fbpx
BSKY
BJD MC SKY
BJD YOUTH SKY

ଚନ୍ଦ୍ରଯାନ-୩ ସଫଳତାକୁ ନେଇ MIର ପୋଷ୍ଟ: ‘Mission Moon’ ହେଲା ସଫଳ, ଏବେ ‘Mission Worldcup-2023’…

ଚନ୍ଦ୍ରପୃଷ୍ଠରେ ପାଦ ଥାପିବା ପରେ ଇତିହାସ ରଚିଛି ଭାରତ । ଚନ୍ଦ୍ରର ଦକ୍ଷିଣ ମେରୁରେ ପହଞ୍ଚିବାରେ ଭାରତ ପ୍ରଥମ ଦେଶ ପାଲଟିଛି । ତେବେ ଚନ୍ଦ୍ରକୁ ଛୁଇଁବାରେ ଭାରତ ଚତୁର୍ଥ ଦେଶ ଭାବରେ ସଫଳତା ହାସଲ କରିଛି । ଜୁଲାଇ ୧୪ ତାରିଖରେ ଶ୍ରୀହରିକୋଟାରୁ ଲଞ୍ଚ କରାଯାଇଥିବା ଚନ୍ଦ୍ରଯାନ-୩ ଗତକାଲି (ବୁଧବାର) ସନ୍ଧ୍ୟା ୦୬.୦୪ରେ ଚନ୍ଦ୍ରପୃଷ୍ଠରେ ସଫଳ ଅବତରଣ କରିଛି । ଏହାପରେ ସାରା ଦେଶରେ ଖୁସିର ମାହୋଲ ଖେଳିଯାଇଛି । ଏହି ଅବିସ୍ମରଣୀୟ ତଥା ଐତିହାସିକ ମୁହୂର୍ତ୍ତକୁ ସମସ୍ତେ ସେଲିବ୍ରେଟ କରିଛନ୍ତି । ତେବେ ଚନ୍ଦ୍ରରେ ଗୋଟିଏ ଦିନ ପୃଥିବୀର ୧୪ ଦିନ ସହ ସମାନ ହୋଇଥାଏ । ସେଠାରେ ଚନ୍ଦ୍ରଯାନ-୩ ଏହାର ତଥ୍ୟ କୋଜିବା ସହ ଜଳର ସନ୍ଧାନ କରିବ ।

ଚନ୍ଦ୍ରଯାନ-୩ର ସଫଳ ଲାଣ୍ଡିଂ ପରେ ସୋସିଆଲ ମିଡିଆରେ ଇସ୍ରୋକୁ ଶୁଭେଚ୍ଛା ଜଣାଇଥିଲେ ଦେଶବାସୀ । ତେବେ ଆଇପିଏଲର ଚମ୍ପିଆନ୍ ଟିମ ମୁମ୍ବାଇ ଇଣ୍ଡିଆନ୍ସ ନିଜ ଏକ୍ସ (ଟ୍ୱିଟର) ଆକାଉଣ୍ଟରେ ଏକ ସୁନ୍ଦର ପୋଷ୍ଟ କରିଛି । କ୍ରିକେଟ ସହିତ ଏକ ସାମଞ୍ଜସ୍ୟ କରି ଏହି ପୋ୍ଷଟ କରିଛି ମୁମ୍ବାଇ ଇଣ୍ଡିଆନ୍ସ । ଗତ ୨୦୧୯ରେ ଭାରତ ଚନ୍ଦ୍ରଯାନ-୨ ଚନ୍ଦ୍ରକୁ ପଠାଇଥିଲା । କିନ୍ତୁ ଚନ୍ଦ୍ରର ଖୁବ ନିକଟତର ହୋଇ ମଧ୍ୟ ଏହା ବିଫଳ ହୋଇଥିଲା । ସେହିପରି ୨୦୧୯ ଦିନିକିଆ ବିଶ୍ୱକପରେ ଭାରତ ଟ୍ରଫିର ଖୁବ ନିକଟତର ହୋଇ ମଧ୍ୟ ଚମ୍ପିଆନ ହୋଇ ପାରି ନଥିଲା । ଏହାପରେ ଆଜି ୨୦୨୩ ରେ ଚନ୍ଦ୍ରଯାନ-୩ ଚନ୍ଦ୍ରରେ ପହଞ୍ଚି ସପଳତା ହାସଲ କରିଛି । ସେପଟେ ଚଳିତବର୍ଷ ମଧ୍ୟ ଦିନିକିଆ ବିଶ୍ୱକପ ହେବାକୁ ଯାଉଛି । ତେଣୁ ଏଥିରେ ଚନ୍ଦ୍ରଯାନ ଭଳି ବିଶ୍ୱକପରେ ମଧ୍ୟ ଭାରତ ଦମଦାର କମବ୍ୟାକ କରିବା ସହ ଟ୍ରଫି ହାତେଇବାର ସୁବର୍ଣ୍ଣ ସୁଯୋଗ ପାଇବ ।

