ୍ ପ୍ରାଇସରେ ୨୪ ଖେଳାଳି ନିଜର ନାମ ପଞ୍ଜିକରଣ କରିଛନ୍ତି। ଚକିତକର କଥା ଦୁଇ କୋଟି ଏବଂ ଦେଢ କୋଟିର ବେସ୍ ପ୍ରାଇସ ତାଲିକାରେ ଜଣେ ହେଲେ ଭାରତୀୟ ଖେଳାଳି ନାହାନ୍ତି। ଏକ କୋଟିର ବେସ୍ ପ୍ରାଇସରେ ମୟଙ୍କ ଅଗ୍ରଓ୍ଵାଲ, କେଦାର ଯାଦବ ଏବଂ ମନୀଷ ପାଣ୍ଡେଙ୍କ ରୂପେ ମାତ୍ର ତିନି ଜଣ ଭାରତୀୟ ଖେଳାଳି ରହିଛନ୍ତି।

ମିନି ନିଲାମ ପାଇଁ ପଞ୍ଜିକରଣ କରାଇଥିବା ଖେଳାଳିଙ୍କ ମଧ୍ୟରେ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିବା ଭାରତୀୟ ଖେଳାଳିଙ୍କ ସଂଖ୍ୟା ୧୯ ରହିଛି। ମୟଙ୍କ ଅଗ୍ରଓ୍ଵାଲ, କେଦାର ଯାଦବ ଏବଂ ମନୀଷ ପାଣ୍ଡେଙ୍କ ବ୍ୟତୀତ ଆଜିଙ୍କ୍ୟ ରାହାଣେ ଏବଂ ଇଶାନ୍ତ ଶର୍ମାଙ୍କ ନାମ ସାମିଲ୍। ରାହାଣେଙ୍କୁ କୋଲକାତା ନାଇଟ୍ ରାଇଡର୍ସ ଗତ ନିଲାମରେ ଏକ କୋଟି ଟଙ୍କାରେ ନିଜ ଦଳରେ ସାମିଲ୍ କରିଥିଲା। ଏଥର ତାଙ୍କର ବେସ୍ ପ୍ରାଇସ୍ ୫୦ ଲକ୍ଷ ଟଙ୍କା ରହିଛି। ୨୦୨୨ରେ ବିକ୍ରି ହୋଇ ପାରିନଥିବା ଇଶାନ୍ତ ଶର୍ମା ନିଜର ବେସ୍ ପ୍ରାଇସ୍ ୭୫ ଲକ୍ଷ ଟଙ୍କା ରଖିଛନ୍ତି।
ଦୁଇ କୋଟିର ବେସ୍ ପ୍ରାଇସ୍ ଖେଳାଳିଙ୍କ ତାଲିକାରେ ରହିଛନ୍ତି କ୍ୟାମେରୁନ ଗ୍ରୀନ, ବେନ ଷ୍ଟୋକ୍ସ, କେନ ଓ୍ଵିଲିୟମସନ, ନିକୋଲାସ ପୁରନ ଏବଂ ସାମ କୁରନଙ୍କ ପରି ଷ୍ଟାର ଖେଳାଳି। ଏମାନଙ୍କ ଉପରେ ଫ୍ରାଞ୍ଚାଇଜିଙ୍କ ନଜର ରହିବ।

୨ କୋଟି ବେସ୍ ପ୍ରାଇସର ଖେଳାଳି
ନାଥନ କୁଲଟର ନାଇଲ୍, କ୍ୟାମେରୁନ ଗ୍ରୀନ, ଟ୍ରେଭିସ୍ ହେଡ୍, କ୍ରିସ୍ ଲିନ, ଟମ୍ ବ୍ୟାଣ୍ଟନ, ସାମ କୁରନ, କ୍ରିସ୍ ଜୋର୍ଡାନ, ଟାଇମଲ୍ ମିଲ୍ସ, ଜେମି ଓଭରଟନ, କ୍ରେଗ୍ ଓଭରଟନ, ଆଦିଲ ରସିଦ, ଫିଲ୍ ସଲ୍ଟ, ବେନ ଷ୍ଟୋକ୍ସ, ଆଡମ ମିଲନେ, ଜିମି ନିଶାନ, କେନ ଓ୍ଵିଲିୟମସନ, ରିଲେ ରୋସୋ, ରସି ଭାନ ଡର ଡସେନ, ଆଞ୍ଜେଲୋ ମାଥ୍ୟୁସ, ନିକୋଲାସ ପୁରନ, ଜାସନ ହୋଲଡର।

୧.୫ କୋଟିର ବେସ୍ ପ୍ରାଇସ୍ ଖେଳାଳି
ସିନ୍ ଆବୋଟ୍, ରିଲେ ମେରେଡିଥ୍, ଝେ ରିଚାର୍ଡସନ, ଆଡମ ଜାମ୍ପା, ସାକିକ ଉଲ  ହାସନ, ହେରି ବ୍ରୁକ, ଓ୍ଵିଲ ଜ୍ୟାକ୍ସ, ଡେଭିଡ୍ ମଲାନ, ଜାସନ ରୟ, ସେନଫେନ ରଦରଫୋର୍ଡ।

୧ କୋଟିର ବେସ୍ ପ୍ରାଇସ୍ ଥିବା ଖେଳାଳି
ମୟଙ୍କ ଅଗ୍ରଓ୍ଵାଲ, କେଦାର ଯାଦବ, ମନୀଷ ପାଣ୍ଡେ, ମହମ୍ମଦ ନବି, ମୁଜିବ ଉର ରେହମାନ, ମୋଇସେନ ହେନରିକ୍ସ, ଆଣ୍ଡ୍ର‌୍ୟୁ ଟାଇ, ଜୋ ରୁଟ୍, ଲ୍ୟୁକ୍ ଉଡ, ମାଇକେଲ୍ ବ୍ରେସଓ୍ଵେଲ, ମାର୍କ ଚ୍ୟାପମ୍ୟାନ, ମାର୍ଟିନ ଗୁପଟିଲ୍, କାଇଲ୍ ସେମିସନ, ମ୍ୟାଟ୍ ହେନରି, ଟମ୍ ଲାଥମ, ଡିରେଲ୍ ମିଚେଲ୍, ହେନରିକ କ୍ଲାସେନ, ତବରେଜ ସମ୍ସି, କୁଶଲ ପେରେରା, ରୋଷ୍ଟନ ଚେଜ୍, ରାଖିମ କର୍ଣ୍ଣଓ୍ଵାଲ, ସାଇ ହୋପ, ଅକିଲା ହୁସେନ, ଡେଭିଡ୍ ଓ୍ଵିସେ।

Get real time updates directly on you device, subscribe now.