ପାକିସ୍ତାନର ଆକ୍ରମଣ ପାଇଁ ଅଧାରୁ ବନ୍ଦ ହେଲା IPL ମ୍ୟାଚ୍
ଅଧାରୁ ଦର୍ଶକଙ୍କୁ ଷ୍ଟାଡିୟମ ଛାଡ଼ି ଚାଲିଯିବାକୁ ନିର୍ଦ୍ଦେଶ। ବ୍ଲାକ ଆଉଟ୍ ହେଲା ଷ୍ଟାଡିୟମ।
ଧର୍ମଶାଳା: ଆରମ୍ଭ ହେଲା ଯୁଦ୍ଧ। ଭାରତର ବିଭିନ୍ନ ସ୍ଥାନକୁ ଆଟାକ୍ କରୁଛି ପାକିସ୍ତାନ। ଜମ୍ମୁ, ଗୁଜୁରାଟ ଭଳି ଅନେକ ସ୍ଥାନରେ ଡ୍ରୋନ ସହ ମିଜାଇଲ୍ ମାଡ କରିବାକୁ ଚେଷ୍ଟା କରୁଛି ପାକିସ୍ତାନ। ଆଉ ପାକିସ୍ତାନର ଆଟାକକୁ ଦେଖି ଅଧାରୁ ବନ୍ଦ କରାଗଲା IPL ମ୍ୟାଚ୍।
ଧର୍ମଶାଳାରେ ଚାଲିଥିବା IPL ମ୍ୟାଚ୍ ଅଧାରୁ ବନ୍ଦ। ବନ୍ଦ କରାଗଲା ଫ୍ଲଡ୍ ଲାଇଟ୍। ବ୍ଲାକ୍ ଆଉଟ୍ ହେଲା ଧର୍ମଶାଳା ଷ୍ଟାଡିୟମ। ଅଧାରୁ ଦର୍ଶକଙ୍କୁ ଷ୍ଟାଡିୟମ ଛାଡି ଚାଲିଯିବାକୁ ନିର୍ଦ୍ଦେଶ।
ଯେହେତୁ ପାକିସ୍ତାନ ବିଭିନ୍ନ ସ୍ଥାନରେ ଆଟାକ୍ କରୁଛି। ତେଣୁ ସୁରକ୍ଷା ଦୃଷ୍ଟିରୁ ମ୍ୟାଚକୁ ଅଧାରୁ ବନ୍ଦ କରାଗଲା। ଆଜି ଧର୍ମଶାଳାରେ ଚାଲିଥିଲା IPL ମ୍ୟାଚ୍। ଦିଲ୍ଲୀ-ପଞ୍ଜାବ ମ୍ୟାଚ୍ ଅଧାରୁ ବନ୍ଦ। ଧର୍ମଶାଳାରେ ଦିଲ୍ଲୀ ଓ ପଞ୍ଜାବ ମ୍ୟାଚ୍ ଚାଲିଥିଲା।