ଆଜି ଆସିବ IPL Retaintion List: କେଉଁ ଖେଳାଳି ରହିବେ ରିଟେନ୍? ଦେଖନ୍ତୁ ପ୍ରତି ଦଳର ତାଲିକା

ଓଡ଼ିଶା ଭାସ୍କର: ଆଉ କିଛି ସମୟ ପରେ ପ୍ରକାଶ ପାଇବ ପ୍ରତ୍ୟେକ ଦଳର ଆଇପିଏଲ ରିଟେନସନ ତାଲିକା । ପ୍ରତ୍ୟେକ ଦଳ ନିଜ ନିଜର ରିଟେନ୍ ଖେଳାଳିଙ୍କ ତାଲିକା ବିସିସିଆଇକୁ ହସ୍ତାନ୍ତର କରିବେ । ବର୍ତ୍ତମାନ ସୁଦ୍ଧା କୌଣସି ଦଳ ଏହାର ଘୋଷଣା କରି ନଥିବା ବେଳେ ଫ୍ୟାନ୍ସଙ୍କ ମନରେ ଏବେ ବି ରହିଛି ଦ୍ୱନ୍ଦ୍ୱ । କେଉଁ ଦଳ କାହାକୁ କରିବ ରିଟେନ୍? ଏହିସବୁ ଖେଳାଳିଙ୍କୁ ଦଳରେ ସାମିଲ କରି ଆଇପିଏଲ-୨୦୨୫ ପାଇଁ ମଧ୍ୟ ପ୍ରସ୍ତୁତି ହୋଇପାରନ୍ତି ଟୁର୍ଣ୍ଣାମେଣ୍ଟର ବିଭିନ୍ନ ଫ୍ରାଞ୍ଚାଇଜି । ଆସନ୍ତୁ ଦେଖିବା ପ୍ରତ୍ୟେକ ଦଳର ସମ୍ଭାବ୍ୟ ରିଟେନସନ ତାଲିକା…

କୋଲକାତା ନାଇଟ ରାଇଡର୍ସ: ଆନ୍ଦ୍ରେ ରସେଲ, ସୁନୀଲ ନାରାୟଣ, ବରୁଣ ଚକ୍ରବର୍ତ୍ତୀ ଏବଂ ରିଙ୍କୁ ସିଂହ । ଅଧିନାୟକ ଶ୍ରେୟସ ଆୟରଙ୍କ ରିଟେନସନକୁ ନେଇ ସାମାନ୍ୟ ସନ୍ଦେହ ଦେଖାଦେଇଛି ।

ସନରାଇଜର୍ସ ହାଇଦ୍ରାବାଦ: ହେନରିକ କ୍ଲାସେନ, ପାଟ୍ କମିନ୍ସ, ଅଭିଷେକ ଶର୍ମା । ଏହାବ୍ୟତୀତ ନୀତିଶ ରେଡ୍ଡୀ ଏବଂ ଟ୍ରାଭିସ ହେଡଙ୍କ ସହିତ ଭୁବନେଶ୍ୱର କୁମାରଙ୍କ ପାଇଁ ରାଇଟ ଟୁ ମ୍ୟାଚ କାର୍ଡ ବ୍ୟବହାର କରିପାରେ ଦଳ ।

ରାଜସ୍ଥାନ ରୋୟଲ୍ସ: ସଞ୍ଜୁ ସାମସନ, ଯଶସ୍ୱୀ ଜଏସ୍ୱାଲ, ଜୋସ ବଟଲର, ରିୟାନ ପରାଗ/ଧ୍ରୁବ ଜୁରେଲ । ତେବେ ୟୁଜବେନ୍ଦ୍ର ଚହଲଙ୍କ ସହ ରିୟାନ ପରାଗ ଏବଂ ଧ୍ରୁବ ଜୁରେଲଙ୍କ ମଧ୍ୟରୁ ଜଣଙ୍କୁ ରାଇଟ ଟୁ ମ୍ୟାଚ କାର୍ଡ ଜରିଆରେ ଦଳରେ ସାମିଲ କରିପାରେ ।

ଗୁଜରାଟ ଟାଇଟନ୍ସ: ଶୁଭମନ ଗିଲ୍, ରାଶିଦ ଖାନ୍, ମହମ୍ମଦ ଶାମୀ । ଡାଭିଡ ମିଲର, କେନ୍ ୱିଲିମିୟମସନ ଏବଂ ମୋହିତ ଶର୍ମାଙ୍କ ପାଇଁ ରାଇଟ ଟୁ ମ୍ୟାଚ କାର୍ଡ ବ୍ୟବହାର କରିପାରେ ଫ୍ରାଞ୍ଚାଇଜି । ଅନକ୍ୟାପ୍ଡ ଖେଳାଳି ଭାବରେ ସାଇ ସୁଦର୍ଶନ ଏବଂ ରାହୁଲ ତେୱାତିଆଙ୍କୁ ଦଳରେ ସାମିଲ କରାଯାଇପାରେ ।

ପଞ୍ଜାବ କିଙ୍ଗସ: ଆଇପିଏଲ-୨୦୨୫ ପାଇଁ ସବୁଠାରୁ ଅଧିକ ଖେଳାଳିଙ୍କୁ ରିଲିଜ କରିପାରେ ପଞ୍ଜାବ । ମେଗା ଅକ୍ସନ ପୂର୍ବରୁ ଦଳ କେବଳ ଅର୍ଶଦୀପ ସିଂହଙ୍କୁ ରିଟେନ୍ କରିପାରେ ବୋଲି ଆଶା କରାଯାଉଛି । ଏହାବ୍ୟତୀତ ଶଶାଙ୍କ ସିଂହ ଏବଂ ଆଶୁତୋଷ ଶର୍ମାଙ୍କୁ ଅନକ୍ୟାପ୍ଡ ଖେଳାଳି ଭାବରେ ଦଳରେ ରଖାଯାଇପାରେ ।

