fbpx

ଗାଧୋଇ ସାରିବା ପରେ ଟାୱେଲ ପିନ୍ଧିବା ବିପଜ୍ଜନକ ; ହୋଇଯାଆନ୍ତୁ ସତର୍କ, ନଚେତ ହୋଇପାରେ ଅନେକ ସମସ୍ୟା

ଶରୀରକୁ ସଫା ରଖିବା ପାଇଁ ପ୍ରତ୍ୟେକ ଦିନ ସ୍ନାନ କରିବା ନିତ୍ୟାନ୍ତ ଆବଶ୍ୟକ । ଏହା ଦ୍ୱାରା ଶରୀରରେ ଥିବା କିଟାଣୁ ନଷ୍ଟ ହେବା ସହ ଶରୀର ସୁନ୍ଦର ଏବଂ ସୁସ୍ଥ ରହିଥାଏ । ଏଥିସହିତ ପ୍ରତ୍ୟେକ ଦିନ ସ୍ନାନ କରିବା ଦ୍ୱାରା ବିଭିନ୍ନ ପ୍ରକାର ରୋଗ ଖାସ କରି ଚର୍ମ ଜନିତ ରୋଗରୁ ମଧ୍ୟ ମୁକ୍ତି ମିଳେ । ତେବେ ସ୍ନାନ ସମୟରେ ଆମର ସବୁଠାରୁ ଗୁରୁତ୍ୱପୂଣ୍ଣ ସାଥି ଟାୱେଲ ହୋଇଥାଏ । ଯହାକୁ ଆମେ ସ୍ନାନ କରି ସାରିବା ପରେ ବ୍ୟବହାର କରିଥାନ୍ତି । କିନ୍ତୁ ଆପଣ ଜାଣିଛନ୍ତି କି ସ୍ନାନ ପରେ ଟାୱେଲ ଗୁଡାଇହେବା ବିପଜ୍ଜନକ ହୋଇଥାଏ । ଯେଉଁ କାରଣରୁ ଆପଣମାନେ ଅନେକ ସମସ୍ୟାର ସମ୍ମୁଖୀନ ହୋଇ ପାରନ୍ତି । ବର୍ତ୍ତମାନ ଆସନ୍ତୁ ଜାଣିବା ଗାଧୋଇ ସାରିବା ପରେ ଟାୱେଲ ବ୍ୟବହାର ଆମକୁ କେଉଁ ସମସ୍ୟାରେ ପକାଇଥାଏ ।

ବିପଜ୍ଜନକ ଟାୱେଲ: ସାଧାରଣତଃ ଆମେ ଟାୱେଲ ବ୍ୟବହାର କରିବାରେ ଅବହେଳା କରିଥାଉ । ଆମେ ଅନ୍ୟ ପୋଷାକ ପରି ଏହାକୁ ପ୍ରତ୍ୟେକ ଦିନ ଧୋଇ ନଥାଉ । ଯେଉଁ କାରଣରୁ ଏଥିରେ ଜୀବାଣୁ ସୃଷ୍ଟି ହୋଇଥାଏ । ଯାହା ଫଳରେ ଏହାକୁ ବ୍ୟବହାର କରିବା ଦ୍ୱାରା ଆମ ଶରୀରରେ ଅନେକ ରୋଗ ବ୍ୟାପିଥାଏ । ତେବେ ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ କହିବା ଅନୁଯାୟୀ, ଗାଧୋଇ ସାରିବା ପରେ ଆମେ ଟାୱେଲ ବ୍ୟବହାର କରିଥାନ୍ତି ଯାହାଫଳରେ ଏହା ହାଲୁକା ଓଦା ହୋଇଯାଏ । ତେବେ ଆଦ୍ରତା କାରଣରୁ ଏଥିରେ କିଛି ଜୀବାଣୁ ସୃଷ୍ଟି ହୋଇଥାନ୍ତି । ଯାହାକୁ ବ୍ୟବହାର କରିବା ଦ୍ୱାରା ଆମ ଶରୀରକୁ ଜୀବାଣୁ ପ୍ରବେଶ କରିଥାନ୍ତି । ଫଳରେ ଆମକୁ ଡାଇରିଆ, ଫୁଡ ପୟୋଜିନିଙ୍ଗ ପରି ସମସ୍ୟା ଦେଖା ଦେଇଥାଏ । ଏଥିସହିତ ଚର୍ମ ଜନିତ ସମସ୍ୟା, ଯଥା-କାଛୁ, କୁଣ୍ଡିଆ, ଆଲର୍ଜି ଏବଂ ଇନଫେକସନ ପରି ସମସ୍ୟା ସୃଷ୍ଟି ହୁଏ । ତେଣୁ ଗାଧୋଇ ସାରିବା ପରେ ଭୁଲରେ ବି ଟାୱେଲ ବ୍ୟବହାର କରନ୍ତୁ ନାହିଁ । ଯଦି ଏହାକୁ ବ୍ୟବହାର କରୁଛନ୍ତି ତେବେ ଏହାକୁ ପ୍ରତ୍ୟେକ ଦିନ ଖରାରେ ଶୁଖାଇବା ସହ ପ୍ରତି ସପ୍ତାହରେ ଥରେ ସଫା କରନ୍ତୁ ।

ଟାୱେଲକୁ ସଠିକ୍ ଭାବରେ ବ୍ୟବହାର କରନ୍ତୁ : ଯଦି ଟାୱେଲକୁ ସଠିକ୍ ଭାବରେ ବ୍ୟବହୃତ ହୁଏ ନାହିଁ ତେବେ ଏହା ସ୍ୱାସ୍ଥ୍ୟ ପାଇଁ ବିପଜ୍ଜନକ ହୋଇପାରେ । ଅନେକ ଅନୁସନ୍ଧାନରେ ଏହା ପ୍ରମାଣିତ ହୋଇଛି ଯେ ସ୍ନାନ ପରେ ଶରୀର କିମ୍ବା କେଶରେ ଟାୱେଲ ଗୁଡ଼ାଇବା ଟିକେ ବିପଦପୂର୍ଣ୍ଣ । କାରଣ ଏଥିରେ ବହୁତ ବିପଜ୍ଜନକ ଜୀବାଣୁ ଉପସ୍ଥିତ ରହିପାରନ୍ତି ଫଳରେ ଏହା ଆମ ଶରୀରରେ ରୋଗ ବୃଦ୍ଧି କରନ୍ତି । ତେଣୁ ଟାୱେଲ ବ୍ୟବହାର ପରେ ଏହାକୁ  ତୁରନ୍ତ ଖରାରେ ଶୁଖାଇ ଦିଅନ୍ତୁ ନଚେତ ସଫା କରି ଦିଅନ୍ତୁ । ଏତତ୍ ବ୍ୟତୀତ ଏହାକୁ ହାଲୁକା ଗରମ ପାଣିରେ ପକାଇ ଧୋଇ ଦିଅନ୍ତୁ । ଯାହାଫଳରେ ଜୀବାଣୁ ନଷ୍ଟ ହୋଇଯିବେ ଏବଂ ଶରୀର ପାଇଁ ମଧ୍ୟ ସଠିକ ରହିବ ।

Get real time updates directly on you device, subscribe now.