fbpx

ଇଣ୍ଡିଆ ପୋଷ୍ଟ ପେମେଣ୍ଟ୍ସ ବ୍ୟାଙ୍କରେ ମ୍ୟାନଜେର ପଦରେ ନିଯୁକ୍ତି ସୁଯୋଗ, ଜଲଦୀ କରନ୍ତୁ ଆବେଦନ କାଲି ଶେଷ ତାରିଖ

ଇଣ୍ଡିଆ ପୋଷ୍ଟ ପେମେଣ୍ଟ୍ସ ବ୍ୟାଙ୍କ ଲିମିଟେଡରେ ମ୍ୟାନେଜର କାଟାଗୋରୀରେ ପାଇଁ ନିଯୁକ୍ତି ବିଜ୍ଞପ୍ତି ଜାରି ହୋଇଛି । ଆଇପିପିବି ରେ ଏହି ନିଯୁକ୍ତି ପାଇଁ ଆସନ୍ତାକାଲି ଆବେଦନ କରିବାର ଶେଷ ତାରିଖ ରହିଛି । ଏହି ଆବେଦନ ଅନଲାଇନ ମାଧ୍ୟମରେ କରାଯାଇପାରିବ ।

ନୋଟିସ ଅନୂଯାୟୀ ଆଇପିପିବି ବ୍ୟାଙ୍କରେ ମ୍ୟାନେଜର କାଟାଗୋରୀ ପଦରେ ସମୁଦାୟ ୧୨ ପଦବୀ ଖାଲି ରହିଛି । ଏଥିରୁ ମୁଖ୍ୟ ଟେକ୍ନୋଲୋଜୀ ଅଫିସର, ଏଜିଏମ୍, ଚିଫ୍ ମ୍ୟାନେଜର (ଡିଜିଟାଲ୍ ଟେକ୍ନୋଲୋଜୀ), ସିନିୟର ମ୍ୟାନେଜର (ସିଷ୍ଟମ୍ /ଡାଟାବେସ୍ ଆଡମିନିଷ୍ଟ୍ରେସନ୍), ମ୍ୟାନେଜର (ସୁରକ୍ଷା ଆଡମିନିଷ୍ଟ୍ରେସନ୍), ଏଜିଏମ୍- ବିଜନେସ୍ ସଲ୍ୟୁସନ୍ ଗ୍ରୁପ୍, ଚିଫ୍ ମ୍ୟାନେଜର-ରିଟେଲ ପ୍ରଡକ୍ଟ, ଚିଫ୍ ମ୍ୟାନେଜର ରିଟେଲ ପେମେଣ୍ଟ, ଜିଏମ-ଅପରେସନ୍ସ, ଚିଫ୍ କମ୍ପ୍ଲେନ୍ସ ଅଫିସର ଏବଂ ଚିଫ୍ ମ୍ୟାନେଜର-ଫାଇନାନ୍ସ ପଦ ରହିଛି ।

ଆବେଦନ କରିବା ପାଇଁ ଏସସି,ଏସଟି ଏବଂ ଦିବ୍ୟାଙ୍ଗ ଆଶାୟୀଙ୍କ ପାଇଁ ଆବେଦନ ଶୁଳ୍କ ୧୫୦ ଟଙ୍କା ରହିଛି । ଅନ୍ୟ ବର୍ଗଙ୍କ ପାଇଁ ୭୫୦ ଟଙ୍କା ରହିଛି ।

ଅଧିକ ଜାଣିବା ପାଇଁ ଅପାଣ ଏହି ଲିଙ୍କରେ କ୍ଲିକ କରି ଅଫିସିଆଲ ନୋଟିଫିକେସନ ପଢ଼ିପାରିବେ ।

Get real time updates directly on you device, subscribe now.