ଦିଲ୍ଲୀ କ୍ୟାପିଟାଲ୍ସ: ଋଷଭ ପନ୍ତଙ୍କ ରିଟେନସନକୁ ନେଇ ଅେଅନକ ଚର୍ଚ୍ଚା ହେଉଥିଲେ ମଧ୍ୟ ଦଳ ତାଙ୍କୁ ରିଟେନ୍ କରିବାର ଯଥେଷ୍ଟ ସମ୍ଭାବନା ରହିଛି । ଏହାବ୍ୟତୀତ ଅକ୍ସର ପଟେଲ, କୁଳଦୀପ ଯାଦବଙ୍କ ସହ ଜ୍ୟାକ୍ ଫ୍ରେଜର ମ୍ୟାକଗର୍କଙ୍କୁ ମଧ୍ୟ ଦଳ ରିଟେନ୍ କରିପାରେ ।

ଲକ୍ଷେ୍ନø ସୁପର ଜିଆଣ୍ଟସ: ଦଳରେ ଅଧିନାୟକ କେ.ଏଲ ରାହୁଲଙ୍କ ରିଟେନସନକୁ ନେଇ ସନ୍ଦେହ ଦେଖାଦେଇଛି । ତେବେ ନିକୋଲସ ପୁରନ୍, ରବି ବିଷ୍ଣୋଇ ଏବଂ ମୟଙ୍କ ଯାଦବଙ୍କୁ ଦଳ ରିଟେନ୍ କରିପାରେ । ଉପ-ଅଧିନାୟକ କୃଣାଳ ପାଣ୍ଡ୍ୟା ଏବଂ ଆୟୁଷ ବଦୋନୀ(ଅନକ୍ୟାପ୍ଡ ପ୍ଲେୟର) ଭାବରେ ଦଳରେ ରହିପାରନ୍ତି ।

ରୋୟଲ ଚାଲେଞ୍ଜର୍ସ ବେଙ୍ଗଲୁରୁ: ବିରାଟ କୋହଲି, ଗ୍ଲେନ ମାକ୍ସୱେଲ, କ୍ୟାମରନ୍ ଗ୍ରୀନ ଏବଂ ମହମ୍ମଦ ସିରାଜଙ୍କୁ ଦଳ ରିଟେନ୍ କରିବ । ଅନୁଜ ରାୱତଙ୍କୁ ଦଳ ଅନକ୍ୟାପ୍ଡ ଖେଳାଳି ଭାବରେ ଦଳରେ ସାମିଲ କରିପାରେ । ତେବେ ଅଧିନାୟକ ଫାଫ୍ ଡୁପ୍ଲେସିସ, ଟମ କରନ୍, ରଜତ ପାଟିଦାରଙ୍କ ସମେତ ଅନ୍ୟାନ୍ୟ ଖେଳାଳି ରିଲିଜ ହୋଇପାରନ୍ତି ।

ମୁମ୍ବାଇ ଇଣ୍ଡିଆନ୍ସ: ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା, ରୋହିତ ଶର୍ମା, ସୂର୍ଯ୍ୟକୁମାର ଯାଦବ ଏବଂ ଜଶପ୍ରୀତ ବୁମରାହଙ୍କୁ ଦଳ ରିଟେନ୍ କରିପାରେ । ଏହାବ୍ୟତୀତ ପିୟୁଷ ଚାୱଲା, ନେହାଲ ୱାଧେରା ବା ଆକାଶ ମାଧୱାଲଙ୍କୁ ଅନକ୍ୟାପ୍ଡ ପ୍ଲେୟର ଭାବରେ ସାମିଲ କରାଯାଇପାରେ । ସେହିପରି ଇଶାନ୍ କିଶାନ ଏବଂ ତିଲକ ବର୍ମାଙ୍କ ପାଇଁ ରାଇଟ ଟୁ ମ୍ୟାଚ କାର୍ଡ ବ୍ୟବହାର ହୋଇପାରେ ।

ଚେନ୍ନାଇ ସୁପର କିଙ୍ଗସ: ଋତୁରାଜ ଗାଏକ୍ୱାଡ, ରବିନ୍ଦ୍ର ଜାଡେଜା, ମଥୀଶା ପଥିରାନାଙ୍କୁ ରିଟେନ୍ କରିବ ଦଳ । ଏହାବ୍ୟତୀତ ପୂର୍ବ ଅଧିନାୟକ ଏମ.ଏସ ଧୋନୀ ଦଳରେ ଅନକ୍ୟାପ୍ଡ ଖେଳାଳି ଭାବରେ କମବ୍ୟାକ କରିବାକୁ ଯାଉଛନ୍ତି । ତେବେ ଶିବମ ଦୁବେ, ଦୀପକ ଚହର, ମୁସ୍ତାଫିଜୁର ରହମାନ, ରଚିନ ରବିନ୍ଦ୍ର ଏବଂ ସିମରଜିତ ସିଂହଙ୍କ ପାଇଁ ରାଇଟ ଟୁ ମ୍ୟାଚ୍ କାର୍ଡ ବ୍ୟବହାର କରିପାରେ ଚେନ୍ନାଇ ସୁପର କିଙ୍ଗସ ।