fbpx

ମୋଟାପଣ ବା ପେଟ ଚର୍ବି କମ୍‌ କରିବାକୁ ଆପଣାନ୍ତୁ ଏହି ଟିପ୍ସ

ଜଣେ ପୁରୁଷ ବା ମହିଳା ଯେତେ ସୁନ୍ଦର ହୋଇଥାନ୍ତୁ ନା କାହିଁକି ପେଟର ଚର୍ବି, ମୋଟାପଣ ଶରୀରର ସବୁ ସୌନ୍ଦର୍ଯ୍ୟକୁ ନଷ୍ଟ କରିଥାଏ। ଆହୁରି ମଧ୍ୟ ପେଟୁଆ ଲୋକ କୌଣସି କାର୍ଯ୍ୟ କରିବାକୁ ସକ୍ଷମ ହୋଇ ପାରି ନ ଥାନ୍ତି। ଆଜିକାଲିର ବ୍ୟସ୍ତ ଜୀବନଶୈଳୀ ପାଇଁ ମୋଟାପା ଏବଂ ପେଟରେ ଚର୍ବି ବୃଦ୍ଧି ପାଉଛି। ସମୟ ଅଭାବ ଯୋଗୁ ଅଧିକାଂଶ ଲୋକେ ଫାଷ୍ଟ ଫୁଡ୍‌, ଜଙ୍କ୍‌ ଫୁଡ୍‌ ଆଦି ଖାଉଛନ୍ତି। ଏଥିରୁ ରକ୍ଷା ପାଇବା ପାଇଁ ଆପଣାନ୍ତୁ କିଛି ସହଜ ଉପାୟ…

-ମୋଟାପଣ କମ୍‌ କରିବା ପାଇଁ ସକାଳୁ ଉଷୁମ ପାଣିରେ ଲେମ୍ବୁ ରସ ଓ ସାମାନ୍ୟ ଲୁଣ ମିଶାଇ ପିଅନ୍ତୁ। ଯାହା ମେଟାବୋଲିଜିମ୍‌ ବଢ଼ାଇଥାଏ ଓ କ୍ୟାଲୋରି କମ୍‌ କରିଥାଏ।
-ପର୍ଯ୍ୟାପ୍ତ ପରିମାଣରେ ପାଣି ପିଇବା ଉଚିତ। ପାଣି ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିଥାଏ।
-ଚାଉଳରେ ପ୍ରସ୍ତୁିତ ଖାଦ୍ୟ ପରିବର୍ତ୍ତେ ଗହମରେ ପ୍ରସ୍ତୁତ ଖାଦ୍ୟ ଖାଇବା ଉଚିତ।
-ଆମିଷ ଜାତୀୟ ଖାଦ୍ୟ କମ୍‌ ଖାଆନ୍ତୁ।
-ପେଟରେ ଚର୍ବି କମ୍‌ କରିବା ପାଇଁ ଖାଦ୍ୟରେ ଲୁଣର ମାତ୍ରାକୁ ମଧ୍ୟ କମ୍‌ କରିବା ଉଚିତ। ଫାଇବର ଯୁକ୍ତ ଖାଦ୍ୟ ଜଳଖିଆରେ ସାମିଲ କଲେ ଭଲ।
-ପ୍ରତିଦିନ ସକାଳେ ଖାଲି ପେଟରେ ୨ ପାଖୁଡା ରସୁଣ ଖାଇ ଲେମ୍ବୁ ପାଣି ପିଅନ୍ତୁ। ଏହା ଦ୍ୱାରା ଓଜନ କମାଇବା ପ୍ରକ୍ରିୟା ଦୁଇ ଗୁଣା ବୃଦ୍ଧି ପାଇଥାଏ।
-ପ୍ରତିଦିନ ବ୍ୟାୟାମ୍‌ କରିବା ଉଚିତ୍‌।
-ଖାଦ୍ୟ ପ୍ରସ୍ତୁତ ସମୟରେ ମସଲା ଭାବେ ଡାଳଚିନି, ଗୋଲମରିଚ, ଅଦା ବ୍ୟବହାର କରିବା ଉଚିତ। ଏହା ରକ୍ତରେ ଗ୍ଲୁକୋଚ ସ୍ତରକୁ କମ୍‌ କରିବାରେ ସାହାଯ୍ୟ କରେ।

Get real time updates directly on you device, subscribe now.