fbpx

ବୋର୍ଡ ପରୀକ୍ଷାରେ ଟପ୍ କଲେ ମିଳିବ ହେଲିକପ୍ଟରରେ ବସିବାର ମଜା, ଏହି ରାଜ୍ୟର ସରକାର କଲେ ଘୋଷଣା…

ପରୀକ୍ଷାରେ ଟପ୍ କଲେ ମିଳିବ ହେଲିକପ୍ଟରରେ ବସିବାର ମଜା । ହେଲିକପ୍ଟରରେ ଉଡ଼ି ଆକାଶରୁ ମଜା ନେଇପାରିବେ ଛାତ୍ରଛାତ୍ରୀ । ପରୀକ୍ଷାରେ ଭଲ କରିବା ତଥା ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବା ପାଇଁ କିଛି ଏଭଳି ଘୋଷଣା କରିଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେନ୍ଦ ସିଂହ ବଘେଲ । ରାଜ୍ୟରେ ବୋର୍ଡ ପରୀକ୍ଷାର ରେଜଲ୍ଟ ଆସିବାକୁ ଥିବାବେଳେ ଏଭଳି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଏନେଇ ମୁଖ୍ୟମନ୍ତ୍ରୀ ବଘେଲ କହିଛନ୍ତି ଯେଉଁ ପିଲାମାନେ ଜିଲ୍ଲାରେ ଟପ୍ କରିବେ ସେମାନଙ୍କୁ ହେଲିକପ୍ଟରେ ଉଡ଼ିବାର ସୁଯୋଗ ମିଳିବ । ଏହାଦ୍ୱାରା ଅନ୍ୟ ପିଲାମାନେ ମଧ୍ୟ ପ୍ରେତ୍ସାହିତ ହେବେ । ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ ପିଲାଙ୍କ ମନରେ ରେଜଲ୍ଟକୁ ନେଇ ଉତ୍ସୁକତା ରହିଥାଏ । ଏମିତିରେ ପିଲାଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଆମେ ଟପ୍ କରିଥିବା ପିଲାଙ୍କୁ ହେଲିକପ୍ଟରରେ ଉଡ଼ିବାରେ ସୁଯୋଗ ଦେବୁ, ଯାହାଦ୍ୱାରା ଛାତ୍ର-ଛାତ୍ରୀ ଉତ୍ସାହିତ ହେବେ ଏବଂ ସେମାନଙ୍କୁ ସ୍ୱପ୍ନକୁ ଉଡ଼ାଣ ମିଳିବ । ସେ କହିଥିଲେ ଯେ ବିଦ୍ୟାର୍ଥୀଙ୍କ ମଧ୍ୟରେ ବହୁତ ପ୍ରତିଭା ରହିଛି । ସେମାନଙ୍କୁ କେବଳ ଦୃଢ଼ ପ୍ରେରଣା ଦେବାର ଆବଶ୍ୟକତା ରହିଛି ।

ସୂଚନା ଅନୂଯାୟୀ, ଛତିଶଗଡ଼ ବୋର୍ଡ ପରୀକ୍ଷାରେ ପ୍ରାୟ ସାଢ଼େ ୬ ଲକ୍ଷ ଛାତ୍ରଛାତ୍ରୀ ଦେଇଛନ୍ତି । ଏଥିରେ ଦ୍ୱାଦଶ ବୋର୍ଡ ପରୀକ୍ଷା ୨,୯୩,୬୮୫ ଛାତ୍ର ଦେଇଥିବାବେଳେ । ୩,୮୦,୦୨୭ ଛାତ୍ରଛାତ୍ରୀ ଦଶମ ପରୀକ୍ଷା ଦେଇଛନ୍ତି ।

Get real time updates directly on you device, subscribe now.