fbpx
BSKY
BJD YOUTH SKY
BJD MS SKY

EMRS Recruitment 2023: ୩୮,୪୮୦ଟି ଶିକ୍ଷକ ଓ ଅଣଶିକ୍ଷକ ପଦ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ଏକଲବ୍ୟ ମଡେଲ ରେସିଡେନ୍ସିଆଲ ସ୍କୁଲ (ଇଏମଆରଏସ) ପକ୍ଷରୁ ଏକ ବଡ଼ ନିଯୁକ୍ତି ସୁଯୋଗ ଆସିଛି । ଏନେଇ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ମୋଟ ୩୮,୪୮୦ଟି ଶିକ୍ଷକ ଓ ଅଣଶିକ୍ଷକ ପଦରେ ନିଯୁକ୍ତି ଦିଆଯିବ । ବର୍ତ୍ତମାନ ଆବେଦନ ପାଇଁ ଅନଲାଇନ୍ ଲିଙ୍କ ସକ୍ରିୟ ହୋଇନଥିବା ବେଳେ ସକ୍ରିୟ ହେବା ପରେ ଇଚ୍ଛୁକ ପ୍ରାର୍ଥୀମାନେ ଅଫିସିଆଲ ୱେବସାଇଟକୁ ଯାଇ ସେମାନଙ୍କର ଆବେଦନ କରିପାରିବେ ।

ଏହି ନିଯୁକ୍ତିର ଆବେଦନ ପ୍ରକ୍ରିୟା, ଗୁରୁତ୍ୱପୂର୍ଣ୍ଣ ତାରିଖ ସହିତ ଅତ୍ୟାନ୍ୟ ତଥ୍ୟ ବିଷୟରେ ଅପଡେଟ୍ ଜାଣିବା ପାଇଁ ପ୍ରାର୍ଥୀଙ୍କୁ ନିୟମିତ ଭାବେ ଅଫିସିଆଲ ୱେବସାଇଟ୍ ପରିଦର୍ଶନ କରିବାକୁ ପରାମର୍ଶ ଦିଆଯାଇଛି ।

ଇଏମଆରଏସ ନିଯୁକ୍ତି ୨୦୨୩: ଖାଲି ପଦ ସଂଖ୍ୟା

୧- ପ୍ରିନ୍ସିପାଲ: ୭୪୦ ପଦ
୨- ଭାଇସ-ପ୍ରିନ୍ସିପାଲ: ୭୪୦ ପଦ
୩- ପୋଷ୍ଟ ଗ୍ରାଜୁଏଟ ଟିଚର୍ସ: ୮,୧୪୦ ପଦ
୪- ପୋଷ୍ଟ ଗ୍ରାଜୁଏଟ ଟିଚର (କମ୍ପ୍ୟୁଟର ସାଇନ୍ସ): ୭୪୦ ପଦ
୫- ଟ୍ରେନଡ ଗ୍ରାଜୁଏଟ ଟିଚର୍ସ: ୮,୮୮୦ ପଦ
୬- ଆର୍ଟ ଟିଚର: ୭୪୦ ପଦ
୭- ମ୍ୟୁଜିକ ଟିଚର: ୭୪୦ ପଦ
୮- ଫିଜିକାଲ ଏଜୁକେସନ ଟିଚର: ୧,୪୮୦ ପଦ
୯- ଲାଇବ୍ରେରିଆନ: ୭୪୦ ପଦ
୧୦- ଷ୍ଟାଫ ନର୍ସ: ୭୪୦ ପଦ
୧୧- ହଷ୍ଟେଲ ୱାର୍ଡେନ: ୧,୪୮୦ ପଦ
୧୨: ଆକାଉଣ୍ଟାଣ୍ଟ: ୭୪୦ ପଦ
୧୩. କ୍ୟାଟେରିଂ ଆସିଷ୍ଟାଣ୍ଟ: ୭୪୦ ପଦ
୧୪. ଚୌକିଦାର: ୧,୪୮୦ ପଦ
୧୫. କୁକ: ୭୪୦ ପଦ
୧୬. କାଉନସେଲର: ୭୪୦ ପଦ
୧୭. ଡ୍ରାଇଭର: ୭୪୦ ପଦ
୧୮. ଇଲେକ୍ଟ୍ରିସିଆନ କମ୍ ପ୍ଲମ୍ବର: ୭୪୦ ପଦ
୧୯. ଗାର୍ଡେନର: ୭୪୦ ପଦ
୨୦. ଜୁନିୟର ସେକ୍ରେଟାରିଏଟ ଆସିଷ୍ଟାଣ୍ଟ; ୧,୪୮୦ ପଦ
୨୧. ଲାବ ଆଟେଣ୍ଡାଣ୍ଟ: ୭୪୦ ପଦ
୨୨. ମେସ ହେଲପର: ୧,୪୮୦ ପଦ
୨୩. ସିନିୟର ସେକ୍ରେଟାରିଏଟ ଆସିଷ୍ଟାଣ୍ଟ: ୭୪୦ ପଦ
୨୪. ସୁଇପର: ୨,୨୨୦ ପଦ

