fbpx

ଆଇପିଏଲରେ ଏଣ୍ଟ୍ରି ମାରିଲା କରୋନା, ଘୁଞ୍ଚିଲା ଆଜିର ଆରସିବି-କେକେଆର୍ ମ୍ୟାଚ୍

ନୂଆଦିଲ୍ଲୀ, ୦୩ ।୦୫ : ଆଇପିଏଲ ରେ ପଶିଲା କରୋନା । ଆଜି କୋଲକାତା ନାଇଟ୍ ରାଇଡର୍ସର ଦୁଇ ଖେଳାଳୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତେଣୁ ଆଜି ରୟାଲ୍ ଚ୍ୟାଲେଞ୍ଜର୍ସ ବ୍ୟାଙ୍ଗଲୋର ଏବଂ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ହେବାକୁ ଥିବା ମ୍ୟାଚ୍କୁ ରୋକି ଦିଆଯାଇଛି । ପୁଣି ଥରେ ଏହାକୁ ରି-ସିଡ୍ୟୁଲ୍ କରାଯିବ । ଏନେଇ କ୍ରିକ୍ ବଜ୍ ପକ୍ଷରୁ ସୁଚନା ଦିଆଯାଇଛି । ତେବେ କିଏ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ତାହା ଜଣାପଡିନାହିଁ । କିନ୍ତୁ କୁହାଯାଉଛି କେକେଆର୍ର ଜଣେ କପଲଙ୍କ ଠାରୁ ଏହି ଭାଇରସ୍ ବ୍ୟାପିଛି । ଆହୁରି ମଧ୍ୟ ଶୁଣିବାକୁ ମିଳିଛି ଯେ, କୋଲକାତା ନାଇଟ୍ ରାଇଡର୍ସ ଅଧିକାଂଶ ଖେଳାଳୀ ଅସୁସ୍ଥ ଥିଲେ । ସୁଚନାଯୋଗ୍ୟ, ନିକଟରେ ବିସିସିଆଇ ପକ୍ଷରୁ ଆଇପିଏଲ୍ରେ ଭାଗ ନେଇଥିବା ସମସ୍ତ ଖେଳାଳୀ ସୁସ୍ଥ ଥିବା କୁହାଯାଇଥିଲା । ଏଥିସହିତ ନିର୍ଦ୍ଧାରିତ ତାରିଖରେ ଖେଳ ଅନୁଷ୍ଠିତ ହେବ ବୋଲି ମଧ୍ୟ କୁହାଯାଇଥିଲା । ବର୍ତ୍ତମାନ କରୋନା ଆକ୍ରାନ୍ତ ଚିହ୍ନଟ ପରେ ଖୁବ୍ ଶୀଘ୍ର ଖେଳ ସମ୍ପର୍କିତ ଏକ ବଡ ଘୋଷଣା କରିପାରେ ବୋଲି ଶୁଣିବାକୁ ମିଳିଛି । ତେବେ ପୁର୍ବରୁ ମଧ୍ୟ ଅନେକ କ୍ରିକେଟର୍ କୋଭିଡ୍ ସଂକ୍ରମଣ ପାଇଁ ଖେଳ ଠାରୁ ନିଜକୁ ଦୂରେଇ ରଖିଥିଲେ ।

Get real time updates directly on you device, subscribe now.