fbpx

ଅର୍ଚ୍ଚନା ନାଗ ମାମଲା:୧୨ ଘଣ୍ଟାର ପଚରା ଉଚୁରା ପରେ ପରେ ଆଜି ପୁଣି ଥରେ ଇଡିରେ ହାଜର ପ୍ରମୋଦ

ଭୁବନେଶ୍ୱର:ଅର୍ଚ୍ଚନା ନାଗ ମାମଲାରେ ଦିନ ପରେ ଦିନ ବିତିଚାଲିଥିବା ବେଳେ ଇଡି ତାର ତଦନ୍ତ ଜାରି ରଖିଛି । ତେବେ ଆଜି ଇଡିର ଦ୍ୱାରରେ ପୁଣି ଥରେ ଉପସ୍ଥିତ ହୋଇଛନ୍ତି ପ୍ରମୋଦ ସ୍ୱାଇଁ । ପ୍ରଥମ ଥରରେ ୧୨ ଘଣ୍ଟାର ପଚରା ଉଚୁରା ପରେ ପରେ ଆଜି ପୁଣି ଥରେ ହାଜର ହୋଇଛନ୍ତି ପ୍ରମୋଦ ।

ସୂଚନା ମୁତାବକ ଘର ମାଲିକ ପ୍ରମୋଦଙ୍କ ସହ ଅର୍ଚ୍ଚନାଙ୍କର କିଛି ବ୍ୟକ୍ତି ଗତ ଲିଙ୍କ ଥିବାର ସୂଚନା ମିଳୁଥିବା ବେଳେ ଅଧିକ ପଚରା ଉଚୁରା ପାଇଁ ଆଜି ପୁଣିଥରେ ତାଙ୍କୁ ଡାକରା ଦିଆଯାଇଛି ।ଏହା ପୂର୍ବରୁ ପ୍ରମୋଦଙ୍କୁ ଇଡି ଅଫିସରେ ହାଜର ହେବା ପାଇଁ ସମନ ପଠାଯାଇଥିଲା । ଯାହାଫଳରେ ସେ ଆଗରୁ ଠାରେ ଇଡିରେ ହାଜର ହୋଇଥିଲେ । ଏହା ସହ ସେ ଗଣମାଧ୍ୟମ ଆଗରେ ପ୍ରକାଶ କରିଥିଲେ ଯେ ଅର୍ଚ୍ଚନା ତାଙ୍କୁ ବ୍ଲାକ ମେଲିଙ୍ଗ କରୁଥିଲା ।  ଅର୍ଚ୍ଚନା ନାଗ ପୂର୍ବରୁ ପ୍ରମୋଦ ଜାଗମରା ସ୍ଥିତ ଘରେ ଭଡାରେ ରହୁଥିଲା ।

ତେବେ ଧୀରେ ଧୀରେ ଫିଟୁଛି ଅର୍ଚ୍ଚନା ନାଗ କଳା ସାମ୍ରାଜ୍ୟର କଳା ଚିଠା। ଆଜି ପୁଣି ଠାରେ ଫିଲ୍ମ ପ୍ରଡ୍ୟୁସର ପ୍ରମୋଦ ସ୍ୱାଇଁ ଇଡି ଅଫିସରେ ହାଜର ହୋଇଛନ୍ତି । ଯାହା ଆଶା କରାଯାଉଛି ଆଜି କିଛି ବିଶେଷ ସୂଚନା ଖୋଜି ବାହାର କରିବାରେ ଇଡି ସଫଳ ହୋଇ ପାରେ ।

Get real time updates directly on you device, subscribe now.