ଇଏମଆରଏସ ନିଯୁକ୍ତି ୨୦୨୩ରେ ପ୍ରତ୍ୟେକ ପଦ ପାଇଁ ସ୍ୱତନ୍ତ୍ର ଭାବେ ଶିକ୍ଷାଗତ ଯୋଗ୍ୟତା ସ୍ଥିରୀକୃତ ହୋଇଛି:

୧- ପ୍ରିନ୍ସିପାଲ: ଯେ କୌଣସି ସ୍ୱୀକୃତିପ୍ରାପ୍ତ ୟୁନିଭରସିଟି / ଶିକ୍ଷାନୁଷ୍ଠାନରୁ ମାଷ୍ଟର ଡିଗ୍ରୀ, ବି.ଏଡ୍ ଡିଗ୍ରୀ ।
୨- ପିଜିଟି (ପୋଷ୍ଟ ଗ୍ରାଜୁଏଟ ଟିଚର): ଯେ କୌଣସି ସ୍ୱୀକୃତିପ୍ରାପ୍ତ ୟୁନିଭରସିଟି / ଶିକ୍ଷାନୁଷ୍ଠାନରୁ ପୋଷ୍ଟ ଗ୍ରାଜୁଏଟ ଡିଗ୍ରୀ ।
୩- ପୋଷ୍ଟ ଗ୍ରାଜୁଏଟ ଟିଚର (କମ୍ପ୍ୟୁଟର ସାଇନ୍ସ): ଯେ କୌଣସି ୟୁନିଭରସିଟି / ଶିକ୍ଷାନୁଷ୍ଠାନରୁ କମ୍ପ୍ୟୁଟର ସାଇନ୍ସ / ଆଇଟିରେ ଏମ.ଏସସି କିମ୍ବା ଏମସିଏ ।
୪- ଟ୍ରେନଡ ଗ୍ରାଜୁଏଟ ଟିଚର୍ସ: ଏନସିଇଆରଟି ବା ଅନ୍ୟ ଏନସିଟିଇ ସ୍ୱୀକୃତିପ୍ରାପ୍ତ ଶିକ୍ଷାନୁଷ୍ଠାନରୁ ରିଜିଓନାଲ କଲେଜ ଅଫ୍ ଏଜୁକେସନର ୪ ବର୍ଷିଆ ଇଣ୍ଟିଗ୍ରେଟେଡ ଡିଗ୍ରୀ କୋର୍ସ ଆବଶ୍ୟକ ବିଷୟରେ ପ୍ରାପ୍ତ କରିଥିବା ଆବଶ୍ୟକ ।
୫- ଆର୍ଟ ଟିଚର: ଯେ କୌଣସି ସ୍ୱୀକୃତିପ୍ରାପ୍ତ ୟୁନିଭରଟିସି / ଶିକ୍ଷାନୁଷ୍ଠାନରୁ ଫାଇନ୍ ଆର୍ଟସ / କ୍ରାଫ୍ଟସରେ ଡିଗ୍ରୀ ।
୬- ମ୍ୟୁଜିକ ଟିଚର: ଯେ କୌଣସି ସ୍ୱୀକୃତିପ୍ରାପ୍ତ ୟୁନିଭରଟିସି / ଶିକ୍ଷାନୁଷ୍ଠାନରୁ ମ୍ୟୁଜିକରେ ବ୍ୟାଚେଲର ଡିଗ୍ରୀ ।
୭- ଫିଜିକାଲ ଏଜୁକସେନ ଟିଚର: ଯେ କୌଣସି ସ୍ୱୀକୃତିପ୍ରାପ୍ତ ୟୁନିଭରଟିସି / ଶିକ୍ଷାନୁଷ୍ଠାନରୁ ଫିଜିକାଲ ଏଜୁକେସନରେ ବ୍ୟାଚେଲର ଡିଗ୍ରୀ ।
୮- ଲାଇବ୍ରେରିଆନ: ଯେ କୌଣସି ସ୍ୱୀକୃତିପ୍ରାପ୍ତ ୟୁନିଭରଟିସି / ଶିକ୍ଷାନୁଷ୍ଠାନରୁ ଲାଇବ୍ରେରୀ ସାଇନ୍ସରେ ଡିଗ୍ରୀ ।
୯- ଷ୍ଟାଫ ନର୍ସ: ଯେ କୌଣସି ସ୍ୱୀକୃତିପ୍ରାପ୍ତ ୟୁନିଭରଟିସି / ଶିକ୍ଷାନୁଷ୍ଠାନରୁ ନର୍ସିଂରେ ବି.ଏସସି. (ଅନର୍ସ) ।
୧୦- ହଷ୍ଟେଲ ୱାର୍ଡେନ: ଯେ କୌଣସି ସ୍ୱୀକୃତିପ୍ରାପ୍ତ ୟୁନିଭରଟିସି / ଶିକ୍ଷାନୁଷ୍ଠାନରୁ ବ୍ୟାଚେଲର ଡିଗ୍ରୀ ।
