Big Breaking: ଏତିକି ତାରିଖଠାରୁ ଆରମ୍ଭ ହେବ ଆଇପିଏଲ ମ୍ୟାଚ୍‌

ନୂଆଦିଲ୍ଲୀ: ଶୀଘ୍ର ଆରମ୍ଭ ହେବେ ଆଇପିଏଲ ମ୍ୟାଚ୍ । କିଛି ସମୟ ପରେ ହୋଇପାରେ ତାରିଖ ଘୋଷଣା । ୧୬ କିମ୍ବା ୧୭ ତାରିଖରୁ ମ୍ୟାଚ୍ ଆରମ୍ଭ ହୋଇପାରେ ବୋଲି ସମ୍ଭାବନା ରହିଛି । ଆଜି ବିସିସିଆଇର ବସିଥିଲା ବଡ଼ ବୈଠକ ।

କୋଲକାତା କିମ୍ବା ଅହମ୍ମଦାବାଦରେ ଖେଳାଯାଇପାରେ ଫାଇନାଲ୍ ମ୍ୟାଚ । ମେ ୩୦ କିମ୍ବା ଜୁନ ୧ ତାରିଖରେ ଆଇପିଏଲର ଫାଇନାଲ ମ୍ୟାଚ ଖେଳାଯିବ ବୋଲି ଅନୁମାନ କରାଯାଇଛି । ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧକୁ ଦୃଷ୍ଟି ରଖାଯାଇ, ସୁରକ୍ଷା ପାଇଁ ଏହି ମ୍ୟାଚକୁ ସ୍ଥଗିତ ରଖାଯାଇଥିଲା । କିନ୍ତୁ ବର୍ତ୍ତମାନ ଦୁଇ ଦେଶ ମଧ୍ୟରେ ପରିସ୍ଥିତି ସୁଧୁରିବାରେ ଲାଗିଛି ।