୨୦୧୯ରେ, ଟିମ ଇଣ୍ଡିଆ ବିରାଟ କୋହଲିଙ୍କ ନେତୃତ୍ୱରେ ଗ୍ରୁପ ଷ୍ଟେଜର ଶୀର୍ଷରେ ରହିଥିଲା । କିନ୍ତୁ ମାଞ୍ଚେଷ୍ଟର ସେମି ଫାଇନାଲରେ ନ୍ୟୁୁଜିଲାଣ୍ଡ ପାଖରୁ ମାତ୍ର ୨୧ ରନ୍ ଦୂରରେ ରହି ବିଶ୍ୱକପରୁ ବାଦ୍ ପଡ଼ିଥିଲା ଭାରତ । ଏହାପରେ ୨୦୨୧ରୁ ରୋହିତ ଶର୍ମା ଦଳର ନେତୃତ୍ୱ ନେଇଛନ୍ତି । ତେବେ ୨୦୨୩ ଦିନିକିଆ ବିଶ୍ୱକପ ଅଧିନାୟକ ଭାବରେ ରୋହିତଙ୍କର ପ୍ରଥମ ଆଇସିସି ଟୁର୍ଣ୍ଣାମେଣ୍ଟ । ଭାବରେ ୨୦୧୩ ମସିହାରେ ଏମ.ଏସ ଦୋନୀଙ୍କ ନେତୃତ୍ୱରେ ଭାରତ ଶେଷ ଆଇସିସି ଟ୍ରଫି (ଚମ୍ପିଆନ୍ସ ଟ୍ରଫି) ହାସଲ କରିଥିଲା । ଏହାପରେ ଗତବର୍ଷ ଟି୨୦ ବିଶ୍ୱକପର ସେମି ଫାଇନାଲରେ ଇଂଲଣ୍ଡଠାରୁ ପରାଜୟ ହୋଇଥିବା ବେଳେ ଚଳିତବର୍ଷ ଜୁନ୍ ମାସରେ ଅଷ୍ଟ୍ରେଲିଆ ହାତରୁ ପରାସ୍ତ ହୋଇ ବିଶ୍ୱ ଟେଷ୍ଟ ଚମ୍ପିଆନସିପ ଟ୍ରଫି ମଧ୍ୟ ହାତଛଡ଼ା କରିଛି ।

ଅକ୍ଟୋବରରୁ ଆରମ୍ଭ ହେବାକୁ ଥିବା ଏହି ଦିନିକିଆ ବିଶ୍ୱକପରେ ଭାରତ ବିଜୟୀ ହୋଇପାରେ ବୋଲି ଆଶା କରାଯାଉଛି । ଏହି ଭାରତୀୟ ଦଳରେ କେ.ଏଲ ରାହୁଲ, ଶ୍ରେୟସ ଅୟର, ଆହତ ସମସ୍ୟାରୁ ବାହାରି ଏସିଆ କପରେ ଦଳକୁ କମବ୍ୟାକ କରୁଥିବା ବେଳେ ବିଶ୍ୱକପରେ ମଧ୍ୟ ସୁଯୋଗ ପାଇପାରନ୍ତି । ସେହିପରି ଜଶପ୍ରୀତ ବୁମରାହ ଅଧିନାୟକ ଭାବରେ ଆୟରଲାଣ୍ଡ ବିପକ୍ଷ ସିରିଜରେ କମବ୍ୟାକ କରି ବିଶ୍ୱକପ ପାଇଁ ନିଜ ଜଲୱା ଦେଖାଇଛନ୍ତି ।

Get real time updates directly on you device, subscribe now.