୧୧- ଆକାଉଣ୍ଟାଣ୍ଟ: ଯେ କୌଣସି ସ୍ୱୀକୃତିପ୍ରାପ୍ତ ୟୁନିଭରଟିସି / ଶିକ୍ଷାନୁଷ୍ଠାନରୁ କମର୍ସ ଡିଗ୍ରୀ ।
୧୨- କ୍ୟାଟେରିଂ ଆସିଷ୍ଟାଣ୍ଟ: କେନ୍ଦ୍ର ସରକାରଙ୍କ ପର୍ଯ୍ୟଟନ ମନ୍ତ୍ରଣାଳୟ / ରାଜ୍ୟ ସରକାରଙ୍କ ଯେ କୌଣସି ସ୍ୱୀକୃତିପ୍ରାପ୍ତ ଶିକ୍ଷାନୁଷ୍ଠାନରୁ ୩ ବର୍ଷିଆ ଡିଗ୍ରୀ କୋର୍ସ କିମ୍ବା ସମକକ୍ଷ କୋର୍ସ ।
୧୩- ଚୌକିଦାର, କୁକ, ସୁଇପର: ଯେ କୌଣସି ସ୍ୱୀକୃତିପ୍ରାପ୍ତ ବୋର୍ଡ / ଶିକ୍ଷାନୁଷ୍ଠାନରୁ ୧୦ମ ପାସ୍ ।
୧୪- କାଉନସେଲର: ଯେ କୌଣସି ସ୍ୱୀକୃତିପ୍ରାପ୍ତ ୟୁନିଭରଟିସିରୁ ସାଇକୋଲୋଜି / କ୍ଲିନିକାଲ ସାଇକୋଲୋଜିରେ ମାଷ୍ଟର ଡିଗ୍ରୀ ।
୧୫- ଡ୍ରାଇଭର: ଯେ କୌଣସି ଶିକ୍ଷାନୁଷ୍ଠାନ / ବୋର୍ଡରୁ ୧୦ମ ପାସ । ମୋଟର ଯାନର ବୈଧ ଲାଇସେନ୍ସ ରହିଥିବ । ମୋଟର ଯାନ ଡ୍ରାଇଭିଂ କ୍ଷେତ୍ରରେ ଅତିକମରେ ୩ ବର୍ଷର ଅଭିଜ୍ଞତା ରହିଥିବା ଆବଶ୍ୟକ ।
୧୬- ଇଲେକ୍ଟ୍ରିସିଆନ କମ୍ ପ୍ଲମ୍ବର: ଯେ କୌଣସି ବୋର୍ଡ ଶିକ୍ଷାନୁଷ୍ଠାନରୁ ଦଶମ ପାସ । ଏଥିସହିତ ଇଲେକ୍ଟ୍ରିସିଆନ / ୱେୟାରମ୍ୟାନ ଟ୍ରେଡରେ ଆଇଟିଆଇ କିମ୍ବା ପଲିଟେକ୍ନିକ ସାର୍ଟିଫିକେଟ କିମ୍ବା ଉଚ୍ଚତର ଡିଗ୍ରୀ ହାସଲ କରିଥିବା ଆବଶ୍ୟକ ।
୧୭- ଗାର୍ଡେନର: ଯେ କୌଣସି ସ୍ୱୀକୃତିପ୍ରାପ୍ତ ବୋର୍ଡ / ଶିକ୍ଷାନୁଷ୍ଠାନରୁ ଦଶମ ପାସ୍ ।
୧୮- ଜୁନିୟର ସେକ୍ରେଟାରିଏଟ ଆସିଷ୍ଟାଣ୍ଟ: ଯେ କୌଣସି ସ୍ୱୀକୃତିପ୍ରାପ୍ତ ବୋର୍ଡ / ଶିକ୍ଷାନୁଷ୍ଠାନରୁ ଦ୍ୱାଦଶ ପାସ । ଏଥିସହିତ ଇଂରାଜୀରେ ପ୍ରତି ମିନିଟରେ ୩୫ଟି ଶବ୍ଦ ଓ ହିନ୍ଦିରେ ପ୍ରତି ମିନିଟରେ ୩୦ଟି ଶବ୍ଦ ଟାଇପିଂ କରିପାରୁଥିବେ ।
୧୯- ଲାବ ଆଟେଣ୍ଡାଣ୍ଟ: ଦଶମ ପାସ ସହିତ ଯେ କୌଣସି ସ୍ୱୀକୃତିପ୍ରାପ୍ତ ବୋର୍ଡ / ଶିକ୍ଷାନୁଷ୍ଠାନରୁ ଲାବୋଟୋରୀ ଟେକ୍ନିକ ସାର୍ଟିଫିକେଟ / ଡିପ୍ଲୋମା ।
୨୦- ମେସ ହେଲପର: ଯେ କୌଣସି ସ୍ୱୀକୃତିପ୍ରାପ୍ତ ବୋର୍ଡ / ଶିକ୍ଷାନୁଷ୍ଠାନରୁ ଦଶମ ପାସ ।
୨୧- ସିନିୟର ସେକ୍ରେଟାରିଏଟ ଆସିଷ୍ଟାଣ୍ଟ:

ଏହି ନିଯୁକ୍ତି ବିଭିନ୍ନ ପର୍ଯ୍ୟାୟରେ କରାଯିବ । ପ୍ରଥମେ ଲିଖିତ ପରୀକ୍ଷା, ଏହାପରେ ସାକ୍ଷାତକାର ଓ ଶର୍ଟ ଲିଷ୍ଟେଡ ପ୍ରାର୍ଥୀଙ୍କର ଡକ୍ୟୁମେଣ୍ଟ ଭେରିଫିକେସନ କରାଯିବ । ବିଭିନ୍ନ ପଦ ପାଇଁ ବୟସ ଯୋଗ୍ୟତା ଭିନ୍ନ ଭିନ୍ନ ରହିଛି ।

ଅଫିସିଆଲ ନୋଟିଫିକେସନ ଲିଙ୍କ: https://timesofindia.indiatimes.com/education/photo/100808985.cms

ଅନଲାଇନ୍ ଆବେଦନ ପାଇଁ ଏହିସବୁ ଷ୍ଟେପସ ଫଲୋ କରନ୍ତୁ:

୧- ପ୍ରଥମେ ଅଫିସିଆଲ ୱେବସାଇଟକୁ ଯାଆନ୍ତୁ ।
୨- ନୋଟିଫିକେସନକୁ ଭଲ ଭାବେ ପଢ଼ନ୍ତୁ ।
୩- ରେଜିଷ୍ଟର କିମ୍ବା ସାଇନ୍ ଅପ୍ କରନ୍ତୁ ।
୪- ଆପ୍ଲିକେସନ ଫର୍ମ ପୂରଣ କରନ୍ତୁ ।
୫- ଡକ୍ୟୁମେଣ୍ଟ ଅପଲୋଡ୍ କରନ୍ତୁ ।

Get real time updates directly on you device, subscribe now.