fbpx
BSKY SKY
BSKY SKY

IAS-IPS ଅଦଳ ବଦଳ: ଅରୁଣ ବୋଥ୍ରାଙ୍କୁ ମିଳିଲା ଅତିରିକ୍ତ ଦାୟିତ୍ୱ

BSKY

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସର୍ବଭାରତୀୟ ପ୍ରଶାସନିକ ସେବା (ଆଇଏଏସ) ଓ ସର୍ବଭାରତୀୟ ପୋଲିସ ସେବା (ଆଇପିଏସ) ଅଧିକାରୀ ସ୍ତରରେ ଏକ ଛୋଟ ଧରଣର ଅଦଳବଦଳ କରାଯାଇଛି । କ୍ରାଇମବ୍ରାଞ୍ଚର ଏଡିଜି ଦାୟିତ୍ୱରେ ରହିଥିବା ଅରୁଣ ବୋଥ୍ରାଙ୍କୁ ନୂଆ ଦାୟିତ୍ୱ ଦିଆଯାଇଛି । କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ)ର ପରିଚାଳନା ନିର୍ଦ୍ଦେଶକ ଭାବେ ଶ୍ରୀ ବୋଥ୍ରାଙ୍କୁ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି ।

ଆଇଏଏସ ଅଧିକାରୀ ବିଜୟ ଅମୃତାଙ୍କ ସ୍ଥାନରେ ଶ୍ରୀ ବ୍ରୋଥା ଏହି ଦାୟିତ୍ୱ ସମ୍ଭାଳିବେ । ସେହିପରି ଜେଲ ଏଡିଜି ଦାୟିତ୍ୱରେ ରହିଥିବା ଦୀପ୍ତେଶ କୁମାର ପଟ୍ଟନାୟକଙ୍କୁ ଓଡ଼ିଶା ରାଜ୍ୟ ରୋଡ଼ ପରିବହନ ନିଗମ (ଓଏସଆରଟିସି)ର ସିଏମଡି ଭାବେ ଦାୟିତ୍ୱ ଦିଆଯାଇଛି । ଏହା ପୂର୍ବରୁ ଶ୍ରୀ ପଟ୍ଟନାୟକ ଓଏସଆରଟିସିର ସିଏମଡି ଭାବେ ଅତିରିକ୍ତ ଦାୟିତ୍ୱ ନିର୍ବାହ କରୁଥିଲେ । ସେହିପରି ପରିବହନ କମିଶନର ଦାୟିତ୍ୱରେ ଥିବା ଅମିତାଭ ଠାକୁରଙ୍କୁ ଜେଲ ଏଡିଜି ଭାବେ ନୂଆ ନିଯୁକ୍ତି ଦିଆଯାଇଛି ।

ସୂଚନାଯୋଗ୍ୟ ଯେ, ଗତ ୨ ତାରିଖରେ ରାଜ୍ୟ ସରକାରଙ୍କ ୱାର୍କସ ବିଭାଗର ସ୍ପେଶାଲ ସେକ୍ରେଟାରୀ ଭାବେ କାର୍ଯ୍ୟରତ ବିମଳେନ୍ଦୁ ରାୟଙ୍କୁ ସୋନପୁରର କଲେକ୍ଟର ଓ ଜିଲ୍ଲା ମାଜିଷ୍ଟ୍ରେଟ ଭାବେ ନିଯୁକ୍ତି ଦିଆଯାଇଥିଲା । ସେହିପରି ଗତ ମାସ ୧୮ ତାରିଖରେ ଆଇପିଏସ ସ୍ତରରେ ରାଜ୍ୟ ସରକାର ଅଦଳବଦଳ କରିଥିଲେ । ୫ଟି ଜିଲ୍ଲାର ଏସପିଙ୍କୁ ପରିବର୍ତ୍ତନ କରିବା ସହିତ ରାଜ୍ୟ ସରକାର ମୋଟ ୧୮ ଜଣ ଅଧିକାରୀଙ୍କୁ ନୂଆ ସ୍ଥାନରେ ଦାୟିତ୍ୱ ପ୍ରଦାନ କରିଥିଲେ । ମିତ୍ରଭାନୁ ମହାପାତ୍ରଙ୍କୁ ରାଉରକେଲାର ଏସପି ଓ ବି. ଗଙ୍ଗାଧରଙ୍କୁ ମୟୂରଭଞ୍ଜ ଏସପି ଭାବେ ଅବସ୍ଥାପିତ କରାଯାଇଥିଲା ।

Get real time updates directly on you device, subscribe now.