fbpx

(Video) ମାଗଣା ଖାଇବା ପାଇଁ ବାହାଘରରେ ପହଞ୍ଚିଥିଲେ MBA ଛାତ୍ର: ଧୋଇବାକୁ ପଡ଼ିଲା ପ୍ଲେଟ୍

ଭୋପାଳ: ମଧ୍ୟପ୍ରଦେଶରେ ଏକ ବିବାହ କାର୍ଯ୍ୟକ୍ରମରେ ଜଣେ ଯୁବକଙ୍କୁ ପ୍ଲେଟ୍ ଧୋଇବାକୁ ବାଧ୍ୟ କରୁଥିବା ଏକ ଭିଡିଓ ଭାଇରାଲ ହେଉଛି । ଭିଡିଓରେ ଜଣାପଡିଛି କି, ଯୁବକ ଜଣକ ଏମବିଏ ଛାତ୍ର । ଏକ ବିବାହରେ ବିନା ନିମନ୍ତ୍ରଣରେ ପହଞ୍ଚିଥିବାରୁ ତାଙ୍କୁ ପ୍ଲେଟ ଧୋଇବାର ଦଣ୍ଡ ଦିଆଯାଇଛି ।

ଭାଇରାଲ ଭିଡିଓରେ ଜଣେ ବ୍ୟକ୍ତି ଏମବିଏ ଛାତ୍ରଙ୍କୁ ପଚାରିଛନ୍ତି କି, ‘ କ’ଣ ତମେ ମାଗଣା ଖାଇବାର ଦଣ୍ଡ ଜାଣିଛ କି ? ତମେ ନିଜ ଘରେ ପ୍ଲେଟ ଧୋଉଛ ?’ଛାତ୍ରଙ୍କୁ ଧରିଥିବା ବ୍ୟକ୍ତି ଜଣକ ଭିଡିଓ ରେକର୍ଡ କରି ତାଙ୍କୁ ତାଙ୍କ ଠିକଣା ପଚାରିଥିଲେ । ଜଣାପଡିଲା କି, ଛାତ୍ର ଜଣକ ଜବଲପୁରର ବାସିନ୍ଦା ଓ ସେ ଭୋପାଳରେ ରହି ଏମବିଏ ପଢ଼ୁଛନ୍ତି । ଏହା ଶୁଣି ବ୍ୟକ୍ତି ଜଣକ କହିଥିଲେ କି, ‘ତୁମେ ଏମବିଏ କରୁଛ ଓ ତୁମ ବାପା-ମା ଟଙ୍କା ପଠଉନାହାନ୍ତି କି ? ତୁମେ ଜବଲପୁରର ନାଁ ଖରାପ କରୁଛ ।’

ଅବଶ୍ୟ ଘଟଣା ସମ୍ବନ୍ଧରେ କୌଣସି ଅଭିଯୋଗ କରାଯାଇ ନାହିଁ । କିନ୍ତୁ ଭାଇରାଲ ହେବା ପରେ ଭିଡିଓଟି ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି । ଏହାକୁ ଦେଖିବା ପରେ ଲୋକମାନେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଥିବା ମଧ୍ୟ ଦେଖିବାକୁ ମିଳିଛି ।

Get real time updates directly on you device, subscribe now.