fbpx

CBSE ଫର୍ମାଟରେ ପ୍ରକାଶ ପାଇବ ଦଶମ ବୋର୍ଡ ପରୀକ୍ଷା ଫଳ

ଭୁବନେଶ୍ୱର ୦୩ ।୦୫ (ଓଡ଼ିଶା ଭାସ୍କର) : CBSE ଫର୍ମାଟରେ ପ୍ରକାଶ ପାଇବ ଦଶମ ବୋର୍ଡ ପରୀକ୍ଷା ଫଳ । ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଁ ପ୍ରକ୍ରିୟା ଆରମ୍ଭ କରିଛି ମାଧ୍ୟମିକ ଶିକ୍ଷା ବୋର୍ଡ କର୍ତ୍ତୃପକ୍ଷ । ବୋର୍ଡ ଦ୍ୱାରା ନିର୍ଦ୍ଧାରିତ ଫର୍ମାଟରେ ବିବରଣୀ ପ୍ରସ୍ତୁତ ଲାଗି ନିର୍ଦ୍ଦେଶ ଦିଆଯାଇଛି । ଫର୍ମାଟରେ ସ୍କୁଲ ନାମ, ନମ୍ବର ଏବଂ ରୋଲ ନମ୍ବର ଆଦି ରହିଛି । ଦଶମ ଶ୍ରେଣୀର ଟେଷ୍ଟ ଏବଂ ନବମ ଶ୍ରେଣୀର ବାର୍ଷିକ ପରୀକ୍ଷାର ନମ୍ବର ମଧ୍ୟ ମାଗାଯାଇଛି । ଉଭୟ ପରୀକ୍ଷାରେ ପିଲା ରଖିଥିବା ନମ୍ବର ଦାଖଲ କରିବା ପାଇଁ ନିର୍ଦ୍ଦେଶ ରହିଛି । ସବୁ ହାଇସ୍କୁଲର ପ୍ରଧାନ ଶିକ୍ଷକଙ୍କୁ ନିର୍ଦ୍ଦେଶ ଦେବାକୁ ଡିଇଓଙ୍କୁ ଚିଠି ଲେଖା ହୋଇଛି । ଆଜି ସୁଦ୍ଧା ନିକଟସ୍ଥ ପରୀକ୍ଷା କେନ୍ଦ୍ରରେ ଫର୍ମାଟ ଦାଖଲ କରିବା ଲାଗି ନିର୍ଦ୍ଦେଶ ରହିଛି । ସେପଟେ ବୋର୍ଡର ଏହି ନିଷ୍ପତ୍ତିକୁ ଓଷ୍ଟା ପକ୍ଷରୁ ବିରୋଧ କରାଯାଇଛିି । ଦଶମ ଫଳ ପ୍ରକାଶନ ନେଇ ବୋର୍ଡର ଏଭଳି ପ୍ରକ୍ରିୟାକୁ ଓଷ୍ଟାର ସଂପାଦକ ପ୍ରକାଶ ମହାନ୍ତି ବିରୋଧ କରିଛନ୍ତି । ଗୋଟିଏ ଦିନରେ ଫର୍ମାଟ ପ୍ରସ୍ତୁତ କରିବା କିପରି ସମ୍ଭବ ବୋଲି ଓଷ୍ଟା ପକ୍ଷରୁ ବୋର୍ଡକୁ ପ୍ରଶ୍ନ କରାଯାଇଛି ।

Get real time updates directly on you device, subscribe now.